• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଘରେ କନ୍ୟା ସନ୍ତାନ ଜନ୍ମନେଲା

  • ଖୁସିରେ ଗଦଗଦ୍ ହୋଇ ମାଗଣାରେରେ ଲୋକଙ୍କୁ ଗୁପଚୁପ୍‌ ଖୁଆଇଲେ ବାପା

ଭୋପାଳ : ଘରକୁ ଆସିଲା କନ୍ୟା ରତ୍ନ, ଖୁସିରେ ଗଦଗଦ୍ ବାପା । ସାହି ପଡ଼ିଶାଙ୍କୁ ମାଗଣାରେ ଗୁପଚୁପ୍ ଖୁଆଇଲେ । ସମାଜରେ ପୁଅ ଏବଂ ଝିଅ ମଧ୍ୟରେ ଭେଦଭାବ କରୁଥିବା ଭଳି ଅନେକ ଖବର ଶୁଣିଥିବେ । କିନ୍ତୁ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ଏହି ବିଚାରଧାରାରେ ପରିବର୍ତ୍ତନର ଧାରା ଆଣୁଛନ୍ତି । ମଧ୍ୟପ୍ରଦେଶର ଭୋପାଳର ଜଣେ ଗୁପଚୁବ୍‌ ବିକାଳୀ ସେମାନଙ୍କ ମଧ୍ୟରୁ ଜଣେ କହିଲେ ଅତ୍ୟୁକ୍ତି ହେବ ନାହିଁ । ଘରେ ଝିଅ ଜନ୍ମ ହେବା ପରେ ଏହି ଖୁସିକୁ ଅତି ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି । ସେ ପ୍ରାୟ ହଜାରେ ଲୋକଙ୍କୁ ସେ ମାଗଣାରେ ଗୁପଚୁପ୍‌ ଖାଇବାକୁ ଦେଇଛନ୍ତି । ଏଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ସମସ୍ତେ ବହୁ ପ୍ରଶଂସା କରୁଛନ୍ତି ଲୋକେ ।

ଭୋପାଳର କୋଲାର ଅଞ୍ଚଳରେ ରହୁଥିବା ଅଞ୍ଚଲ ଗୁପ୍ତା ନାମକ ଗୁପଚୁପ ବିକ୍ରି କରି ପେଟ ପୋଷନ୍ତି । ନିକଟରେ ସ୍ତ୍ରୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଘରକୁ ଲକ୍ଷ୍ମୀ ଆସିବା ଖୁସିରେ ଗତକାଲି ଅଞ୍ଚଲ ଗୁପ୍ତା ଗୁପଚୁପ୍‌ର ଏକ ବଡ ଷ୍ଟଲ୍ ଲଗାଇ ସମସ୍ତଙ୍କୁ ମାଗଣାରେ ଗୁପଚୁପ୍ ଖାଇବାକୁ ଦେଇଛନ୍ତି । ଦିନସାରା ସେ ହଜାରେରୁ ଅଧିକ ଲୋକଙ୍କୁ ମାଗଣାରେ ଗୁପଚୁପ୍ ଖାଇବାକୁ ଦେଇଛନ୍ତି । ଅଞ୍ଚଲ ଗୁପ୍ତା ମାଗଣାରେ ଗୁପଚୁପ୍ ବାଣ୍ଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଗତ ୧୪ ବର୍ଷ ଧରି ଅଞ୍ଚଲ ଗୁପ୍ତା କୋଲାର ବିଭିନ୍ନ ଅଞ୍ଚଳରେ ଗୁପଚୁପ୍‌ର ଠେଲା ଲଗାଇ ଆସୁଛନ୍ତି ।

ତେବେ ଅଞ୍ଚଳ କହିଛନ୍ତି, ତାଙ୍କ ଘରେ ଝିଅ ଟିଏ ଜନ୍ମ ନେଉ ବୋଲି ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଆଉ ଭଗବାନ ତାଙ୍କ ଡାକ ଶୁଣିଛନ୍ତି, ଘରକୁ ଝିଅ ଆସିଛି । ଏହି ଖୁସିରେ ତଥାଇଚ୍ଛା ପୂରଣ ହୋଇଥିବାରୁ ସେ ରବିବାର ଦିନ ସମସ୍ତଙ୍କୁ ମାଗଣା ଗୁପଚୁପ୍ ଖାଇବାକୁ ଦେଇଛନ୍ତି । ଅଞ୍ଚଲଙ୍କ ଏପରି କାମ ପାଇଁ ଲୋକେ ତାଙ୍କ ପ୍ରଶଂସାରେ ପୋତି ପକାଉଛନ୍ତି ।