• translate
Prangyan Parimita

କୋଲକାତା : ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାଞ୍ଚ ଦିନିଆ ଗସ୍ତରେ ଦିଲ୍ଲୀ ପହଞ୍ଚିଛନ୍ତି । ତୃତୀୟ ଥର ପାଇଁ ପଶ୍ଚିମବଙ୍ଗରେ କ୍ଷମତାର ମଙ୍ଗ ଧରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ । ତେବେ ଗତକାଲି ମମତା ବାନାର୍ଜୀ ଦିଲ୍ଲୀ ପହଞ୍ଚି ସାରିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର ସମ୍ଭାବନା ରହିଛି ।

ତୃଣମୂଳ କଂଗ୍ରେସ ଦ୍ୱାରା ପ୍ରକାଶିତ ପାଞ୍ଚ ଦିନିଆ କାର୍ଯ୍ୟସୂଚୀ ଅନୁଯାୟୀ ମମତା ବାନାର୍ଜୀ ଆଜି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ସେହିପରି ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଥିବା ସୂଚନା ମିଳିଛି । ଏହାସହ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, କମଲନାଥ, ଆନନ୍ଦ ଶର୍ମା ଏବଂ ଅଭିଷେକ ମନୁ ସିଂଭିଙ୍କ ସମେତ ଅନ୍ୟ କଂଗ୍ରେସ ନେତାଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ମମତା ବାନାର୍ଜୀ ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବା ପରେ ପୁତୁରା ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କ ବାସଭବନରେ ବରିଷ୍ଠ ସାମ୍ବାଦିକ ବିନୀତ ନାରାୟଣଙ୍କୁ ଭେଟିଥିଲେ ।

ବିରୋଧୀ ଦଳକୁ ଏକଜୁଟ କରିବା ପାଇଁ ମମତା ବାନାର୍ଜୀଙ୍କ ଏହି ଗସ୍ତ ବୋଲି କୁହାଯାଉଛି । ଗତ ସପ୍ତାହରେ ଅନେକ ବିରୋଧୀଦଳ ନେତା ଟିଏମସିର ବାର୍ଷିକ ସହିଦ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥିମଧ୍ୟରେ କଂଗ୍ରେସର ପି ଚିଦାମ୍ବରମ୍ ଏବଂ ଦିଗ ବିଜୟ ସିଂ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ସୁପ୍ରିୟା ସୁଲେ, ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ, ଆରଜେଡିର ମନୋଜ ଝା, ଡିଏମକେର ତିରୁଚି ଶିବ, ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ ଆଦି ସାମିଲ ଥିଲେ ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଜାତୀୟ ସ୍ତରରେ ଏକ ବଡ଼ ଭୂମିକା ନିଭାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି । ବିଧାନସଭା ନିର୍ବାଚନରେ ​​ଟିଏମସିର ବିଜୟ ପରେ ଲଗାତାର ତୃତୀୟ ଥର ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ଏହା ହେଉଛି ପ୍ରଥମ ଦିଲ୍ଲୀ ଗସ୍ତ । ଆଗାମୀ ଲୋଭସଭା ନିର୍ବାଚନକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇଥିବା କୁହାଯାଉଛି । 

Other Stories

  • Tiger census
    Miscellaneous ଓଡ଼ିଶାରେ ବଢ଼ିଛି ନା କମିଛି ବାଘ ବଂଶ?

    ୨୦୦୪ ଗଣନାରେ ରାଜ୍ୟରେ ବାଘ ସଂଖ୍ୟା ଥିଲା ୧୯୨। ରାଜ୍ୟରେ ବାଘ ସଂଖ୍ୟା ଜାଣିବାକୁ ପ୍ରତି ୪ ବର୍ଷର ଥରେ ଗଣନା ହେଉଥିବା ବେଳେ ଏହା ପୂର୍ବରୁ ୨୦୧୮ ଓ ୨୦୧୪ରେ ହୋଇଥିବା ଗଣନାରେ ବାଘଙ୍କ...

  • Bhubaneswar Case
    Crime ରାଜଧାନୀରେ ପୂରା ହୁଗୁଳିଗଲାଣି ଆଇନ ବ୍ୟବସ୍ଥା...

    ଜଣେ କି ଦୁଇ ଜଣଙ୍କୁ ନୁହେଁ, ମରଣାନ୍ତକ ଆକ୍ରମଣ ହୋଇଛି ତିନି ତିନି ଜଣଙ୍କୁ। ସମୁଦାୟ ୫ ଜଣଙ୍କୁ ହମଲା ହୋଇଛି। ସମୟ ପ୍ରାୟ ଦିନ ୨ଟା ହେବ, ୧୦ରୁ ୧୨ଜଣ ମାଡ଼ିଆସି ଏଭଳି ହାଣିଚାଲିଥିଲେ ଜଣଙ୍କ...

  • School Reopen
    COVID-19 ଚଳଚଂଚଳ ହେଲା ସ୍କୁଲ, ଆରମ୍ଭ ହେଲା ପାଠ ପଢ଼ା

    ସେପଟେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ସ୍କୁଲ୍ ଖୋଲିବା ପରେ ଆଇଟିଆଇ ଓ ଡିପ୍ଲୋମା ଶେଷ ବର୍ଷ କ୍ଲାସ୍ ଖୋଲିବାକୁ ଯାଉଛି। ଏନେଇ ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେବାକୁ ଯାଉଛି ଦକ୍ଷତା ବିକାଶ...

  • Hyder
    Crime କାହା ହାତରେ ମଲା ହାଇଦର୍?

    ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ସିମୁଳିଆ ପାଖାପାଖି ଏକ ସ୍ଥାନରେ ପରିସ୍ରା ଯିବାକୁ କହି ଗାଡ଼ି ଅଟକାଇବାକୁ ହାଇଦର କହିଥିଲା। ହେଲେ ସୁରକ୍ଷା ଦୃଷ୍ଟିରୁ ମନା କରାଯାଇଥିଲା କିନ୍ତୁ ସେ ମଧୁମେହ ରୋଗୀ ହୋଇଥିବା ଦର୍ଶାଇ...