• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଭାରତର ସ୍ୱାଧୀନତା ଦିବସ ଉପରେ ଆତଙ୍କୀଙ୍କ ଆଖି । ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଏକ ବଡ଼ ଷଡଯନ୍ତ୍ର ବିଫଳ ହୋଇଛି । ଜାମ୍ମୁ କାଶ୍ମୀର ପୋଲିସ ଜୈଶର ମଡ୍ୟୁଲର ପର୍ଦ୍ଦାଫାଶ କରି ପୋଲିସ ଚାରି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଆତଙ୍କବାଦୀମାନେ ଏକ ମୋଟରସାଇକେଲ IED ବ୍ୟବହାର କରି ସ୍ୱାଧୀନତା ଦିବସରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ । କିନ୍ତୁ ପୋଲିସର ତତ୍ପରତା ହେତୁ ତାଙ୍କର ଷଡ଼ଯନ୍ତ୍ର ଉପରୁ ପରଦା ଉଠିଛି ।

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଲଗାତାର ଅଭିଯାନ ଚଳାଇଛି ସୁରକ୍ଷା ବାହିନୀ । ଏହା ଅଧୀନରେ ଜମ୍ମୁ ପୋଲିସ ଚାରି ଜଣ ଜୈଶ୍ ଆତଙ୍କବାଦୀ ଏବଂ ସେମାନଙ୍କ ସହଯୋଗୀଙ୍କୁ ଗିରଫ କରିଛି । ଡ୍ରୋନରୁ ଦ୍ୱାରା ଭାରତ ସୀମାକୁ ଆସିଥିବା ବେଆଇନ୍ ଅସ୍ତ୍ରଶସ୍ତଅ ସଂଗ୍ରହ ଜୈଷ୍ ଆତଙ୍କବାଦୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଷଡଯନ୍ତ୍ର କରୁଥିଲେ ଗିରଫ ହୋଇଥିବା ଆତଙ୍କବାଦୀ । ଏହାସହ ଅଗଷ୍ଟ ୧୫ ପୂର୍ବରୁ ଗାଡିରେ IED ରଖି ଆକ୍ରମଣ କରିବାକୁ ଚେଷ୍ଟା ଉଦ୍ୟମ କରୁଥିଲେ । ଏହା ସହିତ ସେମାନେ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ଟାର୍ଗେଟର ଆକ୍ରମଣ କରିବାକୁ ଯୋଜନା କରୁଥିଲେ । ସେପଟେ, ଜାମ୍ମୁ କାଶ୍ମୀରର କିଶୱାଡ଼ ଠାରୁ ସେନା ଆଇଇଡି ଉଦ୍ଧାର କରିଛି । କିଶୱାଡ଼ କୁଡି ଗ୍ରାମରେ ଆଇଇଡିକୁ ନିଷ୍କ୍ରିୟ କରାଯାଇଛି ।

ସେପଟେ ଦିଲ୍ଲୀରେ ୭୫ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି । କିଛି ଘଣ୍ଟାର ଅପେକ୍ଷା, ଆଉ ତା’ପରେ ପୂରା ଭାରତ ପାଳିବ ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବେ । ତେବେ ସ୍ୱାଧୀନତା ଦିବସ ଅବସରରେ ଯେପରି କୌଣସି ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ ସମଗ୍ର ଦିଲ୍ଲୀରେ ତିଆରି ହୋଇଛି ସେନା ଛାଉଣୀ । ଲାଲକିଲ୍ଲା ଚାରିପାଖରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଲାଲକିଲ୍ଲା ଚାରିପାଖରେ ସୁରକ୍ଷାକୁ ଏତେ କଡାକଡ଼ି କରାଯାଇଛି, ଯେ ପାରା ଟିଏ ମଧ୍ୟ ଯାଇ ପାରିବ ନାହିଁ ।

ଲାଲକିଲ୍ଲା ଚାରିପାଖରେ ୯ଟି ଆଣ୍ଟି-ଡ୍ରୋନ୍ ରାଡାର ପ୍ରସ୍ତୁତ କରାଯାଇଛି । Face Recognition ପାଇଁ ୩୦୦ ସିସିଟିଭି କ୍ୟାମେରା ଲଗାଯାଇଛି, ଯାହାଦ୍ୱାରା ପ୍ରତ୍ୟେକ ଚେହେରାର ସବିଶେଷ ତଥ୍ୟ ରଖାଯାଇପାରିବ । ଲାଲକିଲ୍ଲାର ମୁଖ୍ୟ ଫାଟକ ବାହାରେ ବଡ଼ କଣ୍ଟେନର ରଖାଯାଇଛି, ଫଳରେ ସାମ୍ନାରୁ ଲାଲକିଲ୍ଲାକୁ କେହି ଦେଖିପାରିବେ ନାହିଁ । ପ୍ରାୟ ୧୫ରୁ ୨୦ ବଡ଼ ବଡ଼ କଣ୍ଟେନର ବ୍ୟବହାର କରାଯାଇଛି | କେବଳ ଲାଲକିଲ୍ଲାର ସୁରକ୍ଷା ପାଇଁ ୫୦୦୦ ସେନା ନିୟୋଜିତ ହୋଇଛନ୍ତି । ଏହା ବ୍ୟତୀତ ସମଗ୍ର ଦିଲ୍ଲୀରେ ୪୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ସତର୍କତା ଦୃଷ୍ଟିରୁ ଦିଲ୍ଲୀର ସମସ୍ତ ସୀମା ବନ୍ଦ କରାଯାଇଛି । ପ୍ରତ୍ୟେକ ଗାଡ଼ିମଟର ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ।