• translate
Prangyan Parimita

News Highlights

  • ନରେନ୍ଦ୍ର ଗିରିଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ?

  • ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ ଉଦ୍ଧାର

ହତ୍ୟା ନା ଆତ୍ମହତ୍ୟା କରିଛନ୍ତି ନରେନ୍ଦ୍ର ଗିରି ? ଅଖିଲ ଭାରତୀୟ ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ପ୍ରଶ୍ନ ଘେରରେ । ଘଟଣାସ୍ଥଳକୁ ଏକ ନରେନ୍ଦ୍ର ଗିରି ଜବତ୍ ହୋଇଥିବା ପୋଲିସ୍ ସୂଚନା ଦେଇଛି । ପାଖାପାଖି ସାତରୁ ଆଠ ପୃଷ୍ଠାର ସୁଇସାଇଡ୍ ନୋଟ୍ ପୋଲିସ୍ ହାତରେ ଲାଗିଛି । ତେବେ ଏଥିରେ କିଛି ଶିଷ୍ୟଙ୍କ ନାମ ଲେଖାଥିବା ମଧ୍ୟ ସୂଚନା ମିଳିଛି । ମିଥ୍ୟା ଅଭିଯୋଗ କରି କିଛି ଲୋକ ତାଙ୍କୁ ଅପମାନିତ କରିଥିବା କଥା ସୁଇସାଇଡ୍ ନୋଟରେ ଉଲ୍ଲେଖ ରହିଛି । ତେବେ ସବୁଠାରୁ ବଡ଼ କଥା ହେଲା ମହନ୍ତଙ୍କୁ କେଉଁ କଥା ଏତେ ଏତେ କଷ୍ଟ ଦେଉଥିଲା, ଯଦ୍ୱାରା ସେ ଏପରି ବଡ଼ ଚରମ ନିଷ୍ପତ୍ତି ନେଲେ । ପୋଲିସ ଏବେ ସୁଇସାଇଡ୍ ନୋଟ୍‌ର ଫୋରେନସିକ୍ ଯାଞ୍ଚ କରୁଛି । ପୂରା ଘଟଣା ସନ୍ଦେହଜନକ ଥିବାବେଳେ ପଚରାଉଚରା ଆରମ୍ଭ କରିଛି ପୋଲିସ୍ ।

ପୋଲିସ ପହଞ୍ଚିବା ପୂର୍ବରୁ ମୃତଦେହକୁ କାହିଁକି ବାହାର କରାଯାଇଥିଲା ?

  • ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ମହନ୍ତ ଶିଷ୍ୟମାନଙ୍କ ସହ ଅପରାହ୍ନ ୧ଟାରେ ଭୋଜନ କରିଥିଲେ । ତା’ପରେ ପ୍ରତିଦିନ ବିଶ୍ରାମ କରିବା ପାଇଁ ନିଜ କୋଠରୀକୁ ପ୍ରବେଶ କରିଥିଲେ । ତବେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମହନ୍ତ ବାହାରକୁ ନଆସିବାରୁ ଚିନ୍ତିତ ହୋଇପଡ଼ିଥିଲେ ତାଙ୍କ ଶିଷ୍ୟମାନେ । ଶେଷରେ କବାଟ ଭାଙ୍ଗି ମହନ୍ତଙ୍କ କୋଠରୀରେ ପ୍ରବେଶ କରିଥିଲେ ।
  • ମହନ୍ତଙ୍କ କୋଠରୀରେ ପ୍ରବେଶ କରିବା ପରେ ତାଙ୍କ ଶିଷ୍ୟମାନେ ହତବାକ୍ ହୋଇଯାଇଥିଲେ । ମହନ୍ତଙ୍କ ଶରୀର ଭିତରେ ଫ୍ୟାନରେ ‌ଝୁଲୁଥିଲା । ଆଉ ତା’ପରେ ସନ୍ଧ୍ୟା ପ୍ରାୟ ୫.୨୦ ସୁଦ୍ଧା ଜଣେ ଶିଷ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ ।
  • ତେବେ ବାଘମ୍ବରୀ ମଠରେ ପୋଲିସ ପହଞ୍ଚିବା ପୂର୍ବରୁ ମହନ୍ତଙ୍କ ମୃତଦେହକୁ ଫ୍ୟାନରୁ ଓହ୍ଲାଇ ଖଟ ଉପରେ ରଖାଯାଇଥିଲା।
  • ସୂଚନା ଅନୁସାରେ ମହନ୍ତ ବିଶ୍ରାମ ନେବାକୁ ଯିବା ପୂର୍ବରୁ କୌଣସି ଶିଷ୍ୟ ତାଙ୍କୁ ବିଚଳିତ ଅବସ୍ଥାରେ ଦେଖି ନଥିଲେ ।
  • ମଠର ମୁଖ୍ୟ ଫାଟକ ବନ୍ଦ କରି ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ ଉଦ୍ଧାର କରାଯାଇଛି ।

ସୁଇସାଇଡ୍ ନୋଟରେ କ’ଣ ଲେଖାଯାଇଛି?

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ନିକଟରୁ ମିଳିଥିବା ସୁଇସାଇଡ୍ ନୋଟରେ ଯୋଗଗୁରୁ ସ୍ୱାମୀ ଆନନ୍ଦଗିରି,ଲେଟେ ହନୁମାନ ମନ୍ଦିରର ମୁଖ୍ୟ ପୂଜାରୀ ଆଧ୍ୟା ତିୱାରୀ ଏବଂ ତାଙ୍କ ପୁଅ ସନ୍ଦୀପ ତିୱାରୀଙ୍କ ନାମ ଉଲ୍ଲେଖ ରହିଛି । ଆଉ ଏମାନେ ତାଙ୍କ ମୃତ୍ୟୁର କାରଣ ବୋଲି ସୁଇସାଇଡ୍ ନୋଟରେ ଉଲ୍ଲେଖ ରହିଛି । ନୋଟରେ ଲେଖାଯାଇଥିବା ଅଧିକାଂଶ କଥା ମଠ, ମନ୍ଦିର ଏବଂ ସିଂହାସନର ଉତ୍ତରାଧିକାରୀ ସହିତ ଜଡିତ । ନିଜର ଉତ୍ତରାଧିକାରୀ ଭାବରେ ମହନ୍ତ ବଲ‍ବୀର ନାମକ ଜଣେ ଶିଷ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି । ଚିଠିରେ ଲେଖାହୋଇଛି 'ମୁଁ ସମ୍ମାନ ବିନା ବଞ୍ଚି ପାରିବି ନାହିଁ । ମୁଁ ଅବସାଦରେ ଅଛି ମୁଁ କ’ଣ କରିବି, ମୁଁ କିପରି ବଞ୍ଚିବି ? ଆନନ୍ଦ ଗିରିଙ୍କ ହେତୁ ମୋର ବଦନାମୀ ହୋଇଛି । କେତେ ଜଣଙ୍କୁ ସଫେଇ ଦେବି ? ଏପରି ଜୀବନ ଜିଇଁବା ଭାରି କଷ୍ଟକର । ଏପରି ଜିଇଁବା ଅପେକ୍ଷା ମରିଯିବା ଭଲ ।

ତେବେ ସୁଇସାଇଡ୍ ନୋଟ୍ ଉପରେ ଭିନ୍ନ ମତ ରଖିଛନ୍ତି ନରେନ୍ଦ୍ର ଗିରିଙ୍କ ଶିଷ୍ୟମାନେ । ସେମାନେ କହିଛନ୍ତି ମହାରାଜ (ମହନ୍ତ) ନିଜେ ଦୁଇଟି ଧାଡ଼ି ମଧ୍ୟ ଲେଖିପାରନ୍ତି ନାହିଁ । ଯେତେବେଳେ ବି ତାଙ୍କୁ କିଛି ଲେଖିବାକୁ ପଡ଼େ, ଶିଷ୍ୟଙ୍କୁ ଡାକି ଲେଖାନ୍ତି । ଏଭଳି ସ୍ଥିତିରେ ସେ ସାତ-ଆଠ ପୃଷ୍ଠାର ସୁଇସାଇଡ୍ ନୋଟ୍ କେବେ ଓ କିପରି ଲେଖିଛନ୍ତି ? ତାହା କେହି ବୁଝିପାରୁ ନାହାଁନ୍ତି । ତେବେ କିଛି ଶିଷ୍ୟ କହିଛନ୍ତି, ସୁଇସାଇଡ୍ ନୋଟର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ଉଚିତ ।

Other Stories

  • High Level meeting with Biden and Modi
    National ଆମେରିକା ଗସ୍ତରେ ମୋଦି; ୨୪ରେ ବାଇଡେନ୍‌ଙ୍କ ସହ ବୈଠକ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଆସନ୍ତା ୨୪ ରେ  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଓ୍ୱାଶିଂଟନରେ ବିଶ୍ୱର ଏହି ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ...

  • Drowning Death
    Crime ଗିରଫ ଭୟରେ ନଦୀକୁ ଡେଇଁ ମଦ ବେପାରୀଙ୍କ ଜୀବନ ଗଲା

    ରାତି ହୋଇଯାଇଥିବାରୁ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ବହୁ ଖୋଜାଖୋଜି କରିଥିଲେ ବି ପତ୍ତା ମିଳିପାରିନଥିଲା। ଆଜି ସକାଳେ ପୁଣି ଥରେ ଖୋଜାଖୋଜି ଆରମ୍ଭ ହେବା ପରେ ତାଙ୍କ ମୃତଦେହ ମିଳିଛି । ଘଟଣା ସମ୍ପର୍କରେ...

  •  bjp leaders came back to Odisha
    Politics ଗୁଜରାଟ ମଡେଲକୁ ଓଡ଼ିଶାରେ ଆପଣେଇବ ବିଜେପି

    ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସୁରଟ ଗସ୍ତ କରିଥିବା ୯ ଜଣିଆ ଟିମ ଭୁବନେଶ୍ୱର ଫେରିଛି।ଗୁଜରାଟ ବିଜେପିର କାର୍ଯ୍ୟପନ୍ଥା, ନୀତି ବିଷୟରେ ଜାଣିବା ପାଇଁ ଏହି ଟିମ୍‌ ସୁରଟ ଯାଇଥିଲେ। 

  • New Degree Model College
    Miscellaneous ରାସ୍ତା ପାଇଁ ବଳି ପଡ଼ିବ ନୂଆ ମଡେଲ ଡିଗ୍ରୀ କଲେଜ !

    ଏହି କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାର ୯.୯୪ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ପରିବର୍ତ୍ତିତ ସ୍ଥାନରେ ପୁଣି ଏକ ନୂଆ କୋଠା ନିର୍ମାଣ ପାଇଁ ୧୩.୯୪ କୋଟି ଟଙ୍କାର ଆକଳନ କରାଯାଇଛି। ବିଭାଗକୁ ଅର୍ଥ ଆସିଲେ, କାମ...