• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ସଫଳ ହେଲାନି ୧୩ ତମ ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ । ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ଦେଖାଦେଇଥିବା ବିବାଦର ସମାଧାନ ହୋଇପାରିଲା ନାହିଁ ।  ଭାରତର ଗଠନମୂଳକ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ଭୂମାଫିଆ ଚୀନ୍ । କୌଣସି ପ୍ରସ୍ତାବରେ ରାଜି ହେଲା ନାହିଁ ପଡ଼ୋଶୀ ଦେଶ ଚୀନ୍ । ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ଉତ୍ତେଜନା ଥମିବାର ନାଁ ନେଉନଥିବା ବେଳେ ରବିବାର ଦିନ ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ ବସିଥିଲା । କିନ୍ତୁ ଏଥିରେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିଲା ନାହିଁ । ରବିବାର ଦିନ ମୋଲଡୋରେ ପ୍ରାୟ ସାଢ଼େ ୮ ଘଣ୍ଟା ଧରି ବୈଠକ ଚାଲିଥିଲା।

ପାଟ୍ରୋଲିଂ ପଏଣ୍ଟ୍-୧୫ ବା ହଟସ୍ପ୍ରିଙ୍ଗ ଅଞ୍ଚଳରୁ ଉଭୟ ଦେଶର ସୈନ୍ୟ ପ୍ରତ୍ୟାହାର ତଥା ଲଦାଖ ସେକ୍ଟରରେ ଜାରି ରହିଥିବା ଗତିରୋଧକୁ ସମାପ୍ତ କରିବାକୁ ଏଥିରୁ ଆଲୋଚନା ହୋଇଥିଲା । ଭାରତ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି, ରବିବାର ଦିନ ଚୁସୁଲ-ମୋଲଡୋରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଉ ଏଥିରେ ଭାରତ ପକ୍ଷରୁ ପୂର୍ବ ଲଦାଖରେ ସଂପୂର୍ଣ୍ଣ (de-escalation) ବିଷୟରେ ଆଲୋଚନା ହୋଇଥିଲା, ଯେଉଁଥିରେ ଚୀନ୍ ଆଦୌ ରାଜି ହୋଇନଥିଲା । ଏହାର ଅର୍ଥ ଭୂମାଫିଲା ଚୀନ୍ ପୂର୍ବ ପରି ଭାରତ ମାଟିକୁ କବଜା କରିବାକୁ ଚେଷ୍ଟା ଜାରି ରଖିବ । ଭାରତୀୟ ପ୍ରତିନିଧି ମଣ୍ଡଳ ଜେନେରାଲ୍ ପିଜି କେ ମେନନ ନେତୃତ୍ୱରେ ରବିବାର ଦିନ ଚୀନ୍ ସହ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଭାରତ କହିଛି ଯେ ପାଙ୍ଗୋଙ୍ଗ ହ୍ରଦ, ଗଲୱାନ୍ ଏବଂ ଗୋଗ୍ରା ଠାରେ ଧୀରେ ଧୀରେ ଡି-ଏସ୍କାଲେସନ୍ ଘଟୁଛି ଏବଂ ସେଠାରେ ବଫର୍ ଜୋନ୍ ସୃଷ୍ଟି କରାଯାଇଛି । ଆଉ ଏହା ଦ୍ୱାରା ଅବରୋଧ ଶେଷ ହେବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିବ ନାହିଁ । ଚୀନ୍ ହଟ୍ ସ୍ପ୍ରିଙ୍ଗ୍ ଅଞ୍ଚଳରେ ମଧ୍ୟ ବଫର୍ ଜୋନ୍ ସୃଷ୍ଟି କରିବାକୁ ଚାହୁଁଛି । ୩-୧୦ କିଲୋମିଟର ବଫର ଜୋନର ଅର୍ଥ ହେଉଛି ଯେ ପୂର୍ବ ପରି ଭାରତ ସେହି ଅଞ୍ଚଳରେ ପେଟ୍ରୋଲ କରିପାରିବ ନାହିଁ । ଏହା ବ୍ୟତୀତ ଚୀନ୍ ଦେବସାଙ୍ଗ ଏବଂ ଡେମଚୋକ୍ ଭଳି ପ୍ରସଙ୍ଗ ଉପରେ ୨୦୨୦ରୁ ଆରମ୍ଭ ହୋଇଥିବା ଗତିରୋଧର ଅଂଶ ନୁହେଁ, ସେ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁନି ଚୀନ୍ ।