• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶ କୁଶିନଗର ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଶ୍ରୀଲଙ୍କାରୁ ବୌଦ୍ଧ ଧର୍ମାବଳମ୍ବୀଙ୍କରୁ ନେଇ ଆସିଥିବା ଏକ ବିମାନ ଅବତରଣ କରିଥିଲା । କୁଶିନଗର ସହିତ ପ୍ରାଚୀନ ଭାରତ ଜଡ଼ିତ । ଏଠାରେ ବୌଦ୍ଧ ଧର୍ମର ପ୍ରବର୍ତ୍ତକ ଗୌତମ ବୁଦ୍ଧଙ୍କ ମହାପ୍ରୟାଣ ରହିଥିଲା । ପ୍ରାଚୀନ ଯୁଗରୁ ହିଁ ଏହା ବୌଦ୍ଧ କୀର୍ତ୍ତିରାଜି ଓ ବୌଦ୍ଧମାନଙ୍କ ଏକ ଧର୍ମପୀଠ ହୋଇ ରହିଛି ।

ବିମାନ ବନ୍ଦରର ଉଦଘାଟନ କରି ମୋଦି କହିଛନ୍ତି ଯେ, ଆଜି ଠାରୁ କୁଶୀନଗର ସାରା ବିଶ୍ୱ ସହିତ ସିଧାସଳଖ ଭାବେ ଯୋଡ଼ି ହୋଇପାରିବ । କୁଶିନଗର ହେଉଛି ବୌଦ୍ଧମାନଙ୍କର ଆସ୍ଥାର ଅନ୍ୟତମ ପୀଠସ୍ଥଳୀ । କୁଶିନଗର ଏୟାରପୋର୍ଟ ଯୋଗୁଁ କେବଳ ପଯର୍ୟଟନର ବିକାଶ ହେବ ତାହା ନୁହେଁ ବରଂ ଚାଷୀ, ପଶୁପାଳକ, ଛୋଟ ବ୍ୟବସାୟୀଙ୍କ ମଧ୍ୟ ଲାଭ ପାଇବେ । ରୋଜଗାର ଓ ନିଯୁକ୍ତିର ସୁଯୋଗ ବଢ଼ିବ ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଶ୍ରୀଲଙ୍କାରୁ ବୌଦ୍ଧ ପ୍ରବର୍ତ୍ତକମାନେ ପ୍ରଥମେ ଏହି ବିମାନବନ୍ଦରରେ ପହଞ୍ଚିବେ। ଯାହାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗମନ କରିବେ। ବ୍ରିଟିଶମାନଙ୍କ ଦ୍ୱାରା ନିର୍ମିତ ଏୟାରଷ୍ଟ୍ରିପକୁ ବର୍ତ୍ତମାନ ବିକଶିତ କରାଯାଇଛି ଏବଂ କୁଶିନଗର ଅନ୍ତର୍ଜାତୀୟ ବିମାନବନ୍ଦରର ରୂପ ଦିଆଯାଇଛି । ଏହି ଉଦଘାଟନୀ ସମାରୋହରେ ବୌଦ୍ଧ ସର୍କିଟକୁ ପର୍ଯ୍ୟଟକଙ୍କ ଆଗମନକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରହିଛି । ଏହି ସମାରୋହରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ, ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ୧୫ ଟି ଦେଶର ରାଷ୍ଟ୍ରଦୂତ ମାନେ ଯୋଗଦେବେ।

 

୫ ସେପ୍ଟେମ୍ବର ୧୯୯୫ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାୟାବତୀ ପୂର୍ବ ଭାରତ ଏବଂ ପଡୋଶୀ ଦେଶ ନେପାଳ ଉପରେ ନଜର ରଖିବା ପାଇଁ ବ୍ରିଟିଶ ଶାସନ ଅଧୀନରେ ଏହି ଏୟାରଷ୍ଟ୍ରିପ ଉପରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ପରେ, ୧୦ ଅକ୍ଟୋବର ୧୯୯୫ ରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ନବୀ ଆଜାଦ ଏବଂ ରାଜ୍ୟପାଳ ମୋତିଲାଲ ଭୋରା ଟର୍ମିନାଲ ବିଲ୍ଡିଂର ମୂଳଦୁଆ ପକାଇଥିଲେ । ଏହା ପରେ ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିଥିଲା । ବିମାନବନ୍ଦର ନିର୍ମାଣ ପାଇଁ ଚାଷୀଙ୍କ ଜମି ଅଧିଗ୍ରହଣ କରାଯାଉଥିଲା । ଚାଷୀଙ୍କ ବିରୋଧ ଯୋଗୁଁ ଏହି କାର୍ଯ୍ୟ ଅଟକି ରହିଥିଲା ।