• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ”ଯୌତୁକ ନେବୁନି କି ଦବୁନି’

  • ବଣ୍ଡ୍ ସାଇନ୍ ନକଲେ ବିଶ୍ୱବିଦ୍ୟାଳୟରୁ ମିଳିବନି ଡିଗ୍ରୀ

ଥିରୁବନ୍ତପୁରମ୍ : କୁପ୍ରଥାର ଅନ୍ତ ପାଇଁ ପରାମର୍ଶ । ଶିକ୍ଷାର ମନ୍ଦିରରୁ ଆରମ୍ଭ ଯୌତୁକ ବିରୋଧୀ ଅଭିଯାନ । ଆଉ ଯୌତୁକ ଜୁଇରେ ଜଳିବେନି ନବବଧୂ । କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟକୁ ଯୌତୁକ ପ୍ରଥା ବିରୁଦ୍ଧରେ ଆଗେଇ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବିଶ୍ୱବିଦ୍ୟାଳୟରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ କରିବାକୁ ପଡ଼ିବ । କଲେଜରୁ ଛାତ୍ରଛାତ୍ରୀ ଡିଗ୍ରୀ ନେବା ପୂର୍ବରୁ ଯୌତୁକ ନେବେ ନାହିଁ ବୋଲି ଏକ ବଣ୍ଡ୍ ସାଇନ୍ କରିବା ଜରୁରୀ ବୋଲି ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ଶୁକ୍ରବାର ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ରାଜ୍ୟପାଳଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଉ ଏଥିରେ ରାଜ୍ୟପାଳ କହିଛନ୍ତି, ସମାଜରୁ ଏହି କୁପ୍ରଥାକୁ ବିଲୋପ କରିବା ପାଇଁ ଶିକ୍ଷାନୁଷ୍ଠାନରୁ ପ୍ରୟାସ ଆରମ୍ଭ ହେବା ଉଚିତ ।

ଶିକ୍ଷା ଲାଭ କରିବା ଦ୍ୱାରା ଜ୍ଞାନ ଓ ବିବେକ ମିଳିଥାଏ । କିନ୍ତୁ ଆଜିର ଯୁଗରେ ବି ଯୁବଗୋଷ୍ଠୀ ଯୌତୁକ ଭଳି କୁପ୍ରଥାର ଶିକାର ହେଉଛନ୍ତି । ଦୁଃଖର କଥା ହେଲା ବିବାହକୁ ରୋଜଗାର କରିବାର ଏକ ମାଧ୍ୟମ ସଜାଇଛନ୍ତି ଲୋକେ । ତେଣୁ ଆଗାମୀ ସମୟରେ ଡିଗ୍ରୀ ଦେବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସମସ୍ତ ବିଶ୍ୱବିଦ୍ୟାଳୟ ଏକ ବଣ୍ଡରେ ଦସ୍ତଖତ କରାଇବେ । ଏହି ବଣ୍ଡରେ ଯୌତୁକ ନେବେ ନାହିଁ କି ଦେବେ ନାହିଁ ବୋଲି ସେମାନେ ପ୍ରତିଶ୍ରୁତି ଦେବେ ।

ଶିକ୍ଷା ଭଲ ମନ୍ଦ ବିଚାର କରିବାର ଶକ୍ତି ଦେଇଥାଏ । ଯୌତୁକ ଦେବା ଓ ନେବା ଜଘନ୍ୟ ଅପରାଧ । ତେବେ ବଣ୍ଡ ସାଇନ୍ କରିବାର ଏହି ନିୟମ କେବଳ ଛାତ୍ରମାନଙ୍କ ମଧ୍ୟରେ ସୀମିତ ରହିବ ନାହିଁ । ଚାକିରି ପାଇଁ ହେଉ କିମ୍ବା ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ନେବା ପୂର୍ବରୁ ଏପରି ଏକ ବଣ୍ଡ୍ ଦାଖଲ କରିବାକୁ ପଡ଼ିବ । ଛାତ୍ରଛାତ୍ରୀଙ୍କ ସହ ଆଡମିସନ ପୂର୍ବରୁ ତାଙ୍କ ପରିବାର ଲୋକେ ମଧ୍ୟ ଏହି ବଣ୍ଡ୍ ସାଇଡ଼୍ କରିବା ଆବଶ୍ୟକ । ରାଜ୍ୟରେ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ଖୁବ ଶୀଘ୍ର ଏକ ବୈଠକ ଡକାଯିବ ।

ନିକଟରେ ଜଣ ମହିଳା ଯୌତୁକ ପରି କୁପ୍ରଥାର ଶିକାର ହୋଇ ଜୀବନ ହାରିଛନ୍ତି । ଏହି ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟବାସୀ ହତବାକ୍ ହୋଇଛନ୍ତି । କେରଳରେ ସାକ୍ଷରତା ହାର ସର୍ବାଧିକ ହୋଇଥିଲେ ସୁଦ୍ଧା ଏପରି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି । ରାଜ୍ୟରେ ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ମହିଳାଙ୍କ ବହୁ ଅବଦାନ ରହିଛି ।

ଯୌତୁକ ନନେବା ପାଇଁ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ଏଥିପାଇଁ ପ୍ରତିଜ୍ଞା କରିବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟପାଳ । ଯୌତୁକ ପ୍ରଥା ରୋକିବାକୁ ତଥା ଛାତ୍ରଛାତ୍ରୀଙ୍କୁ ସେଚତନ କରିବାକୁ ସମସ୍ତ କୁଳପତିଙ୍କୁ ଏକ ବଣ୍ଡ ଦସ୍ତଖତ କରାଇବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ଏହି ବଣ୍ଡରେ ଦସ୍ତଖତ କରିବେ, ସେମାନଙ୍କୁ ଛାତ୍ର ଡିଗ୍ରୀ ପ୍ରଦାନ କରାଯିବ। ”