• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହଲ୍‌ଦ୍ୱାନୀ: ସରଗରମ ଉତ୍ତରାଖଣ୍ଡ ରାଜନୀତି । ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ହେଲେ ଏବେଠୁ ରାଜ୍ୟ ରାଜନୀତିରେ ଉଷ୍ମତା ଦେଖାଦେଲାଣି । ତେବେ ଏହାରି ଭିତରେ ପୁଣି ଥରେ ଆମ୍‌ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଉତ୍ତରାଖଣ୍ଡ ଗସ୍ତ ରାଜନୀତିକୁ ଆହୁରି ଉଷ୍ମତା ଦେଇଛି । କାରଣ, ଆଜି କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳରେ ବଡ଼ ଘୋଷଣା କରିଛନ୍ତି । ସେ ଉତ୍ତରାଖଣ୍ଡ ରାଜନୀତିରେ ଏଣ୍ଟ୍ରି କରିବା ପାଇଁ ଖେଳିଛନ୍ତି ବେରୋଜଗାରି କାର୍ଡ । ସେ କହିଛନ୍ତି ରାଜ୍ୟରେ ଆପ୍‌ ସରକାର ଆସିଲେ ସମସ୍ତଙ୍କୁ ରୋଜଗାର ଦିଆଯିବ । ଯେତେ ଦିନ ପର୍ଯ୍ୟନ୍ତ ରୋଜଗାର ମିଳିନାହିଁ, ସେତେ ଦିନ ପର୍ଯ୍ୟନ୍ତ ମାସକୁ ୫ ହଜାର ଟଙ୍କା ଲେଖାଏ ଭତ୍ତା ଦିଆଯିବ ।

ସାମ୍ବାଦିକ ସମ୍ମିଳନୀ ଆରମ୍ଭରୁ AAP ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ପାହାଡ଼ିଆ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ଏକ ବଡ଼ ପ୍ରସଙ୍ଗ । ସେମାନେ ରୋଜଗାର ସନ୍ଧାନରେ ସମତଳ ସ୍ଥାନକୁ ଆସିଥାନ୍ତି । ସେ ଆହୁରି କହିଛନ୍ତି ଯେ, ଆମ ଦଳ ମାଗଣା ବିଦ୍ୟୁତ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛି, ୨୪ ଘଣ୍ଟା ବିଦ୍ୟୁତ ଯୋଗାଣ ପାଇଁ ଦଳ ପ୍ରତିଶ୍ରୁତି ଦେଇଛି ମାନେ ତାହା କରି ଦେଖାଇବ । ଆମ ଦଳ ଦିଲ୍ଲୀରେ ଏହା କରି ଦେଖାଇଛି, ତେଣୁ ଆମେ ଉତ୍ତରାଖଣ୍ଡରେ ମଧ୍ୟ ଏହା କରି ଦେଖାଇବୁ । କେଜ୍ରିୱାଲଙ୍କ ସହ ସାମ୍ବାଦିକ ସମ୍ମିଳନୀରେ AAP ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଜୟ କୋଠିଆଲ ମଧ୍ୟ ଉପସ୍ଥିତ ଥିଲେ ।

ବେକାରୀ ସମସ୍ୟାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି କେଜରିୱାଲ । ସେ କହିଛନ୍ତି ଯେ ବେକାରୀ ସମସ୍ୟା କାରଣରୁ ସ୍ଥାନୀୟ ଲୋକମାନେ ନିଜ ଜନ୍ମସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି । ଯାହା କି ଏକ ବଡ଼ ସମସ୍ୟା । ସେ କହିଛନ୍ତି ଯେ, ଏହାକୁ ଦୃଷ୍ଟିରେ ରଖି ତାଙ୍କ ଦଳ ଏନେଇ ବିଚାର ବିମର୍ଷ କରିଛି । ସେଥିପାଇଁ ମୁଁ ଆଜି ୬ଟି ଘୋଷଣା କରୁଛି । ପ୍ରଥମ ଘୋଷଣା ହେଉଛି, ଯଦି ଆମ୍ ଆଦମୀ ପାର୍ଟି ସରକାର ଗଠନ କରେ, ତେବେ ଉତ୍ତରାଖଣ୍ଡର ସମସ୍ତ ବେକାର ଯୁବକଙ୍କୁ ଚାକିରୀ ଯୋଗାଇ ଦିଆଯିବ । ଦ୍ୱିତୀୟ ହେଲା ଯେପର୍ଯ୍ୟନ୍ତ ଯୁବକଙ୍କୁ ଚାକିରୀ ମିଳିନାହୀଁ, ସେ ପର୍ଯ୍ୟନ୍ତ ସେହି ପରିବାରର ଜଣେ ଯୁବକଙ୍କୁ ପ୍ରତି ମାସରେ ୫୦୦୦ ଟଙ୍କା ଦିଆଯିବ । ତୃତୀୟ ଘୋଷଣା ହେଉଛି ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ୮୦ ପ୍ରତିଶତ ଚାକିରୀ ସ୍ଥାନୀୟ ଯୁବକମାନଙ୍କ ପାଇଁ ଉପଲବ୍ଧ ହେବ ।

ସେହିଭଳି ଚତୁର୍ଥ ଘୋଷଣା ଅନୁଯାୟୀ ସରକାର ଗଠନ ହେବାର ୬ ମାସ ମଧ୍ୟରେ ୧ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି କେଜ୍ରିୱାଲ । ବେସରକାରୀ ଏବଂ ସରକାରୀ କ୍ଷେତ୍ରରେ ଏହି ଚାକିରି ସୃଷ୍ଟି ହେବ । ସେ କହିଛନ୍ତି ଯେ ଦିଲ୍ଲୀ ଭଳି ଉତ୍ତରପ୍ରଦେଶରେ ଏକ ଜବ୍‌ ପୋର୍ଟାଲ ଖୋଲା ଯିବ । ଏହା ବ୍ୟତୀତ ଷଷ୍ଠ ଘୋଷଣା କରି ସେ କହିଛନ୍ତି ଯେ ରୋଜଗାର ଏବଂ ପଳାୟନକୁ ରୋକିବା ପାଇଁ ଏକ ପୃଥକ ମନ୍ତ୍ରଣାଳୟ ଗଠନ କରାଯିବ।