• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଘାଟିରେ ୨୨୫ ଆତଙ୍କୀ ସକ୍ରିୟ ଥିବା ସୂଚନା

     

  • ସର୍ଚ୍ଚ ଅପେରସନ୍ ଜାରି

ଶ୍ରୀନଗର : ସୁରକ୍ଷା ବାହିନୀଙ୍କ ଟାର୍ଗେଟରେ ଆତଙ୍କୀ । ଜାରି ରହିଛି ସର୍ଚ୍ଚ ଅପେରସନ୍ । ଗତ ଶନିବାର ଦିନ ୨୦୧୯ ପୁଲୱାମାରେ CRPF ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ସହ ଜଡିତ ଜୈଶ୍-ଏ-ମହମ୍ମଦର ଦୁଇଜଣ ଶୀର୍ଷ ଆତଙ୍କବାଦୀଙ୍କୁ ଏନକାଉଣ୍ଟରରେ ମାରିଛନ୍ତି ସୁରକ୍ଷା ବାହିନୀ । ଏହା ସହିତ ଜାମ୍ମୁ କାଶ୍ମୀର ପୋଲିସ ୧୦ ଆତଙ୍କବାଦୀଙ୍କ ହିଟ୍ ଲିଷ୍ଟ ଜାରି କରିଛି । ଏହି ତାଲିକାରେ ତିନୋଟି ନୂତନ ନାମ ଯୋଡ଼ି ହୋଇଛି । ସୁରକ୍ଷା ବାହିନୀ ସମେତ ପୋଲିସ ଆତଙ୍କବାଦୀଙ୍କ ଉପରେ ନଜର ରଖିଛି । ସୋମବାର ଦିନ ଆତଙ୍କବାଦୀଙ୍କ ତାଲିକା ଟ୍ୱିଟରରେ ପ୍ରକାଶ କରିଛନ୍ତି ଆଇଜି ବିଜୟ କୁମାର ।

ପୋଲିସ୍ ଦ୍ୱାରା ଜାରି ହୋଇଥିବା ହିଟ୍ ଲିଷ୍ଟରେ ସଲିମ ପରରେ, ଅବାସ ଶେଖ, ୟୁସୁଫ କାନ୍ତରୁ, ରିୟାଜ ଶିତେରଗୁଣ୍ଡ, ଫାରୁକ ନଲି, ଜୁବେର ୱାନି ଏବଂ ଆଶରଫ ମୌଲଭି ଆଦି ଆତଙ୍କବାଦୀଙ୍କ ନାମ ରହିଛି । ଏହାସହ ସାକିବ ମଞ୍ଜୁର, ଉମର ମୁଶତାକ ଖାଣ୍ଡେ ଏବଂ ୱକିଲ ଶାହାଙ୍କ ପରି ନାମ ନୂଆ ଆତଙ୍କବାଦୀଙ୍କ ନାମ ମଧ୍ୟ ହିଟ ଲିଷ୍ଟରେ ରହିଛି । ଆଇଜି ବିଜୟ କୁମାରଙ୍କ ଅନୁଯାୟୀ ବର୍ତ୍ତମାନ ଏହି ସମସ୍ତ ଆତଙ୍କବାଦୀ ହିଟ୍ ଲିଷ୍ଟରେ ଅଛନ୍ତି । ସେମାନଙ୍କୁ ଖୁବ ଶୀଘ୍ର ଧରିବା ପାଇଁ ସ୍ୱତନ୍ତ୍ର ଅପରେସନ ଚାଲିଛି ।

ଚଳିତ ବର୍ଷ ଭୁସ୍ୱର୍ଗ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୮୯ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସେଥି ମଧ୍ୟରୁ ୭ ଜଣ ବିଦେଶୀ ଆତଙ୍କବାଦୀ ଥିଲେ । ବର୍ତ୍ତମାନ କାଶ୍ମୀର ଉପତ୍ୟକାରେ ପ୍ରାୟ ୨୦୦ ରୁ ୨୨୫ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ପୂର୍ବ ବର୍ଷ ତୁଳନାରେ ଏହି ସଂଖ୍ୟା ହ୍ରାସ ପାଇଛି । ୨୦୧୯ରେ କାଶ୍ମୀରରେ ପ୍ରାୟ ୪୦୦ ଆତଙ୍କବାଦୀ ସକ୍ରିୟ ଥିଲେ । ୨୦୨୦ରେ ଏହି ସଂଖ୍ୟା ୩୦୦କୁ ହ୍ରାସ ପାଇଥିଲା ।

ଗତ କିଛି ଦିନ ପୂର୍ବରୁ ଆତଙ୍କବାଦୀ ଶାକିର ଅଲତାଫ ଭଟ ଏନକାଉଣ୍ଟରେ ନିହତ ହୋଇଥିଲା । ଆତଙ୍କବାଦୀ ମୃତ୍ୟୁ ପରେ ତଥା ଅନୁସନ୍ଧାନରେ ପରବର୍ତ୍ତୀ ତଥ୍ୟ ଜାମ୍ମୁ କାଶ୍ମୀରର ସୁରକ୍ଷା ପ୍ରତିଷ୍ଠାନ ପାଇଁ ଆଲର୍ଟ ଜାରି କରାଯାଇଛି । ଶାକିର ପାସପୋର୍ଟ ନେଇ ୨୦୧୮ରେ ଅଧ୍ୟୟନ ପାଇଁ ପାକିସ୍ତାନ ଯାଇଥିଲା ଓ ସେଠାରୁ ଆତଙ୍କବାଦୀ ହୋଇ ଫେରିଥିଲା ।

ସୂଚନା ଅନୁସାରେ ୨୦୧୫ରୁ ୨୦୧୯ ମଧ୍ୟରେ ଜାରି କରାଯାଇଥିବା ପାସପୋର୍ଟ ଉପରେ କଡ଼ା ନଜର ରଖିଥିଲେ ସୁରକ୍ଷା ଏଜେନ୍ସି । ବାଂଲାଦେଶ କିମ୍ବା ପାକିସ୍ଥାନକୁ ଅଧ୍ୟୟନ ପାଇଁ ଯାଇଥିବା ୪୦ ଜଣ ଯୁବକଙ୍କ ମଧ୍ୟରୁ ୨୮ଜଣ ତାଲିମପ୍ରାପ୍ତ ଆତଙ୍କବାଦୀ ଭାବରେ ଦେଶକୁ ଫେରିଥିବା ଯାଂଚରୁ ଜଣାପଡ଼ିଛି । ଏଥିସହ ୧୦୦ ରୁ ଅଧିକ କାଶ୍ମୀରୀ ଯୁବକ ସ୍ୱଳ୍ପ ସମୟ ପାଇଁ ଭିସା ନେଇ ପାକିସ୍ତାନ ଯାତ୍ରା କରିଥିଲେ । ତେବେ ସେମନେ ଗତ ତିନିବର୍ଷ ମଧ୍ୟରେ ଫେରି ନାହାନ୍ତି, କିମ୍ମ୍ବା ଯଦି ବି ଫେରିଛନ୍ତି ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ ।