• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କଶ୍ମୀର: ପୁଣି ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ। ଟାର୍ଗେଟ୍‌ରେ ସାଧାରଣ ନାଗରିକ। ଆଜି କୁଲଗାମ୍ ଓ୍ୱାନପୋରେ ଆତଙ୍କୀଙ୍କ ଗୁଳିମାଡ଼ରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି। ୨ ମୃତକଙ୍କ ନାଁ ରାଜା ରେଶି ଦେବ ଓ ଯୋଗୀନ୍ଦର ରେଶି ଦେବ ଏବଂ ଆହତଙ୍କ ନାଁ ଚୁନଚୁନ୍ ରେଶି ଦେବ୍। ଏମାନେ ସମସ୍ତେ ବିହାରର ବୋଲି ସୂଚନା ମିଳିଛି। ଗତକାଲି ପୁଲଓ୍ୱାମାରେ ବିହାରର ଏକ ଗୁପଚୁପ୍ ବାଲା ଏବଂ ଉତ୍ତରପ୍ରଦେଶର ଏକ ବଢ଼େଇଙ୍କୁ ମଧ୍ୟ ଆତଙ୍କୀ ହତ୍ୟା କରିଥିଲେ। ଗତ ୨ ସପ୍ତାହ ଭିତରେ ଆତଙ୍କୀଙ୍କ ଗୁଳିରେ ୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେଲାଣି।

ସେପଟେ ବାରମ୍ବାର ଏଭଳି ଅଣ-କାଶ୍ମିରୀ ଶ୍ରମିକଙ୍କୁ ଟାର୍ଗେଟ୍ କିଲିଂ କରାଯିବା ପରେ ଚିନ୍ତାରେ ଜାମ୍ମୁ-କାଶ୍ମୀର ପୋଲିସ। କାଶ୍ମୀରରେ ଥିବା ସମସ୍ତ ଅଣ-ସ୍ଥାନୀୟ ଶ୍ରମିକଙ୍କୁ ତୁରନ୍ତ ନିକଟସ୍ଥ ଥାନା, CAPF ଓ ସେନା କାର୍ଯ୍ୟାଳୟ କିମ୍ବା କ୍ୟାମ୍ପକୁ ସ୍ଥାନାନ୍ତର କରିବାକୁ ସବୁ ଡିଆଇଜିଙ୍କୁ ଚିଠି ଲେଖିଛନ୍ତି ପୋଲିସ ଆଇଜି।

ସେପଟେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କୁଲଗାମ୍ ଆକ୍ରମଣରେ ୨ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାରାଶି ଘୋଷଣା କରିବା ସହ ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇ ଘଟଣା ସଂପର୍କରେ ଚିନ୍ତା ପ୍ରକାଶ କରିଛନ୍ତି।