• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସତୀଶ ଧାୱନ ସ୍ପେସ ସେଣ୍ଟରରୁ GSLV F-10 ରକେଟ ଦ୍ୱାରା ପଠାଗଲା EOS-03 ଉପ୍ରଗହ

  • କ୍ରାୟୋଜେନିକ ଷ୍ଟେଜରେ ତ୍ରୁଟି ଯୋଗୁଁ ମିଶନର ଲକ୍ଷ୍ୟ ପୂରଣ ହୋଇ ନଥିବା ସୂଚନା ଦେଲେ ଇସ୍ରୋ ମୁଖ୍ୟ କେ. ଶିବନ

ଇସ୍ରୋର ଆଇ ଇନ୍ ସ୍କାଏ ମିଶନ ସଫଳ ହୋଇପାରିନାହିଁ । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ୧୨ ଅଗଷ୍ଟ ସକାଳ ୬.୪୫ ରେ ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ବଞ୍ଚିତ ହୋଇଛି । ଆଜି ସକାଳେ GSLV F-10 ରକେଟ ସାହାଯ୍ୟରେ EOS-03 ଉପଗ୍ରହ ଉତକ୍ଷେପଣ କରାଯାଇଥିଲା । ହେଲେ ତାହା ଲକ୍ଷ୍ୟ ପୂରଣ କରିପାରି ନଥିବା ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍ । କିନ୍ତୁ ମିଶନ୍ ସମୟର 10 ସେକେଣ୍ଡ ପୂର୍ବରୁ ନଷ୍ଟ ହୋଇଯାଇଥିଲା । କ୍ରାୟୋଜେନିକ ଷ୍ଟେଜରେ କିଛି ତ୍ରୁଟି ଦେଖାଦେବାରୁ ଯେଉଁ ସବୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା, ତାହା ହୋଇପାରି ନାହିଁ । ମିଶନ ସଫଳ ହୋଇପାରିଲା ନାହିଁ କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ।

ତୁରନ୍ତ ISRO ଦ୍ୱାରା ପରିଚାଳିତ ଲାଇଭ୍ ପ୍ରସାରଣ ବନ୍ଦ କରି ଦିଆଗଲା । ମିଶନ୍ ସଫଳ ହୋଇଥିଲେ, ତେବେ ଏହି ଉପଗ୍ରହ ସକାଳ ପ୍ରାୟ ୧୦.୩୦ ରୁ ଭାରତର ଫଟୋ ଉଠାଇବା ଆରମ୍ଭ କରିଥାନ୍ତା । ଆଜି ସକାଳେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରେଥିବା ସତୀଶ ଧଓ୍ୱନ ସ୍ପେସ୍ ସେଣ୍ଟରରୁ ୫ଟା ୪୩ ମିନିଟରେ GSLV F-10 ଉତକ୍ଷେପଣ କରାଯାଇଥିଲା । ୧୮.୩୯ ମିନିଟର ଥିଲା ପୂରା ଯାତ୍ରା । ହେଲେ ଦୁର୍ଭାଗ୍ୟବଶତଃ ଶେଷ ସମୟରେ କ୍ରାୟୋଜେନିକ ଇଂଜିନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା ।ଏହି ରକେଟର ଉଚ୍ଚତା ୫୨ ମିଟର ଥିଲା ଏବଂ ଓଜନ ୪୧୪.୭୫ ଟନ୍ । ଏହା ୨୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହ ବହନ କରିବାର କ୍ଷମତା ବହନ କରେ । EOS-3 ଉପଗ୍ରହର ଓଜନ ୨୨୬୮ କିଲୋଗ୍ରାମ । EOS-3 ଉପଗ୍ରହ ଆଜି ପର୍ଯ୍ୟନ୍ତ ଭାରତ ଉତକ୍ଷେପଣ କରିଥିବା ସ୍ୟାଟେଲାଇଟ ମଧ୍ୟରୁ ସବୁଠାରୁ ଓଜନିଆ ।

ଆର୍ଥ ଅର୍ବିଟ ସାଟେଲାଇଟ-୩କୁ ନେଇ ଏହା ମହାକାଶକୁ ଯାଇଥିଲା । ଯଦି ମିଶନ ସଫଳ ହୋଇଥାନ୍ତା, EOS-3 ଅଆଶରେ ଭାରତର ଆଖି ଭଳି କାକ କରିଥାନ୍ତା । ଏହା ପ୍ରତ୍ୟେକ ଦିନ ଦେଶର ୪-୫ ଥର ଫଟୋ ଉଠାଇଥାନ୍ତା । ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲାରେ ଏହା ଉପଯୋଗୀ ହୋଇଥାନ୍ତା । ତା ସହିତ ଖଣିଜ ପଦାର୍ଥ, ଜଳସ୍ରୋତ, ଫସଲ ଓ ଜଙ୍ଗଲ ଉପରେ ମଧ୍ୟ ନଜର ରଖାଯାଇ ପାରିବ । ୪୨୦ ଟନ୍ ଓଜନ ବିଶିଷ୍ଟ GSLV F-10 ର ରକେଟର ଉଚ୍ଚତା ହେଉଛି ୫୧ ଦଶମିକ ସାତ ।