• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆଫଗାନିସ୍ତାନ ସ୍ଥିତିକୁ ନେଇ CDS ବିପିନ ରାୱତଙ୍କ ବଡ଼ ବୟାନ ।

  • ଆମେ ଯାହା ଆଶଙ୍କା କରିଥିଲୁ ତାହା ହିଁ ହେଲା ଆଫଗାନିସ୍ତାନରେ ।

  • ଏବେ ଚିନ୍ତାରେ ପଡ଼ିଯାଇଛି ତାଲିବାନ ।

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତିକୁ ନେଇ CDS ବିପିନ ରାୱତଙ୍କ ବଡ଼ ବୟାନ । ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଆଫ୍‌ଗାନିସ୍ତାର ସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଆଉ କହିଛନ୍ତି, ‘ଆଫଗାନିସ୍ତାରେ ଏଭଳି ସ୍ଥିତି ଉପୁଜିବ ବୋଲି ଆମେ ପୂର୍ବରୁ ଆଶଙ୍କା କରିଥିଲୁ । କିନ୍ତୁ ଏଭଳି ପରିସ୍ଥିତି ଏତେ ଶୀଘ୍ର ଆସିବ ବୋଲି ଆଶା ନଥିଲା । ଏଭଳି ସ୍ଥିତି ଆଉ କିଛି ମାସ ପରେ ଆସିବ ବୋଲି ଭାବିଥିଲୁ, ମାତ୍ର ଏହା ଖୁବ୍‌ଶୀଘ୍ର ଘଟିଲା । ତେବେ ୨୦ ବର୍ଷ ତଳେ ଯେଉଁ ତାଲିବାନର କାର୍ଯ୍ୟକଳାପ ଯହା ଥିଲା ତାହା ଏବେ ମଧ୍ୟ ରହିଛି । ତାଲିବାନ୍‌ର କାର୍ଯ୍ୟକଳାପରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ କେବଳ ଏତିକି ପରିବର୍ତ୍ତନ ହୋଇଛି ଯେ, ୨୦ ବର୍ଷ ତଳେ ତାଲିବାନର ଯେଉଁମାନେ ସହଯୋଗୀ ଥିଲେ ସେମାନେ ଆଉ ନାହାନ୍ତି । ଏବେ ତାଲିବାନର ନୂଆ ସହଯୋଗୀ ରହିଛନ୍ତି । ସହଯୋଗୀମାନଙ୍କୁ ନେଇ ଏବେ ତାଲିବାନ, ଆଫ୍‌ଗାନିସ୍ତାନ ଉପରେ କବ୍‌ଜା କରିଛି ।

ଅନ୍ୟପଟେ ସିଡିଏସ୍‌ ବିନିନ ରାୱତ ଆହୁରି ମଧ୍ୟ କହିଛନ୍ତି ଯେ, ଆଫ୍‌ଗାନିସ୍ତାନରୁ ତାଲିବାନ ଆତଙ୍କବାଦୀ ଭାରତ ମଧ୍ୟ ଆସିପାରନ୍ତି । ଭାରତ ଉପରେ ମଧ୍ୟ ତାଲିବାନ ଆତଙ୍କୀଙ୍କ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ତେଣୁ ନୂଆ ଦିଲ୍ଲୀରେ ଏନେଇ ଆଲୋଚନା କରାଯାଉଛି । ଭାରତୀୟ ସେନା ଏନେଇ ତାଲିବାନ ମୁକାବିଲା ପାଇଁ ପ୍ରସ୍ତୁତ ଅଛି । ଆଫ୍‌ଗାନିସ୍ତାରୁ ଲୋକଙ୍କୁ ଉଦ୍ଧାର କରି ଭାରତ ଅଣାଯାଉଛି । ଏହି ସମୟରେ ଯଦି କିଛି ଆତଙ୍କୀ କାର୍ଯ୍ୟକଳାପ ସାମ୍ନାକୁ ଆସେ, ତେବେ ଭାରତ ଏହାର ମୁହଁତୋଡ଼ ଜବାବ ଦେବ । ଆତଙ୍କବାଦୀଙ୍କ ସହ ଭାରତୀୟ ସେନା ଯେଉଁଭଳି ଭାବେ ବ୍ୟବହାର କରେ ତାଲିବାନକୁ ମଧ୍ୟ ସେହି ସମାନ ବ୍ୟବହାର କରାଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱ ସ୍ତରରେ ଆତଙ୍କୀ ସଂଗଠନ ସହ ଲଢ଼ିବା ପାଇଁ ଯଦି କେହି ସହଯୋଗର ହାତ ବଢ଼ାଇବେ ତେବେ ଏହାକୁ ସ୍ୱାଗତ କରାଯିବ । ଏହାସହ ଯଦି କେହି ବୁଦ୍ଧିଜୀବୀ କିଛି ଉପଦେଶ ଦେବେ ତାହା ମଧ୍ୟ ଆମେ ଗ୍ରହଣ କରିବୁ । 

ଅନ୍ୟପଟେ ଆଫ୍‌ଗାନିସ୍ତାନରେ ଧୀରେ ଧୀରେ ଉଗ୍ର ହେଉଛି ତାଲିବାନ୍‌ । ହଜାର ହଜାର ସଂଖ୍ୟକ ନାଗରିକ ଦେଶ ଛାଡି ଚାଲିଯାଉଥିବାରୁ ସେ ଏବେ ଚିନ୍ତାରେ ପଡ଼ିଯାଇଛି । ସୂଚନା ଅନୁସାରେ, କାବୁଲ ବିମାନବନ୍ଦରକୁ ଆଉ ଆଫଗାନୀ ନାଗରିକଙ୍କୁ ଛାଡୁନି ତାଲିବାନ । ବିମାନ ବନ୍ଦରର ସମସ୍ତ ରାସ୍ତାକୁ ସିଲ୍ କରି ପଳାୟନ ରୋକୁଛି । 

ନିଜ ନାଗରିକଙ୍କ ନିରବିଚ୍ଛିନ୍ନ ପଳାୟନ ରୋକିବାକୁ ଅନ୍ୟ ଉପାୟ ନପାଇ ଶେଷରେ କାବୁଲ ବିମାନ ବନ୍ଦରର ସମସ୍ତ ପ୍ରବେଶ ପଥ ସିଲ୍ କରିଛି। କେବଳ ବିଦେଶୀ ନାଗରିକଙ୍କୁ ଏୟାରପୋର୍ଟ ପ୍ରବେଶ ପାଇଁ ଅନୁମତି ଦେଉଛି । ଲକ୍ଷ ଲକ୍ଷ ଅଫାଗାନୀ ଦେଶ ଛାଡ଼ିବା ପରେ, ଦେଶର ଅର୍ଥନୀତି ସଙ୍କଟରେ ପଡିବା ଆଶଙ୍କାରେ ଘାରି ହେଲାଣି ତାଲିବାନ୍ । ଏମିତିକି ନାଗରିକଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା, ମହିଳାଙ୍କୁ ଅଧିକାର ଓ ନିଜ ଦେଶରେ ଥିବା ଆୟର ଉତ୍ସକୁ ସଠିକ୍ ବିନିଯୋଗ କରିବାର ପ୍ରତିଶ୍ରୁତି ଦେଉଥିଲେ ବି ଏହା ନାଗରିକଙ୍କ ପଳାୟନ ରୋକି ପାରୁନାହିଁ ।