• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ନାଗରିକଙ୍କୁ ବାୟୁସେନାର ଅନୁରୋଧ

  • ରାସ୍ତା ଘାଟରେ ଅଳିଆ ଓ ଖାଦ୍ୟ ସାମଗ୍ରୀ ନପକାଇବାକୁ ଅନୁରୋଧ କଲା ବାୟୁ ସେନା

ନୂଆଦିଲ୍ଲୀ: ନାଗରିକଙ୍କୁ ବାୟୁ ସେନାର ଅନୁରୋଧ । ରାସ୍ତା ଘାଟରେ ତଥା ଖୋଲା ସ୍ଥାନରେ ଅଳିଆ ଆବର୍ଜନା ନପକାଇବାକୁ ଦିଲ୍ଲୀ, ଗାଜିଆବାଦ ଓ ତାର ନିକଟସ୍ଥ ଅଞ୍ଚଳର ଜନସାଧାରଣଙ୍କୁ ବାୟୁସେନା ପକ୍ଷରୁ ଅନୁରୋଧ କରାଯାଇଛି । ରାସ୍ତାଘାଟ ତଥା ଖୋଲାସ୍ଥାନରେ ଖାଇବା ଜିନିଷ ପକାଇବାରୁ ସେଠାରେ ବିଭିନ୍ନ ପକ୍ଷୀ ଜମା ହେଉଛନ୍ତି । ଫଳରେ ବାୟୁସେନା ଦିବସରେ ହେବାକୁ ଥିବା ସେନା ଅଭ୍ୟାସ ସମୟରେ ସେମାନଙ୍କ ପାଇଁ ବାଧା ସୃଷ୍ଟି ହେଉଛି । ଆଉ ଏହା ବିମାନ ପାଇଁ ବିପଦଜ୍ଜନ ହୋଇଥାଏ ।

ପ୍ରତିବର୍ଷ ଅକ୍ଟୋବର ୮କୁ ବାୟୁ ସେନା ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୮ ତାରିଖ ସକାଳ ୮ଟାରେ ବିମାନର ଷ୍ଟଣ୍ଟ ଆରମ୍ଭ ହେବ ଏବଂ ଆକାଶ ଗଙ୍ଗା ଦଳର ସାହସୀ AN-32 ବିମାନ ରଙ୍ଗୀନ ପାରାଚ୍ୟୁଟ୍ ସହିତ ଅବରତଣ କରିବେ । ବାୟୁସେନାର ଅନୁସାରେ ପକ୍ଷୀମାନଙ୍କ କାରଣରୁ ତଳ ସ୍ତରରେ ବିମାନ ଉଡ଼ାଣ ବିପଦଜ୍ଜନକ ଅଟେ । ଖୋଲା ସ୍ଥାନରେ ଖାଦ୍ୟ ପଦାର୍ଥ ଫୋପାଡ଼ୁଥିବା ଯୋଗୁଁ ପକ୍ଷୀମାନେ ଜମା ହୁଅନ୍ତି । ବିମାନ ଓ ପାଇଲଟର ସୁରକ୍ଷା ପାଇଁ ଦିଲ୍ଲୀ, ଗାଜିଆବାଦ ଏବଂ ଏହାର ଆଖପାଖର ସମସ୍ତ ନାଗରିକଙ୍କୁ ସଚେତନ ହେବା ସହ ଖୋଲା ସ୍ଥାନରେ ଖାଦ୍ୟ ସାମଗ୍ରୀ ଏବଂ ଆବର୍ଜନାକୁ ନପକାଇବାକୁ ଅନୁରୋଧ କରାଯାଇଛି ।

ଏହାସହ ଯଦି କୌଣସି ଖୋଲା ସ୍ଥାନରେ ପଶୁ ପକ୍ଷୀଙ୍କ ମୃତଦେହ ପଡିରହିଛି, ତେବେ ନିକଟସ୍ଥ ୟୁନିଟ୍ କିମ୍ବା ପୋଲିସ୍ ଷ୍ଟେସନକୁ ଜଣାଇବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଯାହାଦ୍ୱାରା ସେହି ସ୍ଥାନକୁ ତୁରନ୍ତ ସଫା କରାଯାଇପାରି । ଏହାସହ 9434378478 ଫୋନ୍ ନମ୍ବରରେ କଲ କିମ୍ବା SMS କରି ପଶୁପକ୍ଷୀଙ୍କ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଇବାକୁ ଅନୁରୋଧ କରିଛନ୍ତି । ବାୟୁସେନାର ବୟାନ୍‌ ଅନୁସାରେ, ବାୟୁ ସେନା ଯେଉଁ ତଳିଆ ସ୍ଥାନରେ ଉଡାଣ ଭରିବ, ସେଥିମଧ୍ୟରୁ ବଜିରପୁର ବ୍ରିଜ୍- କରୱାଲନଗ, ଫଜଲପୁର-ହିଣ୍ଡନ୍, ଶାମଲି-ଜିଭାନା-ଚନ୍ଦିନଗର-ହିଣ୍ଡନ୍ ଆଦି ସାମିଲ ରହିଛି  ।