• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କରୋନା ବିରୋଧୀ ଯୁଦ୍ଧରେ ବଡ଼ ସଫଳତା ହାସଲ କଲା ଭାରତ

  • ଶୁକ୍ରବାର ଦିନ ୪୩. ୨୯ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଛି

ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧୀ ଯୁଦ୍ଧରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୫୦ କୋଟିରୁ ଅଧିକ ଡୋଜ୍ ଟିକାକରଣ କରାଯାଇଛି । ଆଉ ଏଥିମଧ୍ୟରୁ କେବଳ ଶୁକ୍ରବାର ଦିନ ୪୩. ୨୯ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଛି । ଏନେଇ ନିଜେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ବିରୋଧୀ ଲଢ଼େଇରେ ଟିକାକରଣ ଭାରତକୁ ଅତୁଳନୀୟ ଶକ୍ତି ଦେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସଂଖ୍ୟାକୁ ଆଗକୁ ବୃଦ୍ଧି କରିବା ପାଇଁ ଉଦ୍ୟମ ଚାଲିଛି । ଦେଶର ସମସ୍ତ ନାଗରିକମାନେ କିପିରି ମାଗଣା ଟିକା ପାଇପାରିବେ, ତା’ଉପରେ ଗୁରୁତ୍ୱ ଦିଆଯାଇଛି ।

ତେବେ ଦେଶରେ ଚାଲିଥିବା ଟିକାକରଣରକୁ ଏକ ଐତିହାସିକ ଉପଲବ୍ଧି କହି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ମଧ୍ୟ ଟ୍ୱିଟ୍ କରିଛନ୍ତି । କରୋନା ଟିକାକରଣରେ ଭାରତ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ଦେଶରେ ୫୦ କୋଟି ଲୋକଙ୍କର ଟିକାକରଣ ହୋଇସାରିଛି । ସେହିପରି ଟିକାକରଣକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱର ସବୁଠାରୁ ବଡ କୋଭିଡ୍ ଟିକାକରଣ ଅଭିଯାନ ବର୍ତ୍ତମାନ ସୁଦ୍ଧା ୫୦ କୋଟି ପାର କରିସାରିଛି । ଏହା ଦେଶ ପାଇଁ ସବୁଠାରୁ ବଡ଼ କିର୍ତ୍ତିମାନ । କମ ସମୟ ମଧ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ଦେଶବାସୀଙ୍କ ଜୀବନରକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦାୟିତ୍ୱବୋଧ ପାଇଁ ଏହା ସମ୍ଭବ ହୋଇଛି ।

 

 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଶୁକ୍ରବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦେଶରେ ୪୩.୨୯ ଲକ୍ଷରୁ ଅଧିକ ଡୋଜ (୪୩,୨୯,୬୭୩) ଟିକାକରଣ ହୋଇଛି । ଶୁକ୍ରବାର ଦିନ ୧୮ ରୁ ୪୪ ବର୍ଷ ବୟସର ୨୨,୯୩,୭୮୧ ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇ ଥିବାବେଳେ ୪,୩୨,୨୮୧ ଜଣଙ୍କୁ ଦ୍ୱିତୀୟ ଡୋଜ ଦିଆ ଯାଇଥିଲା । ବର୍ତ୍ତମାନ ସୁଦ୍ଧା ୧୮ ରୁ ୪୪ ବର୍ଷ ବୟସର ୧୭,୨୩,୨୦,୩୯୪ ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇ ଥିବାବେଳେ ୧,୧୨,୫୬,୩୧୭ ଲୋକଙ୍କୁ ଉଭୟ ଡୋଜ ଦିଆଯାଇଛି । ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ ପରୀ ପାଞ୍ଚଟି ରାଜ୍ୟରେ ୧୮-୪୪ ବର୍ଷ ବୟସରେ ଏକ କୋଟିରୁ ଅଧିକ ଡୋଜ ଦିଆଯାଇଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।