• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଆକ୍ସନ ମୁଡରେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ମନସୁଖ ମାଣ୍ଡଭିୟା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ କିଛି ପରିବର୍ତ୍ତନ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁସାରେ ମନ୍ତ୍ରଣାଳୟର ପ୍ରତ୍ୟେକ ମହଲାରେ ଏକ ବକ୍ସ ଲଗାଯାଇଛି । କାଠରେ ତିଆରି ଏହି ବାକ୍ସରେ ଲେଖାଯାଇଛି ଆଇଡିଆ ବକ୍ସ । ନିର୍ମାଣ ଭବନରେ ପ୍ରବେଶ କରିବା ମାତ୍ରେ ଏହି ବକ୍ସ ଉପରେ ପ୍ରଥମେ ସମସ୍ତଙ୍କର ନଜର ପଡ଼ୁଛି ।

ଦାୟିତ୍ୱ ଗ୍ରହଣ ପରେ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ

ମନସୁଖ ମାଣ୍ଡଭିୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ ପରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ । ଆଉ ଏହି ବୈଠକରେ ନିଜର କାର୍ଯ୍ୟଶୈଳୀ ସମ୍ପର୍କରେ କହିଥିଲେ । ଯେଉଁଥିରେ ବଡ ଟାର୍ଗେଟକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରିବାକୁ କୁହାଯାଇଥିଲା । ସେହିପରି ୱର୍କ କଲଚରରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ବିଭାଗରେ ଆଇଡିଆ ବକ୍ସ ସ୍ଥାପନ କରିବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ ମାଣ୍ଡଭିଆ କହିଥିଲେ । ନିର୍ଦ୍ଦେଶର ତୁରନ୍ତ ପରେ ମନ୍ତ୍ରଣାଳୟର ପ୍ରତ୍ୟେକ ଫ୍ଲୋରରେ ଆଇଡିଆ ବକ୍ସ ଲଗାଇ ଦିଆଯାଇଛି । ସମସ୍ତ ଆହ୍ୱାନର ମୁକାବିଲା କରିବାରେ ଆଇଡିଆ ବକ୍ସ ସହାୟକ ହୋଇପାରେ ବୋଲି ଆଶା କରାଯାଉଛି ।

ଅଧିକାରୀମାନଙ୍କୁ ମାଣ୍ଡଭିୟଙ୍କ ନିର୍ଦ୍ଦେଶ

କୌଣସି ସମସ୍ୟା ସମ୍ପର୍କରେ କହିବା ସମୟରେ ଏହାର ସମାଧାନ ବିଷୟରେ ମଧ୍ୟ ଧାରଣା ରଖିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଯଦ୍ୱାରା ମନ୍ତ୍ରଣାଳୟର କାର୍ଯ୍ୟକାରିତା ଏବଂ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସିପାରିବ । ଅଧିକାରୀମାନଙ୍କୁ ୩ଟି ବିଭାଗୀୟ ଲକ୍ଷ୍ୟ ସ୍ଥିର କରିବାକୁ ତଥା ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାମ ହାସଲ କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ଅଧିକାରୀଙ୍କ ସମସ୍ତ କାର୍ଯ୍ୟକଳାପକ ଉପରେ ତୀକ୍ଷ୍ଣ ନଜର ରଖାଯାଉଥିବା ମଧ୍ୟ କହିଛନ୍ତି ।

ସୂଚନାଯୋଗ୍ୟ ଆସନ୍ତା ମାସରେ ୧୮ବର୍ଷରୁ କମ ବୟସର ପିଲାଙ୍କୁ କରୋନା ଟିକା ଦିଆଯିବ ବୋଲି ବିଜେପିର ସଂସଦୀୟ ବୈଠକରେ ସୂଚନା ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ବର୍ତ୍ତମାନ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାର ପରୀକ୍ଷା ଚାଲିଛି । ପରୀକ୍ଷଣ ସଫଳ ହେଲେ ୨ ରୁ ୧୭ ବର୍ଷ ପିଲାଙ୍କୁ ପ୍ରଦାନ କରାଯିବ ।