• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସାମ୍ନାରେ ଥିଲା ପ୍ରତିକୂଳ ପରିସ୍ଥତି, ହାରିଗଲେନି

  • ମାତ୍ର ୨୨ ବର୍ଷରେ ପ୍ରଥମ ପ୍ରୟାସରେ ଆଇଏଏସ୍ ପରୀକ୍ଷାରେ ଉତୀର୍ଣ୍ଣ ହେଲେ ହିମାଂଶୁ

  • ତାଙ୍କ କାହାଣୀ ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟକ

ଜୟପୁର : ଦୃଢ଼ ମନୋବଳ ଭାଙ୍ଗି ପାରିଲାନି ପ୍ରତିକୂଳ ପରିସ୍ଥିତି । କଠିନ ପରିଶ୍ରମ ଆଗରେ ହାର ମାନିଲା ମାନସିକ ଚାପ ଓ ବ୍ୟକ୍ତିଗତ କାରଣ । ମାତ୍ର ୨୨ ବର୍ଷରେ ପ୍ରଥମ ପ୍ରୟାସରେ ଆଇଏଏସ୍ ହୋଇ ସଫଳତା ପାଇଲେ ହରିୟାଣାର ହିମାଂଶୁ ନାଗପାଳ । ତାଙ୍କ କାହାଣୀ ଅନ୍ୟ ମାନଙ୍କ ପାଇଁ ଖୁବ୍ ପ୍ରେରଣାଦାୟକ । ପରୀକ୍ଷା ପୂର୍ବରୁ ବାପା ଏବଂ ଭାଇଙ୍କୁ ହରାଇ ମାନସିକ ଚାପରେ ଥିଲେ । ପାଠ ପଢ଼ିପାରୁନଥିଲେ, ପରିଶ୍ରମ କରି ଆଇଏଏସ ପରୀକ୍ଷାରେ ଉତୀର୍ଣ୍ଣ ହେଲେ।

ହିମାଂଶୁ ନାଗପାଲ ହରିୟାଣାର ଏକ ଗାଁର ବାସିନ୍ଦା । ହିନ୍ଦୀ ମାଧ୍ୟମରେ ଇଣ୍ଟରମିଡ଼ିଏଟ୍ ପାସ୍ କରିଥିଲେ । ତେବେ ପାଠପଢ଼ାରେ ବେଶ୍ ମେଧାବୀ ନଥିଲେ ହିମାଂଶୁ । ପାଠପଢ଼ାରେ ତାଙ୍କର ବିଶେଷ ମନ ନଥିଲା । ପ୍ରଥମ ଥର ପାଇଁ କଲେଜ ଯିବା ସମୟରେ ସାଥୀରେ ଥିଲେ ତାଙ୍କ ବାପା । କଲେଜରେ ନୋଟିସ ବୋର୍ଡରେ ଲାଗିଥିବା ଟପ୍ପର ତାଲିକା ଦେଖି ତାଙ୍କ ବାପା କହିଥିଲେ, ମୁଁ ଚାହେଁ ଏହି ତାଲିକାରେ ମୋ ପୁଅର ନାଁ ରହୁ । ତେବେ ଘରକୁ ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ ହିମାଂଶୁଙ୍କ ବାପା । ଆଉ ସେବେଠାରୁ ତାଙ୍କ ଜୀବନର ମୋଡ଼ ବଦଳି ଯାଇଥିଲା ।

ଆଇଏଏସ୍ ଅଧିକାରୀ ହିମାଂଶୁ ନାଗପାଲ ପ୍ରଥମ ପ୍ରୟାସରେ କ୍ଲିୟର୍ କରିଥିଲେ ୟୁପିଏସସି ପରୀକ୍ଷା । ଅଳ୍ପ ବୟସରେ ସଫଳତା ପାଇଁ ବାପାଙ୍କୁ ସେ ସପୂର୍ଣ୍ଣ ଶ୍ରେୟ ଦିଅନ୍ତି । ସ୍ନାତକୋତ୍ତର ସମୟରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ହିମାଂଶୁଙ୍କ ବାପା । ତଥାପି ସେ ହାରିଯାଇ ନଥିଲେ । ମୃତ୍ୟୁ ସମୟରେ ବାପାଙ୍କ ସେଇ ଶେଷ ଶବ୍ଦ ତାଙ୍କୁ ଶୁଆଇ ଦେଉନଥିଲା । ଆଉ ବାପାଙ୍କ କଥାକୁ ଅତି ଗମ୍ଭୀରତାର ସହ ନେଇ ପାଠପଢ଼ା ଆରମ୍ଭ କରିଥିଲେ ହିମାଂଶୁ ।

ହିମାଂଶୁଙ୍କ ବାପାଙ୍କ ମୃତ୍ୟୁର ମାତ୍ର କିଛି ମାସ ପରେ ତାଙ୍କ ଭାଇ ମଧ୍ୟ ଆରପାରିକୁ ଚାଲିଗଲେ। ବାପା ଏବଂ ବଡ ଭାଇଙ୍କ ଆକସ୍ମିକ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ହିମାଂଶୁ । ଚାରିଦିଗ ଅନ୍ଧାର ଦେଖାଯାଉଥିଲା, କାହା ସହ ମିଶୁନଥିଲେ । ଘରେ ଏକୁଟିଆ ବସି ରହୁଥିଲେ ଓ ପାଠପଢ଼ା ଉପରେ ମଧ୍ୟ ତାଙ୍କର ଧ୍ୟାନ ନଥିଲା । ବାପାଙ୍କ ଶେଷ କଥା ବାରମ୍ବାର କାନରେ ବାଜୁଥିଲେ ବି ସେ ପାଠ ପଢ଼ିପାରୁନଥିଲେ । ସବୁବେଳେ ବାପା ଓ ଭାଙ୍କ କଥା ଚିନ୍ତା କରୁଥିଲେ ।

ତେବେ ଏପରି ଅସୟମରେ ହିମାଂଶୁଙ୍କ କାକା ତାଙ୍କୁ ସାହସ ଦେଇ ସମ୍ଭାଳିଥିଲେ । ଶେଷରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜଣେ ଆଇଏଏସ୍ ଅଧିକାରୀ ହେବେ ବୋଲି ହିମାଂଶୁ ସ୍ଥିର କରିଥିଲେ । ଆଉ ଏଥିପାଇଁ ଦିନରାତି କଠିନ ପରିଶ୍ରମ କରିଥିଲେ ଏବଂ ପ୍ରଥମ ପ୍ରୟାସରେ UPSC ରେ ୨୬ତମ ରାଙ୍କରେ ଆସି ନିଜର ଓ ବାପାଙ୍କର ସ୍ୱପ୍ନକୁ ପୂରଣ କରିଥିଲେ ।