• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚଣ୍ଡୀଗଡ଼ : ଇସ୍ତଫା ପରେ ସିଦ୍ଧୁଙ୍କର ପ୍ରଥମ ଭିଡିଓ ବାର୍ତ୍ତା । ପଞ୍ଜାବ କଂଗ୍ରେସର ଅସ୍ଥିରତା ମଧ୍ୟରେ ଆଜି ନବଜୋତ ସିଂ ସିଦ୍ଧୁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବା ପରେ ନବଜୋତ ସିଂ ସିଦ୍ଧୁଙ୍କର ଏହା ହେଉଛି ପ୍ରଥମ ଭିଡିଓ ବାର୍ତ୍ତା । ଅଧିକାର ଓ ସତ ପାଇଁ ଲଢ଼େଇ ଜାରି ରଖିବା ସହ କୌଣସି ମତେ ବୁଝାମଣା କରିପାରିବେ ନାହିଁ ବୋଲି କହିଛନ୍ତି ସିଦ୍ଧୁ ।

ନବଜୋତ ସିଂ ସିଦ୍ଧୁ କହିଛନ୍ତି, 'ପ୍ରିୟ ପଞ୍ଜାବୀ ଭାଇମାନେ ୧୭ ବର୍ଷର ରାଜନୈତିକ ଯାତ୍ରା ଏକ ମହତ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା । ପଞ୍ଜାବର ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେହି ପ୍ରସଙ୍ଗର ରାଜନୀତି କରିବା ଥିଲା ମୂଳ ଲକ୍ଷ୍ୟ । ପଞ୍ଜାବାସୀଙ୍କ ବିକାଶ ମୋର ଧର୍ମ ଥିଲା ଏବଂ ଏହା ମୋର କର୍ତ୍ତବ୍ୟ । ମୁଁ କୌଣସି ବ୍ୟକ୍ତିଗତ ଯୁଦ୍ଧ କରୁନାହିଁ । ମୋର ସଂଗ୍ରାମ ପ୍ରସଙ୍ଗ ପାଇଁ, ପଞ୍ଜାବର ନିଜସ୍ୱ ଏଜେଣ୍ଡା ପାଇଁ । ଏହି ଏଜେଣ୍ଡା ସହିତ, ମୁଁ ମୋର ଅଧିକାର ପାଇଁ ସଂଗ୍ରାମ କରୁଛି, ଏଥିପାଇଁ କୌଣସି ଆପୋଷ ବୁଝାମଣା କରିପାରିବି ନାହିଁ ।

ଆହୁରି ନବଜୋତ ସିଂ ସିଦ୍ଧୁ ଆହୁରି କହିଛନ୍ତି, 'ମୋ ବାପା ମୋତେ କେବଳ ଗୋଟିଏ କଥା ଶିଖାଇଛନ୍ତି, ଯେଉଁଠାରେ ଅସୁବିଧା ଆସୁଛି, ସେଠାରେ ସତ୍ୟ ପାଇଁ ଲଢ଼େଇ କର । ସତ୍ୟ ସହ ଆପୋଷ ସମାଧାନ ସପକ୍ଷରେ ମୁଁ ନାହିଁ । ବାଦଲ ସରକାରଙ୍କୁ ଯେଉଁମାନେ କିଛି ସମୟ ପୂର୍ବରୁ କ୍ଲିନ୍ ଚିଟ୍ ଦେଇଛନ୍ତି, ପିଲାମାନଙ୍କ ଉପରକୁ ଗୁଳି ଚଳାଇଛନ୍ତି, ବର୍ତ୍ତମାନ ସେମାନଙ୍କୁ ନ୍ୟାୟ କରିବାର ଦାୟିତ୍ୱ ଦିଆଯାଇଛି । ଯେଉଁମାନେ ଜାମିନ ଦେଇଛନ୍ତି, ସେମାନେ ବର୍ତ୍ତମାନ ଆଡଭୋକେଟ୍ ଜେନେରାଲ୍ ।

ସେହିପରି ସିଦ୍ଧୁ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି, 'ମୁଁ ହାଇକମାଣ୍ଡକୁ ବିଭ୍ରାନ୍ତ କରିପାରିବି ନାହିଁ କିମ୍ବା ତାଙ୍କୁ ଭ୍ରମିତ ହେବାକୁ ଦେବିନି । ମୁଁ ପଞ୍ଜାବର ଲୋକଙ୍କ ପାଇଁ କିଛି ବଳିଦାନ ଦେବି, କିନ୍ତୁ ମୁଁ ମୋର ନୀତି ଉପରେ ଲଢ଼େଇ ଜାରି ରଖିଛି । ଦାଗୀ ନେତା, ଦାଗୀ ଅଧିକାରୀଙ୍କୁ ନେଇ ସରକାର ଗଢ଼ିହେବ ନାହିଁ ।