• translate
Prangyan Parimita

News Highlights

  • ନା କରୋନା ଚିନ୍ତା, ନା ନିୟମକୁ ଭୟ

  • କରୋନା ଭୟ ଭିତରେ ବେପରୁଆ ହେଉଛନ୍ତି ଲୋକେ

  • ଉତ୍ତରାଖଣ୍ଡ ମସୁରୀର ଭିଡିଓ ଭାଇରାଲ୍

ମସୁରୀ : କରୋନାକୁ ଖାତିର ନାହିଁ, ଜଳପ୍ରପାତରେ ଗାଧୋଇ ମଜା ନେଉଛନ୍ତି ହଜାର ହଜାର ପର୍ଯ୍ୟଟକ । କରୋନାର ଦ୍ୱିତୀୟ ଲହରୀ ସମ୍ପୂର୍ଣ୍ଣ ଭାବେ ଯାଇନଥିବା ବେଳେ ତୃତୀୟ ଲହରୀ ପାଇଁ ଚେତାବନୀ ଦେଲେଣି ବିଶେଷଜ୍ଞ । ତଥାପି ଲୋକଙ୍କୁ ମହମାରୀର ଭୟ ନାହିଁ । ଦ୍ୱିତୀୟ ଲହରୀ ସାମାନ୍ୟ ଥମିଥିବା ବେଳେ ବେପରୁଆ ହୋଇଯାଇଛନ୍ତି ଜନସାଧାରଣ । ଅନେକ ରାଜ୍ୟରେ କରୋନା କଟକଣା ହଟାଇବା ଯୋଗୁଁ ଲୋକଙ୍କ ଭିଡି ଜମୁଛି । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଲୋକ ପାହାଡ଼ିଆ ଅଞ୍ଚଳକୁ ବୁଲିବା ପାଇଁ ଯାଉଛନ୍ତି । ଉତ୍ତରାଖଣ୍ଡର ମସୁରୀ-ନୈନିତାଲ ଭଳି ପର୍ଯ୍ୟଟନସ୍ଥଳୀରେ ଏବେ ଲୋକଙ୍କ ଭିଡି ଜମୁଛି ।

ଉତ୍ତରାଖଣ୍ଡ ମସୁରୀର ଏପରି ଏକ ଭିଡିଓ ଏବେ ଭାଇରାଲ ହଉଛି । ମସୁରୀରେ ଏକ ଜଳପ୍ରପାତରେ ହଜାର ହଜାର ଲୋକ ଏକାଠି ହୋଇ ଗାଧୋଉଥିବାର ଦେଖିବାକୁ ମିଳୁଛି । ନା ସାମଜିକ ଦୂରତ୍ୱ ନିୟମ ପାଳନ ହେଉଛି, ନା କେହି ମାସ୍କ ପିନ୍ଧିଛନ୍ତି । ସମସ୍ତେ ଗାଧୋଇବାରେ ବ୍ୟସ୍ତ । ଭିଡିଓ ଦେଖିଲେ ଜଣାପଡ଼ୁଛି, ଏହାର କରୋନା ସମୟର ଭିଡିଓ ନୁହଁ । କିମ୍ବା ବିଶ୍ୱରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇଛି କରୋନା . .

 

ଟ୍ୱିଟରରେ ଏହି ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ଭାଇରାଲ୍ ହେବା ପରେ ଲୋକେ ଏହି ଭିଡିଓକୁ ନିନ୍ଦା କରୁଛନ୍ତି । ଗୋଟିଏ ପଟେ କରୋନା ଭୟ କମିନଥିବା ବେଳେ ଦେଶରେ ଲଗାତାର ୪୦ ହଜାରୁ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପିରି ସ୍ଥିତିରେ ଲୋକଙ୍କ ଏପରି ବେପରୁଆ ମନୋଭାବ ତୃତୀୟ ଲହରୀକୁ ଖୋଲାଖୋଲି ଆମନ୍ତ୍ରଣ କରିବା ପରି ଲାଗୁଛି ।

ମସୁରୀରର କୁଲଡି ବଜାର, ମଲ ରୋଡରେ ମଧ୍ୟ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାର ଦେଖିବାକୁ ମିଳୁଛି । ଉତ୍ତରାଖଣ୍ଡ, ନୈନିତାଲ, ଋଷିକେଶ, ହରିଦ୍ୱାରରେ ଅଧିକ ଭିଡି ଜମୁଛି । ଅନ୍ୟପଟେ ହିମାଚଳ ପ୍ରଦେଶରେ ଶିମଲା, ମନାଲି ଓ କସୋଲି ଯାଉଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲଗିଛି ।

ବିଗତ କିଛି ଦିନ ପୂର୍ବରୁ ଜନସାଧାରଣଙ୍କ ଖାମଖିଆଲି ମନୋଭାବ ପାଇଁ କେନ୍ଦ୍ର ସରକାର ପ୍ରଶ୍ନ କରିବା ସହ ଚେତବାବନୀ ଦେଇଥିଲେ । ଏପରି ସ୍ଥିତି ଜାରି ରହିଲେ ପୁଣି ଥରେ ଲକଡାଉନ ପରି କଟକଣା ଲଗାଯିବ ବୋଲି ମଧ୍ୟ କହିଛନ୍ତି ।

Other Stories

  • Ashwini Vaishnav
    National ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଲା ରେଳ ମନ୍ତ୍ରଣାଳୟ ଦାୟିତ୍ୱ

    ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଲା କେନ୍ଦ୍ର ରେଳ ମନ୍ତ୍ରଣାଳୟର ଦାୟିତ୍ୱ। ନୂଆ କରି ସାଂସଦ ହେଲେ, ଏବେ କେନ୍ଦ୍ରରେ କ୍ୟାବିନେଟ୍‌ ମନ୍ତ୍ରୀ ହେଲେ। ଆଉ ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ବି ପାଇଲେ।

  • Dilip Kumar
    Bollywood ଦିଲୀପ ଚାଲିଗଲେ, ଛାଡ଼ିଗଲେ ଅନେକ ସ୍ମୃତି

    ଦିଲୀପ କୁମାରଙ୍କ ନିଧନ ସହ ବଲିଉଡରେ ଏକ ଯୁଗର ଅବସାନ ଘଟଛି। ୧୯୪୪ରୁ ୧୯୯୮ ଦୀର୍ଘ ୫ ଦଶନ୍ଧିରୁ ଅଧିକ ସମୟର ଫିଲ୍ମ କ୍ୟାରିୟରରେ ସେ ଛାଡ଼ିଯାଇଛନ୍ତି ଅନେକ ଅଲିଭା ସ୍ମୃତି। ଯାହାକୁ ଆଜି ମନେପକାଉଛନ୍ତି ତାଙ୍କର...

  • Pipili Girl
    Crime ଏମିତି ବାପା କାହାକୁ ନମିଳୁ...

    ଭୁବନେଶ୍ୱର ଉପକଣ୍ଠରେ କୁନି ପିଲାଟିକୁ ଲୋମଟାଙ୍କୁରା ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଛି। ଦ୍ୱିତୀୟ ପତ୍ନୀ ସହ ମିଶି ଖୋଦ୍ ବାପାଟିଏ କଅଁଳ ପିଲାଟିକୁ ଅମାନବୀୟ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି। କେବେ ଶିକୁଳିରେ ବାନ୍ଧି ମାଡ଼ ତ ଆଉ...