• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦଳର ୨୦ରୁ ଅଧିକ ବିଧାୟକଙ୍କୁ ଧରି ଦିଲ୍ଲୀରେ ଡେରା ପକାଇଛନ୍ତି ବଘଲେ

  • ସେପଟେ ଡ୍ୟାମେଜ୍ କଣ୍ଟ୍ରୋଲ୍ ପାଇଁ କଂଗ୍ରେସର ପ୍ରୟାସ

ନୂଆଦିଲ୍ଲୀ : ଛତିଶଗଡ଼ କଂଗ୍ରେସରେ ସଙ୍କଟ । ନେତୃତ୍ୱ ବଦଳାଇବା ପାଇଁ ଗୋଷ୍ଠୀ ବିବାଦ ଚରମରେ । ଛତିଶଗଡରେ ଅଢ଼େଇ ଅଢ଼େଇ ବର୍ଷର ମୁଖ୍ୟମନ୍ତ୍ରୀ ପଦ ବିବାଦ ପୁଣି ସାମ୍ନାକୁ ଆସିଛି । ଭୂପେଶ ବଘେଲ, ଦଳର ୨୦ରୁ ଅଧିକ ବିଧାୟକଙ୍କୁ ଧରି ଦିଲ୍ଲୀରେ ଡେରା ପକାଇଛନ୍ତି । ଦଳର ୨ ବରିଷ୍ଠ ନେତାଙ୍କ ମଧ୍ୟରେ ବିବାଦ ବଢ଼ୁଥିବାରୁ ଏହାର ସମାଧାନ ପାଇଁ ରାହୁଲ ଗାନ୍ଧି ନିକଟରେ ଏକ ବୈଠକ କରିଥିଲେ, ହେଲେ ସେଥିରେ କୌଣସି ସମାଧାନର ବାଟ ବାହାରି ପାରିଲା ନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂଦେଓଙ୍କ ସହ ତାଙ୍କର ନେତୃତ୍ୱ ବିବାଦ ବଢିବାରେ ଲାଗିଛି ।

ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆଜି ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏମ ସିଂଦେଓଙ୍କୁ ଡକାଯାଇ ନାହିଁ । ରାହୁଲ ଗାନ୍ଧୀ ନିଜେ ବଘେଲଙ୍କ ସହ କଥା ହେବାକୁ ଚାହାଁନ୍ତି । ତେବେ ଟି.ଏସ୍ ସିଂହଦେଓଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ କ୍ଷମତା ହସ୍ତାନ୍ତର କରିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ, କିନ୍ତୁ ଏବେ ସୁଦ୍ଧା ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ସେପଟେ ଦଳରେ ଡ୍ୟାମେଜ୍ କଣ୍ଟ୍ରୋଲ୍ ପାଇଁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । କଂଗ୍ରେସ ରାଜ୍ୟ ସଭାପତି ମୋହନ ମରକାମ ଦିଲ୍ଲୀରେ ପହଞ୍ଚିଥିବା ବିଧାୟକଙ୍କ ବିଷୟରେ ଏକ ଭିଡିଓ ଜାରି କରିଛନ୍ତି । ସେ କହିଛନ୍ତି ହାଇକମାଣ୍ଡ କୌଣସି ବିଧାୟକଙ୍କୁ ଦିଲ୍ଲୀ ଡାକିନାହାଁନ୍ତି। ଦଳର ସମସ୍ତ ବିଧାୟକ ଅନୁଶାସନରେ ରହିବା ଉଚିତ୍ । ମୋତେ କିମ୍ବା ଅନ୍ୟ କୌ ଣସି ବିଧାୟକଙ୍କୁ ଦିଲ୍ଲୀ ଡକାଯାଇ ନାହିଁ ବୋଲି ସେ କହିଛନ୍ତି । ଏଭଳି ପରିସ୍ଥିତିରେ ଦଳର ସମସ୍ତ ବିଧାୟକଙ୍କୁ ପାର୍ଟି ହାଇକମାଣ୍ଡର ନିର୍ଦ୍ଦେଶ ପାଳନ କରିବାକୁ ତଥା ଅନୁଶାସନରେ ରହିବାକୁ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ ୨୦୧୮ ବିଧାନସଭା ନିର୍ବାଚନ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବଘେଲ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ୍‌ ସିଂହଦେଓଙ୍କ ମଧ୍ୟରେ ଅଢ଼େଇ ଅଢ଼େଇ ବର୍ଷ କ୍ଷମତା ବାଣ୍ଟନ ଚୁକ୍ତି କରାଯାଇଥିଲା । ଚୁକ୍ତି ଆଧାର‌ରେ ବଘେଲ ଅଢ଼େଇ ବର୍ଷ ଓ ଟିଏସ୍‌ ସିଂହଦେଓ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ । ତେବେ ବର୍ତ୍ତମାନ ବଘେଲଙ୍କ ଅ‌ଢ଼େଇ ବର୍ଷ କାର୍ଯ୍ୟକାଳ ଶେଷ ହୋଇଛି । ଏବେ ଟିଏସ୍‌ ସିଂହଦେଓ ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯିବା କଥା ।