• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ କଲେ ସୁରକ୍ଷାକର୍ମୀ

  • ସେପଟେ କାଶ୍ମୀରରେ ହାଇବ୍ରିଡ ଆତଙ୍କବାଦୀଙ୍କ ଉପସ୍ଥିତି ସୁରକ୍ଷା ବାହିନୀଙ୍କ ପାଇଁ ନୂଆ ଆହ୍ୱାନ

ଶ୍ରୀନଗର : ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ । ଶ୍ରୀନଗରର ବେମିନା ଅଞ୍ଚଳରେ ଆତଙ୍କବାଦୀଙ୍କ ଷଡଯନ୍ତ୍ରକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ । ରୋଡ୍ ଓପନିଂ ପାର୍ଟିର ଯବାନମାନେ ଜାତୀୟ ରାଜପଥ -୪୪ରେ ଥିବା ଏକ ଡିଭାଇଡର୍ ନିକଟରେ ବାଲି ବ୍ୟାଗରେ ରଖାଯାଇଥିବା ୬ଟି ଗ୍ରେନେଡ୍ ଉଦ୍ଧାର କରିଛନ୍ତି । ଉଦ୍ଧାର ଗ୍ରେନେଡ୍ ଗୁଡ଼ିକ ଚାଇନିଜ୍ ବୋଲି ଜଣାପଡ଼ିଛି । ବର୍ତ୍ତମାନ ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯବାନଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ବିଫଳ ହୋଇଛି । ପୋଲିସ ସମସ୍ତ ଗ୍ରେନେଡକୁ ନିଜ କବଜାକୁ ନେଇଛି ।

ସେପଟେ କାଶ୍ମୀରରେ ହାଇବ୍ରିଡ ଆତଙ୍କବାଦୀଙ୍କ ଉପସ୍ଥିତି ସୁରକ୍ଷା ବାହିନୀଙ୍କ ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି । ସ୍ଲିପର ସେଲର ପରି ଏହି ପାର୍ଟ ଟାଇମ୍ ଆତଙ୍କବାଦୀମାନେ ନିରୀହଙ୍କୁ ଟାର୍ଗେଟ କରୁଛନ୍ତି । ନିକଟରେ କାଶ୍ମୀରରେ ରାଜନେତା ଓ ପୋଲିସର ହତ୍ୟାରେ ହାଇବ୍ରିଡ ଆତଙ୍କବାଦୀଙ୍କ ସମ୍ପୃକ୍ତ ଥିବା ସୂଚନା ମିଳିଛି । ପାର୍ଟ ଟାଇମ୍ ହାଇବ୍ରିଡ୍ ଆତଙ୍କବାଦୀମାନେ ଅପରାଧ କରିବା ପରେ ପୁଣି ସାଧାରଣ କାମରେ ଲାଗିଯାହାନ୍ତି । ଫଳରେ ସେମାନଙ୍କୁ ଟ୍ରାକିଂ କରିବା ସହଜ ହୁଏ ନାହିଁ । କିନ୍ତୁ ବର୍ତ୍ତମାନ ଏଭଳି ହାଇବ୍ରିଡ ଆତଙ୍କବାଦୀଙ୍କ ଉପରେ କଡ଼ା ନଜର ରଖିବା ସହ ଆଲର୍ଟରେ ଅଛନ୍ତି ଯବାନ୍ ।

ଗତ କିଛି ସପ୍ତାହ ମଧ୍ୟରେ ଶ୍ରୀନଗର ସମେତ ପୁରା ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ଘଟିବା ସହ ସପ୍ଟ ଟାର୍ଗେଟ ବଢ଼ୁଛି । ବନ୍ଧୁକଧାରୀ କିଛି ସନ୍ଧିଗ୍ଧ ଯୁବକ ଏହି କାଣ୍ଡ ଭିଆଉଛନ୍ତି, ହେଲେ ସୁରକ୍ଷା ଏଜେନ୍ସିଙ୍କ ଆତଙ୍କବାଦୀ ତାଲିକାରେ ତାଙ୍କ ନା ନାହିଁ । ଫଳରେ ଏଭଳି ଆତଙ୍କବାଦୀଙ୍କୁ ଖୋଜିବା ଯବାନଙ୍କ ପକ୍ଷେ କଷ୍ଟସାଧ୍ୟ ହେଉଛି । ଆତଙ୍କବାଦୀ ଆକ୍ରମମଣ ପାଇଁ ହାଇବ୍ରିଡ ଆତଙ୍କବାଦୀଙ୍କୁ ହ୍ୟାଣ୍ଡେଲରମାନେ ଷ୍ଟାଣ୍ଡବାଇରେ ରଖିଛନ୍ତି ବୋଲି ସୁରକ୍ଷା ଏଜେନ୍ସି ସହ ଜଡିତ ସୂତ୍ରରୁ ଜଣାପଡିଛି । ଗୋଟିଏ ଟାସ୍କ ପୂରଣ ପରେ, ସେମାନେ ନୂଆ ମିଶନକୁ ଅପେକ୍ଷା କରନ୍ତି । ଆଉ ସେହି ସମୟରେ ନିଜର ସାଧାରଣ କାମ କରିବା ଆରମ୍ଭ କରନ୍ତି ହ୍ରାଇବ୍ରିଡ୍ ଆତଙ୍କବାଦୀ ।

ହାଇବ୍ରିଡ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ତାଲିକାରେ ନାହାଁନ୍ତି । ସ୍ଲିପର ସେଲ୍ ପରି ଏହି ଯୁବକମାନଙ୍କୁ ପାର୍ଟ ଟାଇମ୍ ଆତଙ୍କବାଦୀ କରାଯାଇଛି । ହେଲେ ସେମାନଙ୍କୁ ଏପରି ଟ୍ରେନିଂ ଦିଆଯାଇଥାଏ, ଆକ୍ରମଣ ଘଟାଇବା ପାଇଁ ସେମାନେ କିଛି ବି କରିପାରନ୍ତି । ଆଉ ଆକ୍ରମଣ ପରେ ନିଜ ବ୍ୟକ୍ତିଗତ କାମରେ ଲାଗିଯାଆନ୍ତି, ଫଳରେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇଥାଏ ।