• translate
Sarbeswar

News Highlights

  • ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ମଆ ଗୌରୀ ଖାନ୍

  • ପୁଅ ନ ଆସିବା ଯାଏଁ ଘରେ ସେଲିବ୍ରେସନ ମନା

  • କୌଣସି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ ନ କରିବାକୁ ଗୌରୀଙ୍କ ନିର୍ଦ୍ଦେଶ

ମୁମ୍ବାଇ: ଆର୍ୟନ ଖାନ ଗିରଫ ହୋଇ ଏବେ ଜେଲରେ ଥିବା ବେଳେ ଖାଁ ଖାଁ ମନ୍ନତ। ଉଦାସ ହୋଇ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ମାଆ ଗୌରୀ ଖାନ୍। ପୁଅ ନ ଆସିବା ଯାଏଁ ଘରେ କୌଣସି ସେଲିବ୍ରେସନ ହେବନାହିଁ। ଏପରିକି ଘରେ କୌଣସି ସ୍ୱାଦିଷ୍ଟ ଖାଇବା ମଧ୍ୟ ପ୍ରସ୍ତୁତ ନ କରିବାକୁ ହାଉସ୍ ଷ୍ଟାଫଙ୍କୁ କହିଛନ୍ତି ଗୌରୀ।

ଜେଲରେ ପୁଅ, ଖାଁ ଖାଁ ବିଳାସମୟ ମନ୍ନତ । ଉଦାସ ମନ ନେଇ ପୁଅର ଫେରିବା ବାଟକୁ ଚାହିଁ ରହିଛି ମାଆ। ଆଲିସାନ୍ ମନ୍ନତକୁ ପୁଅ ଆର୍ୟନର ପାଦ ପଡ଼ିଲେ ଖୁସି ଫେରିବ । ସେବେ ଯାଏ କିନ୍ତୁ ଏହି ସେଲିବ୍ରିଟିଙ୍କ ଘରେ ନୋ ସେଲିବ୍ରେସନ ନୋ ଫେଷ୍ଟିଭାଲ୍। ରୋଷେୟାକୁ ବି ମାଆ ଗୋରୀ ଖାନଙ୍କ କଡ଼ା ଚେତାବନୀ, କିଚେନରେ ଖିରିକୁ ନୋ ଏଣ୍ଟ୍ରି କରାଯାଇଛି। ବେଲରେ ପୁଅ ନ ଫେରିଲା ଯାଏ ପ୍ରସ୍ତୁତ ହେବନି ସ୍ୱାଦିଷ୍ଟ ଖିର୍। ମିଠା ଆଇଟମ୍ ତିଆରି ନ କରିବାକୁ ମଧ୍ୟ ହାଉସ ଷ୍ଟାଫଙ୍କୁ କହିଦେଇଛନ୍ତି ଗୌରୀ। ଖବର ଅନୁସାରେ ଲଞ୍ଚ ବେଳେ ଖିର୍ ପ୍ରସ୍ତୁତ କରିଥିଲେ ରୋଷେୟା । ଡାଇନିଙ୍ଗ୍ ଟେବୁଲରେ ଖିର୍ ଦେଖି ଚିହିଁକି ଉଠିଲେ ମାଆ ଗୌରୀ, ଏମିତି ପୁନର୍ବାର ନ କରିବାକୁ ସିଧା ସିଧା ଷ୍ଟାଫଙ୍କୁ ଶୁଣାଇବି ଦେଲେ। ମୁମ୍ବାଇ ଆର୍ଥର ଜେଲରେ ପୁଅ ରହିଥିବା ବେଳେ ଆଜି ଜାମିନ୍ ଆବେଦନର ଶୁଣାଣି ହେବ । ବାପା ଶାହାରୁଖ୍ ଖାନ୍ ଓ ମାଆ ଗୌରୀ ଆଶା ରଖିଛନ୍ତି ଯେ, ଦିଓ୍ୱାଲୀ ପୂର୍ବରୁ ପୁଅ ଫେରିବ।

ଇଦ୍ ଏବଂ ଦିଓ୍ୱାଲୀରେ ଆଲୋକ ମାଳାରେ ଝଲସିଥାଏ ମନ୍ନତ। ଅତିଥୀଙ୍କ ଗହଳରେ ପୁରିଲା ପୁରିଲା ଲାଗିଥାଏ ଷ୍ଟାର୍ ଭିଲ୍ଲା। ଏବେ କିନ୍ତୁ ଉତ୍ସବ ପାଇଁ ଉତ୍ସାହ ନାହିଁ। ଅକ୍ଟୋବର ୩ ତାରିଖ ପରଠାରୁ ମନ୍ନତରେ ସତେ ଯେମିତି ଖୁସି ଗାଏବ ହୋଇଯାଇଛି । ଷ୍ଟାରକିଡଙ୍କ ଗିରଫ ପରଠାରୁ ଅନେକ ସେଲିବ୍ରିଟ୍ ସାନ୍ତ୍ୱନା ପାଇଁ ଆସିଥିଲେ । ପରବର୍ତ୍ତୀ ସମୟରେ କିନ୍ତୁ ସମସ୍ତଙ୍କ ପାଇଁ କବାଟ ବନ୍ଦ ରହିଥିଲା। ମାନସିକ ଅଶାନ୍ତି ମଧ୍ୟରେ ଉଭୟ ଶାହାରୁଖ ଏବଂ ଗୌରୀ ପୁଅକୁ ବେଲ୍ ଦେବା ପାଇଁ ଯଥାସାଧ୍ୟ ଚେଷ୍ଟା ଜାରି ରଖିଛନ୍ତି।

ଡ୍ରଗ୍ସ ଲିଙ୍କ୍ ମାମଲାରେ ପୁଅ ଆର୍ୟନ ଗିରଫ ହେବା ପରଠାରୁ ମାଆ ଗୌରୀ ଭାଙ୍ଗିପଡ଼ିଛନ୍ତି। ବନ୍ଧୁ ବାନ୍ଧବ, ସମ୍ପର୍କୀୟ, ସହକର୍ମୀ ଓ ପ୍ରଶଂସକ ଗୌରୀ-ଶାହାରୁଖଙ୍କ ଏହି ଭାରି ସମୟରେ ଛିଡ଼ା ହୋଇଛନ୍ତି । ପୁଅ ପାଇଁ ପ୍ରାର୍ଥନା କରିବାକୁ ବି ନେହୁରା ହୋଇଥିଲେ ଗୌରୀ। ଅକ୍ଟୋବର ୨ ତାରିଖରେ ମୁମ୍ବାଇ ଉପକୁଳରେ ଏକ ବିଳାସମୟ କ୍ରୁଜରେ ପାର୍ଟି ବେଳେ ଡ୍ରଗ୍ସର ବ୍ୟବହାର ଅଭିଯୋଗରେ ଗିରଫ ହୋଇଛନ୍ତି ଆର୍ୟନ। ଆର୍ୟନ ଖାନଙ୍କ ଡ୍ରଗ୍ସ ଲିଙ୍କ ନେଇ ଏବେ ବି ନାର୍କୋଟିକ୍ କଣ୍ଟ୍ରୋଲ୍ସ ବ୍ୟୁରୋ ବା ଏନସିବିର ତଦନ୍ତ ଜାରି ରହିଛି। ଗତ ୧୪ ତାରିଖରେ ମୁମ୍ବାଇର ସେସନ୍ କୋର୍ଟରେ ଜାମିନ ଆବେଦନର ଶୁଣାଣି ହୋଇଥିଲା । କୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ଆର୍ୟନଙ୍କୁ ବେଲ୍ ମିଳିବା ନା ନାହିଁ ସେ ନେଇ ରାୟ ଶୁଣାଇବେ ନ୍ୟାୟାଳୟ ।

 

 

Other Stories

  • Kalahandi
    Crime ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲା: ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

    ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ଆଜି କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ କଳାହାଣ୍ଡି ବନ୍ଦ ଡାକରା ଦେଇଛି ବିଜେପି। ମାମଲାରେ କାର୍ଯ୍ୟାନୁଷ୍ଠାନ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି...

  • laxmipuja
    Festivals & Events ବିନା ଭକ୍ତରେ ଧରାବତରଣ କଲେ ମାଆ ଗଜଲକ୍ଷ୍ମୀ

    କୋଭିଡ୍ କଟକଣା ସହ ବିନା ଭକ୍ତରେ ବିରାଜିଲେ ଗଜଲକ୍ଷ୍ମୀ। ଢେଙ୍କାନାଳ ସହରରେ ଚଳିତ ବର୍ଷ ମୋଟ ୩୮ଟି ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ତେବେ କୋଭିଡ୍ କଟକଣା ପାଇଁ ମଣ୍ଡପରେ କେବଳ ରୀତିନୀତି ଛଡ଼ା ଭକ୍ତଙ୍କ ଭିଡ଼...

  • Drone Eye On Sensitive Jails
    Miscellaneous ଏଣିକି ଜେଲ୍ ଜଗିବ ଡ୍ରୋନ

    ଜେଲ୍ ଜଗିବ ଡ୍ରୋନ୍। ରାଜ୍ୟର କେତେକ ସ୍ପର୍ଶ କାତର ଜେଲରେ ଏଣିକି ଡ୍ରୋନ୍ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଜେଲରେ ରହୁଥିବା କୁଖ୍ୟାତ ଅପରାଧୀଙ୍କ ଗତିବିଧି, ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ଏହା ନଜର ରଖିବ।

  • Uttarakhand rains
    National ବର୍ଷା ନେଲାଣି ୨୩ ଜୀବନ

    କେରଳ ପରେ ଦେବଭୂମି ଉତ୍ତରାଖଣ୍ଡରେ ବି ଜଳ ପ୍ରଳୟର ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି। ଭୟ ବଢ଼ାଉଛି ଉଛୁଳା ନଈ, ବାଦଲଫଟା ବର୍ଷାରେ ତ୍ରାହି ତ୍ରାହି ଡାକୁଛି ମଣିଷ। ଦୁଇ ଦିନର ବର୍ଷାରେ ରାଜ୍ୟରେ ସ୍ଥିତି...