• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୋପାଳ: ହସ୍ପିଟାଲରେ ନିଆଁ ଲାଗି ୪ ଶିଶୁ ମୃତ। ମଧ୍ୟପ୍ରଦେଶ ଭୋପାଳରେ ଘଟିଛି ଏହି ଦୁଃଖଦ ଘଟଣା। ଭୋପାଳର କମଳା ନେହରୁ ହସ୍ପିଟାଲ ଶିଶୁ ବିଭାଗରେ ନିଆଁ ଲାଗି ୪ ଶିଶୁଙ୍କ ପ୍ରାଣହାନୀ ଘଟିଛି। ଓ୍ୱାର୍ଡରେ ମୋଟ ୪୦ ଜଣ ଶିଶୁ ଥିଲେ। ନିଆଁ ଲାଗିବା ଖବର ମିଳିବା ପରେ ତୁରନ୍ତ ସେଠାକୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ।

ତେବେ ଏହି ସମୟରେ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ବାକି ୩୬ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏସ୍ଏନସିୟୁ ଓ୍ୱାର୍ଡରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଗତକାଲି ରାତି ପ୍ରାୟ ୯ଟାରେ ଅଗ୍ନିକାଣ୍ଡ  ଘଟିଥିଲା।

୮ ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ କସରତ ପରେ ନିଆଁ ଆୟତ୍ତ କରିଥିଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରଯାଇଛି।