• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବିଜେପିର ବରିଷ୍ଠ ନେତା ରାଜିନ୍ଦର୍ ପାଲ୍ ସିଂହ ଭାଟିଆଙ୍କ ମୃତଦେହ ଉଦ୍ଧାର ।

  • ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

  • ଗତକାଲି ସନ୍ଧ୍ୟାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ରାଜନନ୍ଦଗାଓଁ: ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜିନ୍ଦର୍ ପାଲ୍ ସିଂହ ଭାଟିଆଙ୍କ ମୃତଦେହ ଉଦ୍ଧାର । ତାଙ୍କ ଘରେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରାଜନନ୍ଦଗାଓଁ ଜିଲ୍ଲା ଛୁରିୟାନା ସହରରେ ଥିବା ତାଙ୍କ ବାସଭବନରୁ ଗତକାଲି ସନ୍ଧ୍ୟାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ରାଜିନ୍ଦର୍ ପାଲ୍ ସିଂହଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ସୁଇସାଇଡ୍‌ ନୋଟ୍‌ରେ ସେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହୁନଥିବାରୁ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି । ପୋଲିସ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ କୋଭିଡ ପଜିଟିଭ୍ ହେବା ପରଠାରୁ ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁ ନ ଥିବା ଶୁଣିବାକୁ ମିଳିଥିଲା ।

ତେବେ ମୃତ୍ୟୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜିନ୍ଦରଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ପରେ ତାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା । ଛତିଶଗଡ଼ର ପ୍ରଥମ ବିଜେପି ସରକାରର ନେତୃତ୍ୱ ନେଇଥିବା ରମଣ ସିଂହଙ୍କ ମନ୍ତ୍ରିମଣ୍ଡଳରେ ରାଜିନ୍ଦର୍ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ୨୦୧୩ରେ ବିଧାନସଭା ଟିକେଟ୍ ନ ମିଳିବାରୁ ସେ ବିଜେପି ବିରୋଧରେ ବିଦ୍ରୋହ କରିଥିଲେ । ଜଣେ ସ୍ୱାଧୀନ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିତା କରି ସେ ଖୁଜ୍ଜି ବିଧାନସଭା ଆସନରୁ ର୍ନିବାଚିତ ହୋଇଥିଲେ । କିନ୍ତୁ, ପରେ ସେ ପୁନର୍ବାର ବିଜେପିରେ ଯୋଗ ଦେଇଥିଲେ ।

ତେବେ ରାଜିନ୍ଦରଙ୍କ ମୃତ୍ୟୁକୁ ପୋଲିସ ପକ୍ଷରୁ ଆତ୍ମହତ୍ୟା ବୋଲି ସ୍ପଷ୍ଟ କରାଯାଇଥିଲେ ମଧ୍ୟ କିଛି ଲୋକ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ରାଜିନ୍ଦରଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଛତିଶଗଡ଼ ରାଜନୀତିରେ ମଧ୍ୟ ରାଜିନ୍ଦରଙ୍କ ମୃତ୍ୟୁକୁ ନେଇ ହଟଚମଟ ସୃଷ୍ଟି ହୋଇଛି ।