• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଜାମିନ ବିହୀନ ୱାରେଣ୍ଟ ଜାରି ହେବାପରେ ଗିରଫ ହେଲେ ଅଶୋକ

  • ହେଲେ ଭିନ୍ନ ମତ ରଖିଲେ ଅଶୋକଙ୍କ ବଡ଼ ଭାଇ

ଗୁଆହାଟୀ : ଋଣ ସୁଝି ପାରିଲେନି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ, ଗିରଫ କଲା ସିବିଆଇ । ଦେବାଳିଆ ହେଲେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ହିତେଶ୍ୱର ସୋକିୟାଙ୍କ ପୁଅ ଅଶୋକ ସୋକିୟା । ୨୫ ବର୍ଷ ହେଲା ନଅ ଲକ୍ଷ ଟଙ୍କାର ଋଣ ପରିଶୋଧ ନକରିବା ଅଭିଯୋଗରେ ଅଶୋକ ସୋକିୟାଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ।

ଜାମିନ ବିହୀନ ୱାରେଣ୍ଟ ଜାରି ହେବାପରେ ଗିରଫ ହେଲେ ଅଶୋକ

ବାରମ୍ବାର ଶମନ ସତ୍ତ୍ୱେ କୋର୍ଟରେ ହାଜର ନହେବାରୁ ଅଶୋକ ସୋକିୟାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା । ଆଉ ଏହି ୱାରେଣ୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛନ୍ତି ସିବିଆଇ ଅଧିକାରୀ । ଗୁଆହାଟି ଦଳ ଅଶୋକ ସାଇକିଆଙ୍କୁ ସିବିଆଇର ପଚରାଉଚରା କରିଥିଲା ​​ଏବଂ ପରେ ତାଙ୍କୁ ଗିରଫ କରାଯାଇଛି । ସୋମବାର ତଥା ଅଜି ତାଙ୍କୁ କୋର୍ଟରେ ହାଜର କରାଯିବ।

ଅଶୋକ ସୋକିୟାଙ୍କ ଗିରଫ ପରେ ତାଙ୍କ ବଡ଼ ଭାଇ ପ୍ରତିକ୍ରିୟା ରଖିଛନ୍ତି । ଆସାମ ବିଧାନସଭାର ବିରୋଧୀ ଦଳ ନେତା ଦେବବ୍ରତ ସୋକିୟା କହିଛନ୍ତି, ତାଙ୍କ ସାନଭାଇ ଅଶୋକ ସୋକିୟାଙ୍କୁ ଗତକାଲି ସନ୍ଧ୍ୟାରେ ସିବିଆଇ ଅଧିକାରୀଙ୍କ ଏକ ଟିମ୍ ଉଠାଇ ନେଇଯାଇଥିଲେ । ହେଲେ ଭାଇକୁ ଗିରଫ କରାଯାଇଛି ନା ଅଟକ ରଖାଯାଇଛି ଜାଣନଥିବା ସେ କହିଛନ୍ତି । ଏବେ ସେ ତାଙ୍କୁ କେଉଁଠାରେ ନିଆଯାଇଛି ଜଣାନାହିଁ । ଏହା ଏକ ବହୁ ପୁରୁଣା ମାମଲା , ତାହାର ସମାଧାନ ମଧ୍ୟ ହୋଇସାରିଥିଲା ବୋଲି ସେ କହିଛନ୍ତି ।

'ସିବିଆଇ ସୂଚନା ଅନୁସାରେ ଅଶୋକଙ୍କୁ ଏକ ନୋଟିସ ପଠାଯାଇଥିଲା । ହେଲେ ଅଶୋକଙ୍କୁ କୌଣସି ନୋଟିସ୍ ମିଳିନଥିବା କଥା କହିଛନ୍ତି ଅଶୋକଙ୍କ ସହ ରହୁଥିବା ତାଙ୍କ ମା । ପୁଣି ଥରେ ପୁରୁଣା ମାମଲାକୁ କାହିଁକି ଖୋଲାଯାଉଛି ବୋଲି ତାଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି । କାରଣ ପୂର୍ବରୁ ଏହାର ସମାଧାଦ ହୋଇସାରିଥିଲା ବୋଲି ମଧ୍ୟ ସେ କହିଛନ୍ତି  ।