• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କାନପୁର: କାନପୁରର ସମାଜବାଦୀ ପାର୍ଟି(SP) ବିଧାୟକ ଅମିତାଭ ବାଜପେୟୀଙ୍କ ବିରୋଧରେ FIR ରୁଜୁ ହୋଇଛି। NHAI(National Highways Authority of India)ର ଅଧିକାରୀଙ୍କୁ ଚାପୁଡ଼ା ମାରିଲେ ପୁରସ୍କାର ଦିଆଯିବ ବୋଲି ଅମିତାଭ ଘୋଷଣା କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ୍‌ ତାଙ୍କ ବିରୋଧରେ FIR ରୁଜୁ କରିଥିବବା ଜଣାପଡ଼ିଛି। 

ସୂଚନାଥାଉ କି, ଅଗଷ୍ଟ ୧୫ରେ ଏକ କାର୍ଯ୍ୟକ୍ରମରେ ବିଧାୟକ ଅମିତାଭ ବାଜପେୟୀ ଖୋଲା ମଞ୍ଚରେ ଘୋଷଣା କରିଥିଲେ, ଯିଏ NHAIର ଅଧିକାରୀ ଅମିତ ମିତ୍ତଲଙ୍କୁ ଚାପୁଡ଼ା ମାରିବେ, ତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ। ଏହି ଘଟଣା ପରେ ଅମିତ ମିତ୍ତଲଙ୍କ ପକ୍ଷରୁ ବିଠୁର ଥାନାରେ ବିଧାୟକଙ୍କ ବିରୋଧରେ FIR ରୁଜୁ କରାଯାଇଥିଲା। ଅଭିଯୋଗ ଆଧାରରେ ପୋଲିସ୍‌ ବିଧାୟକଙ୍କ ବିରୋଧରେ ଆଇପିସି ଧାରା ୫୦୪ ଓ ୫୦୬ରେ ମାମଲା ରୁଜୁ କରିଛି। 

ଅନ୍ୟପକ୍ଷେ, ପୋଲିସ୍‌ ତାଙ୍କ FIR ରୁଜୁ କରି ନଥିବା ବିଧାୟକ କହିଛନ୍ତି। ସେ ଦାବି କରିଛନ୍ତି, ପ୍ରଥମେ ସେ NHAI ବିରୋଧରେ ବିଠୁର ଥାନାରେ ଆପ୍ଲିକେସନ ଦେଇଥିଲେ। ଏହାସହ ପୋଲିସ୍‌ ତାଙ୍କୁ ହଇରାଣ କରୁଥିବା ମଧ୍ୟ ବିଧାୟକ ଅଭିଯୋଗ ଆଣିଛନ୍ତି। ଘଟଣାକୁ ନେଇ ଏସିପି ଅଶୋକ ଶୁକ୍ଲଙ୍କ କହିବା ଅନୁଯାୟୀ, NHAI ପକ୍ଷରୁ ବିଧାୟକଙ୍କ ବିରୋଧରେ ପ୍ରଥମେ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।