• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପଞ୍ଜାବ ସରକାରଙ୍କ ଚାଷୀଙ୍କୁ ଅଣଦେଖା ନେଇ ବର୍ଷିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।

  • ମଣ୍ଡିରେ ଧାନ କିଣା ଅବଧି ଅକ୍ଟୋବର ୧୧ ଯାଏଁ ବଢିବା ପରେ ଚାଷୀ ଅସନ୍ତୋଷ ।

  • ନିକଟରେ ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଥିବା ଧାନ ନଷ୍ଟ ହେଉଛି ।

ପଞ୍ଜାବ: କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ସହ ପଞ୍ଜାବ ସରକାରଙ୍କ ଚାଷୀଙ୍କୁ ଅଣଦେଖା ନେଇ ବର୍ଷିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ପଞ୍ଜାବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ମଣ୍ଡିରେ ଧାନ କିଣା ଅବଧି ଅକ୍ଟୋବର ୧ରୁ ୧୧ ତାରିଖ ଯାଏଁ ବଢିବା ପରେ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ନିକଟରେ ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଥିବା ଧାନ ନଷ୍ଟ ହେଉଛି ।

ସେପଟେ ଏହାର ଫାଇଦା ଉଠାଇ ଦଲାଲ ଚାଷୀଙ୍କ ଠାରୁ କ୍ୱିଣ୍ଟାଲ ପିଛା ୪୦୦ ଟଙ୍କା କମ୍‌ରେ ଧାନ କିଣୁଛନ୍ତି । ଏହାକୁ ନେଇ ରାଜ୍ୟ ସରକାର ବି କିଛି ପଦକ୍ଷେପ ନ ନେଉନଥିବା ଯୋଗୁଁ ଏହାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ବିରୋଧ କରିବା ସହ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ଓ.ପି ସୋନିଙ୍କ ଘର ଆଗରେ ଧାରଣା ଦେଇଛନ୍ତି ।

ତେବେ ପଞ୍ଜାବରେ ଏବେ ରାଜନୈତିକ ସଙ୍କଟ ଦେଖାଯାଇଛି । ପଞ୍ଜାବରେ ଥିବା କଂଗ୍ରେସ ସରକାରରେ ହାଇପ୍ରୋଫାଇଲ୍‌ ଡ୍ରାମା ଚାଲିଛି । ହାତ ଗଣତି କେଇଟା ଦିନ ମଧ୍ୟରେ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ହେବା ସହ ନାନା ପ୍ରକାର ହଟଚମଟ ଦେଖିବାକ ମିଳିଛି ।

ତେବେ ଏହାରି ଭିତରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଇସ୍ତାଫାଂ ଦେଇ ସାରି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଥିଲେ ମଧ୍ୟ କ’ଣ ଆଲୋଚନା କରିଥିଲେ ତାର ସବିଶେଷ ତଥ୍ୟ ସେ କହିନାହାନ୍ତି । କିମ୍ବା ଆଲୋଚନାରୁ କ’ଣ ନିଷ୍କର୍ଷ ବାହାରିଲା ସେନେଇ ମଧ୍ୟ ସେ କିଛି ବି ସୂଚନା ଦେଇ ନାହାନ୍ତି ।

ଅନ୍ୟପଟେ ଅକ୍ଟୋବର ୧ ତାରିଖରେ ହରିୟାଣାରେ ପୁଣି ଚାଷୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଲେ । ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲାଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ ଚାଷୀ । ଝଜ୍ଜରରେ ଦୁଶ୍ୟନ୍ତଙ୍କ କାର୍ଯ୍ୟକ୍ରମ ଥିବାବେଳେ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ ଚାଷୀ । ଚାଷୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।  ଆନ୍ଦୋଳନକାରୀ ଚାଷୀଙ୍କୁ ଅଟକାଇବାକୁ ପୋଲିସ ପକ୍ଷରୁ ପାଣି ମାଡ଼ କରାଯାଇଥିଲା । ଆନ୍ଦୋଳନକାରୀ ଚାଷୀଙ୍କ ମଧ୍ୟରେ ଅନେକ ମହିଳା ଚାଷୀ ମଧ୍ୟ ସାମିଲଥିଲେ । ସ୍ଥିତିକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଚାଷୀଙ୍କୁ ଅଟକାଇବାକୁ ପୋଲିସ ପକ୍ଷରୁ ବ୍ୟାରିକେଡ୍ ଲଗାଯାଇଥିଲା । ଆନ୍ଦୋଳନକୁ ନେଇ ସହରର ବିଭିନ୍ନ ରୁଟ୍‌କୁ ବଦଳାଯାଇଥିଲା ।