• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ବିସ୍ତାରବାଦୀ ଚୀନ୍ ଟାର୍ଗେଟରେ ଭାରତ

ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନ୍ ଟାର୍ଗେଟରେ ଭାରତ । ସବୁବେଳେ ନିଜ ଦେଶର ପରିସୀମା ବଢ଼ାଇବା ଚକରରେ ବିସ୍ତାରବାଦୀ ଚୀନର ଟାର୍ଗେଟରେ ଭାରତ । କେଉଁଠି ପାନେ ଖାଉଛି, ତ କେଉଁଠି ଆଲୋଚନାରେ ବସୁଛି । ହେଲେ ବଦଭ୍ୟାସ ଛାଡ଼ି ପାରୁନି ଡ୍ରାଗନ୍ । ଗତ ଅଗଷ୍ଟରେ ଚୀନ୍ ସୈନ୍ୟ ଉତ୍ତରାଖଣ୍ଡରେ ଭାରତ ସୀମା ଭିତରକୁ ପଶିଆସିଥିବା ବେଳେ, ୧୦ ଦିନ ତଳେ ଅରୁଣାଚଳ ପ୍ରଦେଶରେ ବି ସମାନ ଧରଣର କାଣ୍ଡ ଦେଖିବାକୁ ମିଳିଛି । LAC ବିବାଦକୁ ନେଇ ଆସନ୍ତାକାଲି ଭାରତ-ଚୀନ ମଧ୍ୟରେ କମାଣ୍ତର ସ୍ତରୀୟ ବୈଠକ ବସିବ ।

ଏହି ୧୩ତମ ବୈଠକ କାଲି ଦିନ ସାଢ଼େ ୧୦ଟାରେ ଚୁଶୁଲ୍ ମୋଲୋଡରେ ଅନୁଷ୍ଠିତ ହେବ । ପାଟ୍ରୋଲିଂ ପଏଣ୍ଟ୍-୧୫ ବା ହଟସ୍ପ୍ରିଙ୍ଗ ଅଞ୍ଚଳରୁ ଉଭୟ ଦେଶର ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗ ଆଲୋଚନାର ମୁଖ୍ୟ ଆଜେଣ୍ଡା ରହିଛି । ଏବେ ସେଠାରେ ଉଭୟ ପକ୍ଷରୁ ୫୦ ଜଣ ଲେଖାଏଁ ଯବାନ ମୁତୟନ ଅଛନ୍ତି । ଡେପ୍ସାଙ୍ଗ୍ ବଲ୍ଜ ଓ ଚାର୍ଡିଙ୍ଗ୍ ନାଲା ଜଙ୍କସନ୍‌ରେ ପାଟ୍ରୋଲିଂ ଅଧିକାର ପ୍ରସଙ୍ଗରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇପାରେ । ୧୦ ଦିନ ତଳେ ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗରେ ଏବଂ ଅଗଷ୍ଟ ୩୦ରେ ଉତ୍ତରାଖଣ୍ଡ ବାରାହୋତି ଅଞ୍ଚଳରେ ଚୀନ୍ PLA ସୈନ୍ୟ ଭାରତ ସୀମା ଭିତରକୁ ପ୍ରାୟ ୫ କିଲୋମିଟର ପଶି ଆସିଥିଲେ । ବିନା କୌଣସି ସଂଘର୍ଷରେ ସେମାନେ ଫେରିଯାଇଥିଲେ ମଧ୍ୟ ଏହି LAC ଅତିକ୍ରମଣ ପ୍ରସଙ୍ଗ ଭାରତ କୋର୍ କମାଣ୍ଡର୍ ସ୍ତରୀୟ ବୈଠକରେ ଆଲୋଚନା କରିପାରେ ।

ଗତ ଅଗଷ୍ଟ ୩୦ରେ ମଧ୍ୟ ଶହେରୁ ଅଧିକ ଚୀନି ସୈନ୍ୟ ଉତ୍ତରାଖଣ୍ଡରେ ଭାରତୀୟ ସୀମା ମଧ୍ୟକୁ ପଶି ଆସିଥିଲେ । ବାରାହୋତି ଅଞ୍ଚଳରେ ଏହି ଅନୁପ୍ରବେଶ ଘଟିଥିଲା । ଭାରତୀୟ ସୀମାର ପ୍ରାୟ ୫ କିଲୋମିଟର ଭିତରେ ପଶି ଆସିବା ସହ ଚୀନ୍ ସୈନ୍ୟ କିଛି ଘଣ୍ଟା ଧରି ସେଠାରେ ରହିଥିଲେ । ତେବେ ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଇଣ୍ଡୋ-ତିବ୍ବେତାନ ବର୍ଡର ପୋଲିସ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପାଟ୍ରୋଲିଂ ଆରମ୍ଭ କରିଥିଲେ । ଫଳରେ ଚୀନ୍ ସୈନ୍ୟ ସେଠାରୁ ପଳାଇ ଯାଇଥିଲେ ।