• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାମ୍ବା : ଜମ୍ମୁ କାଶ୍ମୀରରେ ପାକିସ୍ତାନର ଷଡ଼ଯନ୍ତ୍ର ଜାରି ରହିଛି । ସୀମାରେ ସୁରକ୍ଷା ବାହିନୀଙ୍କ କଡ଼ା ପହରା ଯୋଗୁଁ ଅନୁପ୍ରବେଶରେ ବିଫଳ ହେବା ପରେ ବର୍ତ୍ତମାନ ଗତ କିଛି ମାସ ଧରି ଡ୍ରୋନ୍ କାର୍ଯ୍ୟକଳାପ ବୃଦ୍ଧି କରିଛି ଶତ୍ରୁ ଦେଶ । ରବିବାର ଦିନ ଜମ୍ମୁର ସାମ୍ବାରେ ପୁଣି ୪ଟି ସନ୍ଦିଗ୍ଧ ଡ୍ରୋନ୍ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ସାମ୍ବାର ବାରି ବ୍ରାହ୍ମଣ ଅଞ୍ଚଳରେ ଥିବା ଆର୍ମି କ୍ୟାମ୍ପ ନିକଟରେ ଏହି ଡ୍ରୋନଗୁଡିକ ଦେଖିବାକୁ ମିଳିଥିଲା । ଗୋଟିଏ ଡ୍ରୋନ୍‌ ଆର୍ମି କ୍ୟାମ୍ପ୍‌ ନିକଟରେ ଉଡୁଥିବା ସ୍ପଷ୍ଟ କରିଛନ୍ତି ପୋଲିସ୍ ଅଧିକାରୀ କହିଛନ୍ତି । ରବିବାର ଗୋଟିଏ ଦିନରେ ଦ୍ୱିତୀୟ ଥର ପାଇଁ ଗତକାଲି ସାମ୍ବାରେ ସନ୍ଧିଗ୍ଧ ଡ୍ରୋନ୍ ଦେଖାଯାଇଛି।

ତେବେ ସନ୍ଦିଗ୍ଧ ଡ୍ରୋନ୍ ଗୁଡ଼ିକ ଉଡ଼ିବା ସମୟରେ ଦେଖିଥିଲେ ବୋଲି କହିଛନ୍ତି ସ୍ଥାନୀୟ ଜମ୍ମୁ ଓ କଶ୍ମୀରର ପୁଲିସ କର୍ମଚାରୀ । ହେଲେ ଡ୍ରୋନ୍‌ ଗୁଡ଼ିକ ରେଞ୍ଜ୍‌ ବାହାରେ ଉଡ଼ୁ ଥିବାରୁ ସେଗୁଡ଼ିକୁ ଗୁଳି କରାଯାଇ ପାରିନଥିଲା । ଶନିବାର ଦିନ ମଧ୍ୟ ଦୁଇଟି ଭିନ୍ନ ସ୍ଥାନରେ ସନ୍ଦେହଜନକ ଡ୍ରୋନ୍ ଦେଖିବାକୁ ମିଳିଥିଲା । ଡ୍ରୋନ୍ ଗୁଡିକ ରାତି ପ୍ରାୟ ୯.୩୦ ସମୟରେ ପାଞ୍ଚଶହ ମିଟର ଉଚ୍ଚରେ ଉଡୁଥିବାର ସୂଚନା ମିଳିଛି । ସୀମାରେ ଡ୍ରୋନ୍ ଦେ‍ଖାଯିବା ପରେ ବର୍ତ୍ତମାନ ସୁରକ୍ଷା ବାହିନୀ ସତର୍କ ଅଛନ୍ତି ।

ସାମ୍ବା ଜିଲ୍ଲାର ଶତ୍ରୁ ସୀମା ପଟୁ ଦୁଇଥର ଡ୍ରୋନ୍ ଅନୁପ୍ରବେଶ କରାଯାଇଥିଲା । ଶନିବାର ବିଳମ୍ବିତ ରାତିରେ ଡ୍ରୋନ୍ ପ୍ରଥମେ ଚଲିୟାଡିରୁ ପ୍ରବେଶ କରି ରାଜପଥର ଉତ୍ତର ପାର୍ଶ୍ୱରେ ଥିବା ଆଇଟିବିପି କ୍ୟାମ୍ପ ଉପରେ ବୁଲିବା ପରେ ପାକିସ୍ତାନକୁ ଫେରିଥିଲା । ଏହା ପରେ ଜତୱାଲରେ ଡ୍ରୋନ୍ ଦ୍ୱିତୀୟ ଥର ଉଡୁଥିବା ଦେଖିବାକୁ ମିଳିଥିଲା । ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ସେନା ସମେତ ଅନ୍ୟ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

ସୂଚନା ଅନୁସାରେ, ଚଲିୟାଡି ଦେଇ ରାତି ପ୍ରାୟ ୮.୧୫ ରେ ଭାରତ ସୀମାକୁ ପ୍ରବେଶ କରିଥିଲା ଡ୍ରୋନ୍ । ବବ୍ବର ନାଳ ରୁଟରେ ୪୦୦ ମିଟର ଉପରେ ଉଡ଼ୁଥିବା ଏହି ଡ୍ରୋନ୍ ରେଇରେ ଥିବା ଆଇଟିବିପି କ୍ୟାମ୍ପ ଉପରେ ଚକ୍କର କାଟୁଥିଲା । ଏହା ପରେ ସାନୁରା ଲାଲିଆ ଚକ ଓ ଚଲିୟାଡି ଦେଇ ସୀମା ସେପାରିକୁ ଚାଲି ଯାଇଥିଲା ।