• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ପରିବହନ ବିଭାଗର ବଡ଼ ନିଷ୍ପତ୍ତି

  • ଆପଣ ୪୦ ବର୍ଷରୁ କମ୍‌ ବୟସ୍କର କି?

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ବିଭାଗର ବଡ଼ ନିଷ୍ପତ୍ତି। ଏଣିକି ୪୦ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତିଙ୍କ ପାଇଁ ମେଡ଼ିକାଲ ସାର୍ଟିଫିକେଟ୍‌ ଦେବାର ଆବଶ୍ୟକତା ନାହିଁ। ବିନା ମେଡ଼ିକାଲରେ ସେମାନେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ ବୋଲି ସୂଚନା ମିଳିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ପରିବହନ ବିଭାଗ ଅନଲାଇନ୍‌ ମାଧ୍ୟମରେ ଅର୍ଥାତ୍‌ ସାରଥୀ ପରିବହନ ସଫ୍ଟୱେରାରେ ବଡ଼ ପରିବର୍ତ୍ତିନ କରିଛି। ଉତ୍ତର-ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ଝାଡ଼ଖଣ୍ଡରେ ଏହି ନିୟମ କାର୍ଯ୍ୟକାରୀ ହୋଇଥିବା ନେଇ ସୂଚନା ମିଳିଛି। ଏଠାରେ ସ୍ପଷ୍ଟ କରୁଛୁ କି, ଏହି ନିୟମ କେବଳ ୪୦ ବର୍ଷରୁ କମ୍‌ ବ୍ୟକ୍ତିଙ୍କ ପାଇଁ ଲାଗୁ ହେବାକୁ ଯାଉଛି। ମେଡ଼ିକାଲ ସାର୍ଟିଫିକେଟ୍‌ ବଦଳରେ କେବଳ ଡିକ୍‌ଲାରେସନ୍‌ ଦେବାର ଆବଶ୍ୟକତା ରହିଥିବା ନେଇ ଜଣାପଡ଼ିଛି। ଆବେଦନକାରୀ ଯେକୌଣସି ଗାଡ଼ି ଚଳାଇବାକୁ ଯୋଗ୍ୟ ବୋଲି ପ୍ରମାଣପତ୍ର ଦେବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ୪୦ ବର୍ଷୀୟ ବ୍ୟକ୍ତି ପୂର୍ବରୁ ଯେପରି ଭାବରେ DL ଆବେଦନ ସମୟରେ ମେଡ଼ିକାଲ ସାର୍ଟିଫିକେଟ୍‌ ଦେଉଥିଲେ ସେମିତି ହିଁ ଦେବେ।

ତେବେ ଅନଲାଇନରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ସମୟରେ ଆବେଦନକାରୀଙ୍କୁ ଜନ୍ମ ପ୍ରମାଣପତ୍ର, ସ୍ଥାନୀୟ ପ୍ରମାଣ ଅର୍ଥାତ୍‌ ରହୁଥିବା ସ୍ଥାନର ପ୍ରମାଣ ପତ୍ର, ଆଧାର କାର୍ଡ ସହ ଡାକ୍ତରୀ ମେଡ଼ିକାଲ ପ୍ରମାଣପତ୍ର ଅପଲୋଡ୍ କରିବାକୁ ପଡିବ। ବର୍ତ୍ତମାନ ପରିବହନ ବିଭାଗ ଅନଲାଇନ୍‌କୁ ଗୁରୁତ୍ୱ ଦେଉଛି। ଆଉ ଅନଲାଇନ୍ ବ୍ୟବସ୍ଥାରେ ବିଭାଗ ସାରଥୀ ସଫ୍ଟୱେୟାରରେ କିଛି ପରିବର୍ତ୍ତନ କରିଛି। ଯାହା ଫଳରେ ବର୍ତ୍ତମାନ ଲାଇସେନ୍ସ ପାଇବା ପାଇଁ ଡାକ୍ତରୀ ପ୍ରମାଣପତ୍ର ଅପଲୋଡ୍ କରିବାର କୌଣସି ଆବଶ୍ୟକତା ନାହିଁ। ଏଠାରେ ସ୍ପଷ୍ଟ କରୁଛୁ କି, ଏହି ସୁବିଧା କେବଳ ୪୦ ବର୍ଷରୁ କମ୍ ବୟସର ଲୋକଙ୍କ ପାଇଁ ରହିଛି।

କେନ୍ଦ୍ର ସରକାର ୪୦ ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କ ପାଇଁ ଲାଇସେନ୍ସ ପ୍ରଦାନ ପାଇଁ ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି, କିନ୍ତୁ ଏହା ସାରଥୀ ପୋର୍ଟାଲରେ କାର୍ଯ୍ୟକାରୀ କରାଯାଇ ନାହିଁ। ବର୍ତ୍ତମାନ ପରିବହନ ବିଭାଗ ସାରଥୀ ସଫ୍ଟୱେୟାରକୁ ଅପଡେଟ୍ କରାଯାଉଥିବା ସୂଚନା ମିଳିଛି। ଏଥି ସହିତ, ଯଦି ଆପଣ ୪୦ ବର୍ଷରୁ ଅଧିକ ତେବେ ଲାଇସେନ୍ସ କିମ୍ବା ନବୀକରଣ ପାଇଁ ଆବେଦନ କରିବା ପାଇଁ ଏହି ପ୍ରମାଣପତ୍ର ଉପଲବ୍ଧ ହେବ। DL ସମ୍ବନ୍ଧରେ ହେଉଥିବା ସମସ୍ତ କାମ ଅନଲାଇନ୍‌ ମାଧ୍ୟମରେ କରିବାକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି।

ଦେଶର ପ୍ରାୟ ପ୍ରତ୍ୟେକ ଆରଟିଓର କାର୍ଯ୍ୟ ବର୍ତ୍ତମାନ ଅନଲାଇନରେ କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ଏବଂ ଅନଲାଇନରେ ଏହା ସହ ଜଡିତ ୧୦୦ ପ୍ରତିଶତ ସେବା ଅନଲାଇନ୍‌ରେ କରିବାକୁ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ପରିବହନ କର୍ତ୍ତୃପକ୍ଷଙ୍କ ଅଧିକାଂଶ ସେବା ବର୍ତ୍ତମାନ ମଧ୍ୟ ଅନଲାଇନରେ ଆରମ୍ଭ ହୋଇଛ। ଲାଇସେନ୍ସ ନବୀକରଣ, ଡ୍ୟୁପ୍ଲିକେଟ୍‌ ଲାଇସେନ୍ସ, ଠିକଣା ପରିବର୍ତ୍ତନ ଏବଂ ଆରସି ତିଆରି କରିବାକୁ ଲୋକଙ୍କୁ ବର୍ତ୍ତମାନ ଆରଟିଓ ଅଫିସ୍‌ର ଚକ୍କର କାଟିବାକୁ ପଡ଼ିବ ନାହିଁ। କାରଣ ଏହି ସମସ୍ତ କାରବାର ଅନଲାଇନ୍‌ରେ ହେଉଛି। ଲୋକମାନେ ଘରେ ବସି ଏହି ଡକ୍ୟୁମେଣ୍ଟଗୁଡିକ ଅପଲୋଡ୍ କରିବାର ସୁବିଧା ପାଇପାରୁଛନ୍ତି| ଅନଲାଇନ୍ ଆବେଦନ ପରେ ଲୋକଙ୍କୁ କେବଳ ଡ୍ରାଇଭିଂ ପରୀକ୍ଷା ଏବଂ ଫିଟନେସ୍ ପାଇଁ ଆରଟିଓକୁ ଆସିବାକୁ ପଡିବ ବୋଲି ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।