• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତା ଏପ୍ରିଲରୁ ବଢ଼ିବ ପୁରୁଣା ଗାଡ଼ିର ପୁନଃ ପଞ୍ଜିକରଣ ଓ ଫିଟନେସ୍ ଫି । ବିଶେଷକରି କାର ଅନ୍ୟ ବାଣିଜ୍ୟିକ ଯାନ ବାହାନ କ୍ଷେତ୍ରରେ ଏହି ଦର ୮ ଗୁଣା ବଢ଼ିଛି । ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ନୂଆ ଫି ଧାର୍ଯ୍ୟ କରିଥିବା ବେଳେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ବାଇକ ରେଜିଷ୍ଟ୍ରେସନ ଫି ୩ ଶହ ଟଙ୍କା ଥିବା ବେଳେ ପୁନଃ ପଞ୍ଜିକରଣ ଫି ୧ ହଜାର ଟଙ୍କାକୁ ବୃଦ୍ଧି ପାଇଛି ।

ସେହିପରି ୩ ଚକିଆ ଯାନ ପାଇଁ ରେଜିଷ୍ଟ୍ରେସନ ଫି ୬ ଶହ ଟଙ୍କା ଥିବା ବେଳେ ପୁନଃ ପଞ୍ଜିକରଣ ପାଇଁ ୨୫ ଶହ ଟଙ୍କା ଦେବାକୁ ପଡିବ । କାର୍ ଏବଂ ଜିପ୍ ଭଳି ହାଲୁକା ମୋଟର ଯାନ ରେଜିଷ୍ଟ୍ରେସନ ଫି ୬ ଶହ ଟଙ୍କା ଥିବା ବେଳେ ରିନ୍ୟୁଆଲ ଫି ୫ ହଜାରକୁ ବୃଦ୍ଧି ପାଇଛି । ଆମଦାନୀ ହେଉଥିବା ଦାମୀ କାର ପଞ୍ଜିକରଣ ଫି ୫ ହଜାର ଟଙ୍କା ଥିବା ବେଳେ ଏହା ୪୦ ହଜାରକୁ ବଢ଼ିଛି । ସେହିଭଳି ମୋଟରସାଇକେଲଠୁ ଆରମ୍ଭ କରି ଭାରୀଯାନ ପର୍ଯ୍ୟନ୍ତ ସବୁ ପ୍ରକାର ଗାଡ଼ି କ୍ଷେତ୍ରରେ ଫିଟ୍‌ନେସ ରିନ୍ୟୁଆଲ ଫି ମଧ୍ୟ ୨ ଗୁଣାରୁ ୮ ଗୁଣା ଯାଏଁ ବୃଦ୍ଧି ପାଇଛି ।