• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେରଳର କିଛି ଜିଲ୍ଲାରେ ଗତ ଦୁଇ ଦିନର ଲଗାଣ ବର୍ଷା ଫଳରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇପଡ଼ିଛି । ଏହି ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ପ୍ରାୟ ଏବେ ସୁଦ୍ଧା ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହାସହ ଅନେକ ନିଖୋଜ ଥିବା ମଧ୍ୟ କୁହାଯାଉଛି । ଏହା ଭିତରେ କେରଳର ବିଭିନ୍ନ ପ୍ରାନ୍ତରୁ ବର୍ଷା ବିଭିଷିକାର ଅନେକ ଭିଡଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ସେମିତି ଏକ ଭିଡିଓ କୋଟାୟମର ମୁଣ୍ଡାକାୟମରୁ ଆସିଛି । ଯାହାକୁ ଦେଖିଲେ ଛାତି ଥରି ଉଠିବ ।

ଏହି ଭିଡିଓରେ ଦେଖାଯାଉଛି ଯେ, ଏଠାରେ ପ୍ରବଳ ବର୍ଷା ହୋଇଛି । ରାସ୍ତା ସେପଟେ ଗୋଟିଏ ନଦୀ ବହୁଛି । ନଦୀରେ କାଫି ପାଣି ରହିଛି । ଆଉ ନଦୀ ଜଳର ପ୍ରବାହ ବେଶ୍‌ ସ୍ପିଡ୍‌ ରହିଛି । ପାଣିର ଏଭଳି ସ୍ପିଡ୍‌ ଯୋଗୁଁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଛାତ ଘର ପ୍ରଥମେ ଅଳ୍ପ ନଉଁଛି । ତାପରେ ଧିରେ ଧିରେ ପୁରା ଘର ସେହି ନଦୀର ପ୍ରଖର ସ୍ରୋତରେ ବହିଯାଇଛି । ତେବେ ଏବେ ସୁଦ୍ଧା ଏହି ଘଟଣାରେ କାହାରି ମୃତାହତର ଖବର ସାମ୍ନାକୁ ଆସି ନାହିଁ ।

ସୂଚନାଯୋଗ୍ୟ, କୋଟାୟମ ଜିଲ୍ଲାର କୁଟ୍ଟିକଲରେ ୪୦ ବର୍ଷୀୟ ବ୍ୟକ୍ତି, ତାଙ୍କ ୭୫ ବର୍ଷୀୟ ମାଆ, ୩୫ ବର୍ଷୀୟ ପତ୍ନୀ ଓ ୧୪,୧୨ ଓ ୧୦ ବର୍ଷର ତିନି ସନ୍ତାନଙ୍କ ସହ ପରିବାରର ୬ ଜଣ ପ୍ରାଣ ହରାଇଛନ୍ତି । ସେହି ପରିବାରର ଘର ଭୁସ୍ଖଳନ ବେଳେ ଭୁଶୁଡ଼ି ଯାଇଛି । ତିନି ଜଣଙ୍କର ମୃତଦେହ ଶନିବାର ଉଦ୍ଧାର କରାଯାଇଛି । ଅନ୍ୟମାନଙ୍କୁ ଏବେ ବି ଖୋଜା ଚାଲିଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରଳରେ ବର୍ଷା ବିତ୍ପାତ ଦେଖି ରବିବାର ରାଜ୍ୟର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍‌ଙ୍କ ସହ ଆଲୋଚନା କରିଛନ୍ତି । ମୋଦି ଏନେଇ ଟ୍ୱିଟ୍‌ କରି କହିଛନ୍ତି ଯେ, ‘କେରଳ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଛି । ସରକାରୀ ଅଧିକାରୀମାନେ ବନ୍ୟା ପ୍ରଭାବିତଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।’

 

ପିଏମ୍‌ ମୋଦି ଆହୁରି କହିଛନ୍ତି, ମୁଁ ସମସ୍ତଙ୍କ ସୁରକ୍ଷିତ କାମନା କରୁଛି ଓ ସମସ୍ତେ କିଭଳି ସୁସ୍ଥ ରହିବେ ସେଥିପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ମୋଦି ଆଉ ଏକ ଟ୍ୱିଟ୍‌ କରି କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ ଯେ କେରଳରେ ବର୍ଷା ଓ ଭୂ-ସ୍ଖଳନ ଯୋଗୁଁ କିଛି ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ଜଣାଉଛି ।