• translate
Sarbeswar

News Highlights

  • ବସ୍‌ରେ ପଶିଲା ବର୍ଷା ପାଣି

  • ଭୟଭୀତ ଅବସ୍ଥାରେ ଲୋକେ

  • ଦିଲ୍ଲୀ ସ୍ଥିତି ସଙ୍ଗୀନ

  • ସରକାରଙ୍କୁ ଦୋଷ ଦେଲେ ଲୋକେ

ନୂଆଦିଲ୍ଲୀ: ମୁମ୍ବାଇ ପରେ ଏବେ ଦିଲ୍ଲୀରେ ପ୍ରବଳ ବର୍ଷା ରେକର୍ଡ଼ ହୋଇଛି। ସ୍ଥିତି ଏମିତି ହେଲାଣି ଯେ, ରାଜରାସ୍ତା ଉପରେ ହିଁ ବସ୍‌ ମଧ୍ୟରେ ପାଣି ପଶିବାକୁ ଲାଗିଲାଣି। ଯୁଆଡ଼େ ଦେଖିବେ ସିଆଡ଼େ ଖାଲି ପାଣି ଆଉ ପାଣି। ଏମିତିକି ରାସ୍ତାରେ ଯାଉଥିବା ଦିଲ୍ଲୀ ସରକାରଙ୍କ ବସ୍‌ରେ ମଧ୍ୟ ପାଣି ପଶିଥିବା ନେଇ ସୂଚନା ମିଳିଛି। ବସ୍‌ରେ ପାଣି ପଶିଯିବାରୁ ଭୟଭୀତ ହୋଇଥିଲେ ଲୋକେ। କିନ୍ତୁ ତଳକୁ ଓହ୍ଲାଇବାର ରାସ୍ତା ନଥିଲେ ତେଣୁ ବାଧ୍ୟ ହୋଇ ବସ୍‌ ମଧ୍ୟରେ ହିଁ ଫଶିରହିଥିଲେ ଲୋକେ। କେବଳ ପ୍ରଶାସନକୁ ଗୁହାରି କରିବା ସହ ସେମାନଙ୍କ ପାଖରେ କୌଣସି ବିକଳ୍ପ ନଥିବା ପରି ମନେ ହେଉଥିଲା। ବସ୍‌ରେ ଛୋଟିଆ ପିଲାମାନେ ଥିବାରୁ ସ୍ଥିତି ଆହୁରି ଜଟିଳ ହୋଇଥିଲା।

କେବଳ ଏଥର ନୁହେଁ ପୂର୍ବରୁ ମଧ୍ୟରେ ମଝି ରାସ୍ତାରେ ବର୍ଷା ପାଣିରେ ବସ୍‌ ବୁଡ଼ିବା ଘଟଣା ଦେଖିବାକୁ ମିଳିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରବଳ ବର୍ଷା ନେଇ ପୂର୍ବରୁ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ସତ୍ତ୍ୱେ ଦିଲ୍ଲୀ ସରକାର ପାଣି ନିଷ୍କାସନ କରିବା ପାଇଁ କୌଣସି ବ୍ୟବସ୍ଥା କରୁନଥିବା କାରଣରୁ ଏମିତି ସ୍ଥିତି ଉପୁଜିଥିବା କୁହାଯାଇଛି।

ସୂଚନା ଅନୁସାରେ, ବସ୍‌ରେ ଅନେକ ମହିଳାମାନେ ମଧ୍ୟ ରହିଥିଲେ କିନ୍ତୁ ସମସ୍ତେ ବାଧ୍ୟ ହୋଇ ବସ୍‌ ମଧ୍ୟରେ ହିଁ ବସିରହିଥିଲେ। ପାଣି ଯେତିକି ଯେତିକି ବଢୁଥିଲା ମନରେ ଭୟ ମଧ୍ୟ ସେତିକି ସେତିକି ବଢୁଥିଲା। କେହି କେହି ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଲାଭ ପାଇନଥିଲେ। କାରଣ ରାସ୍ତାରେ ପାଖାପାଖି ୫ ରୁ ୬ ଫଟ୍‌ ପର୍ଯ୍ୟନ୍ତ ପାଣି ଜମିରହିଥିଲା। ତେବେ ଖବର ପାଇ ଦିଲ୍ଲୀ ପୌରନିଗମ କର୍ତ୍ତୃପକ୍ଷ ପାଣି ନିଷ୍କାସନ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଲାଭ ମିଳିନାହିଁ।

କାରଣ ପୂରା ଦିଲ୍ଲୀ ସହର ଏବେ ଜଳମଗ୍ନ ହୋଇ ରହିଛି। ଏଠାରେ କହିରଖୁଛୁ, କେବଳ ଆଜି ସକାଳୁ ହୋଇଥିବା ମୁସଳ ଧାରାରେ ବର୍ଷାରେ ଦିଲ୍ଲୀବାସୀ ଏହି ଚିତ୍ର ଦେଖିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରତିବର୍ଷ ଦିଲ୍ଲୀରେ ଏମିତି ଚିତ୍ର ଦେଖିବାକୁ ମିଳିଛି। କିନ୍ତୁ ସରକାର କୌଣସି ବ୍ୟବସ୍ଥା କରୁନଥିବାରୁ ସ୍ଥିତି ଜଟିଳ ହୋଇଛି।

Other Stories

  • Assam-mizoram dispute
    National ଆସାମ-ମିଜୋରାମ ସୀମାରେ ସଂଘର୍ଷ: ଆରମ୍ଭ ହେଲା ତଦନ୍ତ

    ଗତକାଲି ଆସାମର କାଚାର ଜିଲ୍ଲା ଲୀଳାପୁର ଗାଁ ଓ ମିଜୋରାମ୍ କୋଲାସିବ ଜିଲ୍ଲାର ବୈରେଙ୍ଗତେ ଗାଁର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳରୁ ଘଟଣା ଉଗ୍ର ରୂପ ନେଇଥିଲା। ଗଣ୍ଡଗୋଳରେ ଆସାମ ପୋଲିସର ୬ ଜଣ ଯବାନ ପ୍ରାଣ ହରାଇଛନ୍ତି...

  • Iconic Horse
    Literature & Culture ଘୋଡ଼ା ଯେଉଁଠି ଥିଲା, ସେଇଠି ରହିବ !

    ଗତ ଜୁନ୍‌ରେ ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟିମୋଡାଲ ହବ୍ ନିର୍ମାଣ ଲାଗି ଯୋଜନା କରାଯାଇଥିଲା। ତେବେ ସ୍ମାର୍ଟ ଜନପଥର ବିକାଶ ପାଇଁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମନାକୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି...

  • Raj Kundra
    National ଜେଲ ଗଲେ ରାଜ କୁନ୍ଦ୍ରା

    ରାଜଙ୍କ ପ୍ରଡକ୍ସନ ହାଉସରେ ପର୍ଣ୍ଣ ଫିଲ୍ମ ସୁଟିଂ ହେଉଥିବାବେଳେ ଲଣ୍ଡନ ଏକ କଂପାନି ଜରିଆରେ ସେ ଏହାକୁ ହଟସଟ୍ସ ନାମକ ଏକ ଆପ୍ଲିକେସନରେ ଅପଲୋଡ଼ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ତାଙ୍କୁ ଗିରଫ ପରେ ଆଜି ପର୍ଯ୍ୟନ୍ତ...