• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କୁନି କାନ୍ଧରେ ବଡ଼ ଦାୟିତ୍ୱ 

  • ଗାଁ ଲୋକଙ୍କୁ ସୁବିଧା ଯୋଗାଇବା ପାଇଁ ଆଗେଇ ଆସିଲେ ମିଲନ୍ ଯାଦବ

ନୂଆଦିଲ୍ଲୀ : କୁନି କାନ୍ଧରେ ବଡ଼ ଦାୟିତ୍ୱ । ବୟସରେ ଛୋଟ କିନ୍ତୁ ଉଦ୍ଦେଶ୍ୟ ମହତ । ଗାଁ ଲୋକଙ୍କୁ ତାଙ୍କର ଅଧିକାର ଦେବା ପାଇଁ ଆଗେଇ ଆସିଲା କୁନି ଝିଅ । ରାଜଧାନୀର ମାଟିଆଲା ବିଧାନସଭା ନିର୍ବାଚନମଣ୍ଡଳୀରେ ଅବସ୍ଥିତ ଝୁଲଝୁଲି ଗ୍ରାମରେ ରହୁଥିବା ୧୨ ବର୍ଷୀୟ ମିଲନ ଯାଦବ ଗାଁ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି । ଗାଁର ସମସ୍ୟାର ସମାଧାନ ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଲେଫ୍ଟନାଣ୍ଟ ଗଭର୍ଣ୍ଣର ତଥା ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ଲେଖିଛନ୍ତି । ଆଠ ପୃଷ୍ଠାର ଚିଠି ସହିତ ଗାଁର ସମସ୍ତ ସମସ୍ୟା ସହ ଜଡିତ ଫଟୋ ମଧ୍ୟ ପଠାଇଛି ।

ଝୁଲଝୁଲି ଗ୍ରାମର ଏକ ଘରୋଇ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି ମିଲନ୍ ଯାଦବ । ରାଜନୀତି ବିଜ୍ଞାନ ପୁସ୍ତକରୁ ଗ୍ରାମକୁ କାମ ମିଳିବା ପ୍ରସଙ୍ଗରେ ସ୍ଥାନୀୟ ସଂସ୍ଥା ତଥା ପଞ୍ଚାୟତର ଦାୟିତ୍ୱ ସମ୍ପର୍କରେ ଜାଣିବାକୁ ପାଇଥିଲେ । ହେଲେ ଏଯାଏଁ କାହିଁକି ଗାଁରେ କୌଣସି ସୁବିଧା ନାହିଁ ବୋଲି କୁନି ମନରେ ପ୍ରଶ୍ନ ଉଠିଥିଲା । ଅଜା ଜିଲ ସିଂଙ୍କ ସହ ଆଲୋଚନା କରିବା ପରେ ମିଲନ୍ ଜାଣିବାକୁ ପାଇଥିଲେ, ଦିଲ୍ଲୀରେ ୧୯୯୦ ମସିହାରେ ଦିଲ୍ଲୀରେ ପଞ୍ଚାୟତ ରାଜ ବ୍ୟବସ୍ଥା ଶେଷ ହୋଇଛି । ଗ୍ରାମ ଗୁଡିକୁ ସୁବିଧା ସୁଯୋଗ ଯୋଗାଇବା ଦାୟିତ୍ୱ ମ୍ୟୁନିସିପାଲିଟି କର୍ପୋରେସନ ଉପରେ ନ୍ୟସ୍ତ ରହିଛି । ଏହା ପରେ ଭଉଣୀ ଆକ୍ରିତୀ ଯାଦବଙ୍କ ସାହାଯ୍ୟରେ ମିଲନ ଗୁଗୁଲରେ ମ୍ୟୁନିସିପାଲିଟି କର୍ପୋରେସନ୍ ଆକ୍ଟ ସମ୍ପର୍କରେ ପଢ଼ିଥିଲେ। ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଆବଶ୍ୟକ ଥିବା ବ୍ୟବସ୍ଥାଗୁଡିକର ଅନୁସନ୍ଧାନ କରିଥିଲେ ।

ଆଉ ଶେଷରେ ସମସ୍ୟାର ଏକ ତାଲିକା ପ୍ରସ୍ତୁତ କରି ସେ ଗୁଡ଼ିକର ଫଟୋ ଉଠାଇଥଲେ । ଏହା ପରେ ସମ୍ପର୍କୀୟ ଭଉଣୀଙ୍କ ସାହାଯ୍ୟରେ ଇଂରାଜୀରେ ଏକ ଚିଠି ଲେଖିଥିଲେ । ଏହି ଚିଠିରେ ସେ ଗାଁର ଭଙ୍ଗା ରାସ୍ତା, ରାସ୍ତାଘାଟ, ଡ୍ରେନ ଏବଂ ପରିମଳ ବ୍ୟବସ୍ଥା ବିଷୟରେ ଲେଖିଛନ୍ତି । ଉପଯୁକ୍ତ ଜଳ ଯୋଗାଣ ବ୍ୟବସ୍ଥା ଅଭାବରୁ ଲୋକେ କିପରି ଅସୁବିଧା ଭୋଗୁଛନ୍ତି ସେ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ଅତି ଅଳ୍ପ ବୟସରେ ଗାଁର ପ୍ରତି ଧ୍ୟାନ ଆକର୍ଷିତ କରିବା ପରି ବଡ଼ କାମ କରିଛନ୍ତି ମିଲନ ଯାଦବ । ତେବେ ବଡ ହୋଇ ରାଜନୀତିରେ ପ୍ରବେଶ କରିବାକୁ ତାଙ୍କର ଇଚ୍ଛା ନାହିଁ ବୋଲି ସେ କହନ୍ତି । ମିଲନ୍ ବଡ଼ ହୋଇ ଜଣେ ଶିକ୍ଷକ ହେବାକୁ ଚାହୁଁଛନ୍ତି । ଶିକ୍ଷକ ବୃତ୍ତି ଠାରୁ ଭଲ କାମ ଆଉ କିଛି ନାହିଁ। ପିଲାମାନଙ୍କର ଭବିଷ୍ୟତ ଶିକ୍ଷକ ସ୍ଥିର କରନ୍ତି । ତେବେ ଭବିଷ୍ୟତରେ ଶିକ୍ଷକ ହୋଇ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ।