• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମିଶ୍ରଣ ଡୋଜ୍ ଅଧିକ ଫଳପ୍ରଦ କି ନାହିଁ ଷ୍ଟଡିରୁ ଜଣାପଡ଼ିବ

     

  • ମିଶ୍ରଣ ଡୋଜ୍ ଅଧିକ ଫଳପ୍ରଦ ବୋଲି ନିକଟରେ ICMR ସ୍ପଷ୍ଟ କରି ସାରିଛି

ନୂଆଦିଲ୍ଲୀ : ଦେଶର ଟିକାକରଣରେ ବ୍ୟବହୃତ ଦୁଇଟି ପ୍ରମୁଖ କରୋନା ଟିକା କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକାର ମିଶ୍ରିତ ଡୋଜର କ୍ଲିନିକାଲ୍ ପରୀକ୍ଷଣ ଏବଂ ଅଧ୍ୟୟନକୁ ଅନୁମୋଦନ ମିଳିଛି । କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ର ଡୋଜ୍ କାମ କରୁଛି କି ନାହିଁ, ତାର ଅନୁଧ୍ୟାନ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ (DCGIର) ଅନୁମତି ପ୍ରଦାନ କରିଛି । ମିଶ୍ରିତି ଡୋଜ୍ ଉପରେ ଅଧ୍ୟୟନ ଏବଂ ପରୀକ୍ଷା ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ଜୁଲାଇ ୨୯ରେ ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନର ଏକ ବିଶେଷଜ୍ଞ କମିଟି ମିଶ୍ରିତ ଡୋଜର ଅଧ୍ୟୟନ ପାଇଁ ସୁପାରିଶ କରିଥିଲା । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନଠାରୁ ଏହି ଅଧ୍ୟୟନ ଭିନ୍ନ ହେବ । ଏହାପୂର୍ବରୁ ଉଭୟ ଟିକାର ମିଶ୍ରିତ ମାତ୍ରାରେ ଊପରେ ଆଇସିଏମ୍ଆର୍ ଏକ ଅଧ୍ୟୟନ କରିଥିଲା । କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ମିଶ୍ରଣରୁ ସକରାତ୍ମକ ପରିଣାମ ମିଳୁଥିବା ଦାବି କରାଯାଇଥିଲା । ଦୁଇଟି ଟିକାର ଭିନ୍ନ ଭିନ୍ନ ଡୋଜ୍ ନେଲେ ଲୋକଙ୍କ ନିକଟରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି ବୋଲି ICMR କହିଥିଲା । ଏବେ ଆନୁଷ୍ଠାନିକ ଭାବେ ଏହାର ଷ୍ଟଡି କରିବାକୁ ଏବେ ଅନୁମତି ଦେଇଛି DCGI ।

ସୂଚନାଯୋଗ୍ୟ ଜଣେ ବ୍ୟକ୍ତି ଭିନ୍ନ ଭିନ୍ନ ଭ୍ୟାକ୍ସିନ୍‌ର ଦୁଇଟି ଡୋଜ୍ ନେଲେ ଏହାର ପରିଣାମ କିଭଳି ରହୁଛି ଜାଣିବା ପାଇଁ ଆଇସିଏମ୍ଆର୍ ପକ୍ଷରୁ ଏଭଳି ଗବେଷଣା କରାଯାଇଥିଲା । ଗବେଷଣାରେ ୯୮ ଜଣଙ୍କୁ ସାମିଲ କରାଯାଇଥିଲା । ଆଉ ସେଥି ମଧ୍ୟରୁ ୪୦ ଜଣଙ୍କୁ କୋଭିସିଲ୍ଡର ଦୁଇଟି ଡୋଜ୍, ୪୦ ଜଣଙ୍କୁ କୋଭାକ୍ସିନର ଦୁଇଟି ଡୋଜ୍ ଏବଂ ଅନ୍ୟ ୧୮ ଜଣଙ୍କୁ ପ୍ରଥମେ କୋଭିସିଲ୍ଡ ଓ ପରେ କୋଭାକ୍ସିନ୍ ଟିକା ଦିଆଯାଇଥିଲା । ତେବେ ଯେଉଁମାନଙ୍କୁ ଦୁଇଟି ଅଲଗା ଅଲଗା ଡୋଜ୍ ଦିଆଯାଇଥିଲା, ସେମାନଙ୍କ ଠାରେ ଅନ୍ୟମାନଙ୍କ ତୁଳନାରେ କରୋନାର ଆଲଫା, ବିଟା ଓ ଡେଲ୍ଟା ଭ୍ୟାରିଏଣ୍ଟ ବିରୋଧୀ ଇମ୍ୟୁନୋଜେନେସିଟି ପ୍ରୋଫାଇଲ୍ ବେଶ୍ ପ୍ରଭାବୀ ରହିଥିଲା। ଖାଲି ସେତିକି ନୁହେଁ ଏହା ନିରାପଦ ବୋଲି ବି ICMR ଦାବି କରିଥିଲା ।