• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚେନ୍ନାଇ : ସାମାଜିକ ବ୍ୟାଧୀ ପାଲଟିଛି ଜାତିଗତ ଭେଦଭାବ । ଏକବିଂଶ ଶତାଦ୍ଦୀରେ ମଧ୍ୟ ମଣିଷ ଅମାନବୀୟ ବ୍ୟବହାର କରୁଛି । ତାମିଲନାଡୁର କୋଏମ୍ବାଟୁରରେ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଦଳିତ ସରକାରୀ କର୍ମଚାରୀ ଉଚ୍ଚ ଜାତିର ବ୍ୟକ୍ତିଙ୍କ ପାଦତଳେ ପଡ଼ି କ୍ଷମା ମାଗୁଥିବା ଏକ ଭିଡିଓ ଭାଇରାଲ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଜାତି ଆଧାରରେ ଭେଦଭାବର ଏହି ମାମଲା ୬ ଅଗଷ୍ଟ ଶୁକ୍ରବାର ଦିନ ଘଟିଥିବା ଜଣାପଡ଼ିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି, ଜଣେ ବ୍ୟକ୍ତି ଚେୟାରରେ ବସିଛନ୍ତି ଏବଂ ଅନ୍ୟ ଜଣେ ତାଙ୍କ ଗୋଡ ଧରି କାନ୍ଦୁଛନ୍ତି । କିଛି ସମୟ ପରେ ତାଙ୍କ ପାଖରେ ଠିଆ ହୋଇଥିବା ବ୍ୟକ୍ତି ସରକାରୀ କର୍ମଚାରୀଙ୍କୁ ଉପରକୁ ଉଠାଉଛନ୍ତି , କିନ୍ତୁ ସେ ପୁଣି ଥରେ ହାତ ଯୋଡ଼ି ଚେୟାରରେ ବସିଥିବା ବ୍ୟକ୍ତିଙ୍କ ପାଦତଳେ ପଡ଼ିଯାଉଛନ୍ତି । ସେଠାରେ ହେଉଥିବା କଥାବାର୍ତ୍ତା ତାମିଲ ଭାଷାରେ ହେଉଥିବାରୁ ବିଶେଷ କିଛି ବୁଝା ପଡ଼ୁନାହିଁ । ତଥାପି ଜଣେ ସବର୍ଣ୍ଣ ବ୍ୟକ୍ତିଙ୍କ ପାଦତଳେ ଜଣେ ଦଳିତ କର୍ମଚାରୀ ଅସହାୟ ହୋଇ କାନ୍ଦୁଥିବା ସ୍ପଷ୍ଟ ଜଣାପଡ଼ୁଛି । ପାଦତଳେ ପଡ଼ିଥିବା ବ୍ୟକ୍ତି ଜଣକ ବିକଳ ହୋଇ କାନ୍ଦିବା ସହ ନିଜ ମୁଣ୍ଡ ପୁଟୁଥିବା ଦେଖାଯାଉଛନ୍ତି ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ କୋଏମ୍ବାଟୁରର ଆନ୍ନୋର ତାଲୁକର ଅଟ୍ଟୋଆରପାଲାୟମ ଗ୍ରାମର ବୋଲି ଜଣାପଡ଼ିଛି । ଅଗଷ୍ଟ ୬ରେ ସେହି ଗାଁରେ ରହୁଥିବା ସବର୍ଣ୍ଣ ବ୍ୟକ୍ତି ଗୋପାଳସାମୀ ଜମି କାଗଜପତ୍ର ଯାଞ୍ଚ ପାଇଁ ଗ୍ରାମ ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତେବେ ସେଠାରେ ଥିବା ସରକାରୀ କର୍ମଚାରୀ ଗୋପାଳସାମୀଙ୍କୁ ଜମିର ସମସ୍ତ କାଗଜପତ୍ର ଦେଖାଇବାକୁ କହିଥିଲେ, କିନ୍ତୁ ତାଙ୍କ ପାଖରେ ସମସ୍ତ କାଗଜପତ୍ର ନଥିଲା । ଆଉ ଏନେଇ ଗୋପାଳସାମୀଙ୍କ ଅଧିକାରୀଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଦିଅନ୍ତି । ଭିଡିଓରେ ଦେଖିବାକୁ ମିଳୁଛି, ଉତ୍ତେଜନା ବଢ଼ିବା ପରେ ଗୋପାଳସାମୀ ମୁଥୁସାମିଙ୍କ ବିରୋଧରେ ଜାତିଗତ ଅପଶବ୍ଦ ବ୍ୟବହାର କରିବା ଆରମ୍ଭ କରନ୍ତି ।

ଯୁକ୍ତିତର୍କ ବଢ଼ିଯିବା ପରେ ସରକାରୀ କର୍ମଚାରୀ ମୁଥୁସାମୀଙ୍କୁ ଧମଚମକ ଦିଅନ୍ତି ଗୋପାଳସାମୀ । ତେବେ ଏଥିରେ ମୁଥୁସାମୀ ଏଥିରେ ଭୟଭୀତ ହୋଇ ଗୋପାଳସାମୀଙ୍କ ପାଦତଳେ ପଡ଼ିଯାଆନ୍ତି । ଗୋପାଳସାମୀ ମୁଥୁସାମୀଙ୍କୁ ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଭୟରେ ମୁଥୁସାମୀ ଉଠନ୍ତି ନାହିଁ । ତେବେ ଏହି ପୂରା ଘଟଣାକୁ ମୋବାଇଲରେ କେହି ଜଣେ ରେକର୍ଡ କରି ନେଇଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛନ୍ତି । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କୋଏମ୍ବାଟୁର କଲେକ୍ଟର ଜିଏସ ସମୀରନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।