• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଧନୀର ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଶିଳ୍ପପତି ଶିବ ନାଦାର

  • ଷଷ୍ଠରେ ଲକ୍ଷ୍ମୀ ମିତ୍ତଲ, ସପ୍ତମରେ ସାବିତ୍ରୀ ଜିନ୍ଦଲ, ଅଷ୍ଟମରେ ଉଦୟ କୋଟାକ

  • ନବମ ଓ ଦଶମ ସ୍ଥାନରେ ରହିଛନ୍ତି ପୁଲନଜୀ ମିସ୍ତ୍ରୀ ଓ କୁମାର ବିର୍ଲା

ନୂଆଦିଲ୍ଲୀ : ଦେଶର ଧନୀ ତାଲିକାରେ ପୁଣି ଏକ ନମ୍ବର ସ୍ଥାନ ବଜାୟ ରଖିଲେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ । ଗତ ବର୍ଷକ ମଧ୍ୟରେ ଅମ୍ବାନୀଙ୍କ ଆୟ ୪ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ପାଇଛି । ୯୯ ଦଶମିକ ୭ ବିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି ସହ ଲଗାତାର ଦେଶର ଶହେ ଧନୀ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଅମ୍ବାନୀ । ୨୦୦୮ରୁ ସେ ଦେଶର ଏକ ନମ୍ବର ଧନୀ ଭାବେ ନିଜ ସ୍ଥାନ ବଜାୟ ରଖିଛନ୍ତି ।

ଆଜି ପ୍ରକାଶ ପାଇଥିବା ଫୋବର୍ସ ପତ୍ରିକାର ୧୦୦ ଭାରତୀୟ ଧନୀ ତାଲିକାରେ ମୁକେଶଙ୍କ ସମେତ ଦ୍ୱିତୀୟ ସ୍ଥାନରେ ଗୌତମ ଅଦାନୀ ତୃତୀୟ ସ୍ଥାନରେ ଶିବ ନାଦାର ରହିଛନ୍ତି । ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତିର ପରିମାଣ ୯୨ ଦଶମିକ ୭ ବିଲିୟନ ୟୁଏସଡି ରହିଥିବା ବେଳେ ୭୪ ଦଶମିକ ୮ ବିଲିୟନ ୟୁଏସଡି ସହ ଦ୍ୱିତୀୟରେ ରହିଛନ୍ତି ଗୌତମ ଆଦାନୀ । ୩୧ ବିଲିୟନ ଆମେରିକୀୟ ଡଲାର ସହ ତୃତୀୟରେ ଶିବ ନାଦାର ଏବଂ ୨୯ ଦଶମିକ ୪ ବିଲିୟନ ସହ ତାଲିକାର ଚତୁର୍ଥରେ ରହିଛନ୍ତି ରାଧାକିଷମ ଦମାନୀ । ପଞ୍ଚମରେ ରହିଛନ୍ତିସାଇରସ ପୁନଓ୍ୱାରା, ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୯ ବିଲିୟନ ୟୁଏସଡି।

ଧନୀ ତାଲିକାର ଷଷ୍ଠରେ ରହିଛନ୍ତି ଲକ୍ଷ୍ଣୀ ମିତ୍ତଲ, ତାଙ୍କ ପାଖରେ ରହିଛି ମୋଟ ୧୮ ଦଶମିକ ୮ ବିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି । ସପ୍ତମରେ ସାବିତ୍ରୀ ଜିନ୍ଦଲ ରହିଛନ୍ତି, ତାଙ୍କ ସମ୍ପତ୍ତିର ପରିମାଣ ୧୮ ବିଲିୟନ ଆମେରିକୀୟ ଡଲାର । ୧୬ ଦଶମିକ ୫ ବିଲିୟନ ଡଲାରର ସମ୍ପତ୍ତି ସହ ଅଷ୍ଟମରେ ରହିଛନ୍ତି ଉଦୟ କୋଟାକ । ନବମରେ ରହିଛନ୍ତି ପଲୋନଜି ମିସ୍ତ୍ରୀ । ତାଙ୍କର ସମ୍ପତ୍ତିର ପରିମାଣ ୧୬ ଦଶମିକ ୪ ବିଲିୟନ ଡଲାର । ଦଶମରେ ରହିଛନ୍ତି କୁମାର ବିର୍ଲା, ତାଙ୍କ ପାଖରେ ରହିଛି ୧୫ ଦଶମିକ ୮ ବିଲିୟନ ଡଲାରର ସମ୍ପତ୍ତି ।