• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଟିକାକରଣ ଆଥମ୍ ସଙ୍ଗ ରିଲିଜ୍ । ପ୍ରସିଦ୍ଧ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ କୈଳାସ ଖେର୍ ଏହାକୁ ଗାଇଛନ୍ତି ଏବଂ ସଂଯୋଜନା ବି କରିଛନ୍ତି । ଦେଶରେ କରୋନା ଟିକାକରଣକୁ ଅଭୂତପୂର୍ବ ସଫଳତା ମିଳିବା ପରେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କୈଳାସ । କିପରି ଯୁବ ପିଢ଼ି ଟିକାକରଣ ଦିଗରେ ନିଜକୁ ଅଧିକରୁ ଅଧିକ ସାମିଲ କରିବେ ସେ ନେଇ ବାର୍ତ୍ତା ବାଣ୍ଟିଛନ୍ତି । ଟିକାରୁ ହିଁ ଦେଶ ବଞ୍ଚିବ ଏହି ନାରା ଦେଇ ଗୀତକୁ ପ୍ରସ୍ତୁତ କରାଯାଇଛି । ଏବେ ବି କରୋନା ମହାମାରୀ ସଙ୍କଟ ଟଳିନି । ତେଣୁ ସତର୍କ ରହିବା ସହ ଦୁଇ ଡୋଜ୍ ଟିକା ନେବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।

ସରକାର ଧିରେ ଧିରେ ଏବେ ୧୦୦ କୋଟି ଲୋକଙ୍କ ଟିକାକରଣ ଦିଗରେ ଅଗ୍ରସର ହେଉଛନ୍ତି । ଟିକାକରଣ ଅଭିଯାନକୁ ଆହୁରି ଗତି ଦେବା ପାଇଁ ସରକାରଙ୍କ ପକ୍ଷରୁ ଶନିବାର ଏବେ ଭିଡିଓ ଗୀତ ଜାରି କରାଯାଇଛି । ଏହି ଗୀତରେ ଗାୟକ କୈଳାଶ ଖେର କଣ୍ଠଦାନ କରିଛନ୍ତି ।

ଏବେ ସୁଦ୍ଧା ୯୭ କୋଟି ଲୋକଙ୍କୁ ଟିକାକରଣ

୧୦୦ କୋଟି କରୋନା ଟିକାକାରଣ ଦିଗରେ ସରକାର ଆଗେଇ ଚାଲିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଓ ହରଦିପ ସିଂହ ପୁରୀ ଶରନିବାର ଏକ ଭିଡିଓ ଗୀତ ଜାରି କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେମାନଙ୍କର ନିଷ୍ଠାପର ସେବା ପାଇଁ ଭାରତ ଆଜି ସୁରକ୍ଷିତ ରହିଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ସମସ୍ତଙ୍କ ମିଳିତ ସହଯୋଗ ଯୋଗୁଁ, ଭାରତ ଆଜି କରୋନା ଟିକାକରଣ କ୍ଷେତ୍ରରେ ୯୭ କୋଟି ସଂଖ୍ୟା ଛୁଇଁ ପାରିଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସରକାର ଓ ଜନତା ସ୍ୱଦେଶୀ ଟିକା ବିକାଶିତ କରିବା କ୍ଷେତ୍ରରେ ଆମ ବୈଜ୍ଞାନିକ, ବିଶେଷଜ୍ଞ ଓ ଚିକିତ୍ସକଙ୍କୁ ପ୍ରୋତ୍ସାହିତ କରିଥିଲେ । ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ଆମେ ଖୁବ୍‌ କମ୍‌ ସମୟ ମଧ୍ୟରେ ଦେଶର କୋଣ ଅନୁକୋଣରେ ଟିକା ପହଞ୍ଚାଇବା ପାଇଁ ସକ୍ଷମ ହୋଇପାରିଛୁ । ଏହାସହ ଏକ ବିରାଟ ଲକ୍ଷ୍ୟ ଆଜି ପୁରଣ ହୋଇପାରିଛି ।

 

୧୦୦ କୋଟି ସଂଖ୍ୟା ବି ଖୁବ୍‌ଶୀଘ୍ର ପୁରଣ ହେବ

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ସପ୍ତାହ ମଧ୍ୟରେ ଦେଶ ୧୦୦ କୋଟି ଟିକାକରଣ ଲକ୍ଷ୍ୟ ପୁରଣ କରିବ । ଏହି ଗୀତ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଗୁଡ଼ିକ ମଧ୍ୟରେ ସହଯୋଗ ଓ ସମନ୍ୱୟ ରଖି କାମ କରିବାର ଏକ ପରିଣାମ ବୋଲି କୁହାଯାଇପାରେ । ଏହି ଗୀତ ଦ୍ୱାରା ଲୋକଙ୍କ ମଧ୍ୟରେ ଟିକାକରଣକୁ ନେଇ ସଚେତନତା ସୃଷ୍ଟି କରାଯାଇପାରିବ । ଏମିତି ଲୋକଙ୍କ ମଧ୍ୟରେ ଥିବା ଭୁଲ ବଝାମଣା ମଧ୍ୟ ଦୂର ହେବ ବୋଲି ଆଶ କରାଯାଉଛି ।