• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମୁମ୍ବାଇ: ଦୁର୍ଦ୍ଦାନ୍ତ ଅପରାଧୀକୁ କେକ୍‌ ଖୁଆଇ ଅଡ଼ୁଆରେ ପୋଲିସ୍‌ ବାବୁ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି suburban ଯୋଗେଶ୍ୱରୀରେ ପୋଷ୍ଟିଂ ହୋଇଥିବା ଜଣେ ସିନିଅର୍‌ ଇନ୍ସପେକ୍ଟର ଦୁର୍ଦ୍ଦାନ୍ତ ଅପରାଧୀକୁ କେକ୍‌ ଖୁଆଉଛନ୍ତି। ଭିଡିଓ ଭାଇରାଲ୍‌ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ୨ ସପ୍ତାହ ପୂର୍ବର ଏହି ଘଟଣା ବୋଲି ଜଣାପଡ଼ିଛି। 

ଭାଇରାଲ୍‌ ଭିଡିଓରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀର ନାଁ ଡାନିଶ୍‌ ଶେଖ୍‌ ବୋଲି ଜଣାପଡ଼ିଛି। ହତ୍ୟା ଉଦ୍ୟମ ଭଳି ଅନେକ ଅପରାଧିକ ମାମଲାରେ ସମ୍ପୃକ୍ତ ଡାନିଶ୍‌କୁ ଯୋଗେଶ୍ୱରୀ ପୋଲିସ୍‌ ଗିରଫ କରିଥିଲା। ୧୫ ସେକେଣ୍ଡର ଏହି ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଡାନିଶ୍‌ର ବର୍ଥ ଡେ’ ସେଲିବ୍ରେସନ୍‌ ହେଉଛି। ଏହି ଅବସରରେ ଡାନିଶ୍‌ କେକ୍‌ କାଟି ଏକ କେକ୍‌ ଖଣ୍ଡ ପୋଲିସ୍‌ ୟୁନିଫର୍ମରେ ଥିବା ସିନିଅର୍‌ ଇନ୍ସପେକ୍ଟର ମହେନ୍ଦ୍ର ନେର୍‌ଲେକର୍‌ଙ୍କୁ ଖୁଆଉଛନ୍ତି। ଏହି ସମୟରେ ମହେନ୍ଦ୍ର ମଧ୍ୟ ଡାନିଶ୍‌କୁ କେକ୍‌ ଖୁଆଇଥିଲେ। ହାଉସିଂ ସୋସାଇଟିର ଏକ ଅଫିସରେ ଏହି ବର୍ଥ ଡେ’ ସେଲିବ୍ରେସନ୍‌ ହୋଇଥିବା ଜଣାପଡ଼ିଛି। 

ଘଟଣାକୁ ନେଇ ଇନ୍ସପେକ୍ଟର ମହେନ୍ଦ୍ର ନେର୍‌ଲେକର୍‌ କହିଛନ୍ତି, ଭାଇରାଲ୍‌ ଭିଡିଓ ବହୁତ ପୁରୁଣା। ଉଚ୍ଛେଦ କାର୍ଯ୍ୟ ତଦାରଖ ପାଇଁ ମୁଁ ହାଉସିଂ ସୋସାଇଟିକୁ ଯାଇଥିଲି। କିନ୍ତୁ କିଛି ବରିଷ୍ଠ ନାଗରିକ ସୋସାଇଟି ଅଫିସ୍‌ ପରିଦର୍ଶନ ପାଇଁ ମୋତେ ଅନୁରୋଧ କରିଥିଲେ। ସେମାନଙ୍କ ଅନୁରୋଧ କ୍ରମେ ମୁଁ ସେଠାକୁ ଯାଇଥିଲି। ହେଲେ ମୁଁ ଜାଣନଥିଲି ଡାନିଶ୍‌ ସେଠାରେ କେକ୍‌ ସହ ଉପସ୍ଥିତ ଥିବ ବୋଲି। 

ଅନ୍ୟପକ୍ଷରେ, ଜୋନ୍‌ ୧୦ର ଡେପୁଟି କମିଶନର ଅଫ୍‌ ପୋଲିସ୍‌ ମହେଶ ରେଡ୍ଡୀ ଘଟଣାର ପ୍ରାଥମିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।