• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: କୃଷି ଆଇନ୍ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଆଜି କିଷାନ ବିଜୟ ଦିବସ ପାଳନ କରିଛି କଂଗ୍ରେସ । ଏଥିପାଇଁ ସବୁ ରାଜ୍ୟରେ କିଷାାନ ବିଜୟ ରାଲି କିମ୍ବା କିଷାନ ବିଜୟ ସଭାର ଆୟୋଜନ କରିବାକୁ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ଗତକାଲି ସଂଧ୍ୟାରେ ଦିଲ୍ଲୀରେ ଯୁବ କଂଗ୍ରେସ ପକ୍ଷରୁ ଏକ ବିରାଟ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା ।

କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ସମୟରେ ଯେଉଁ ଚାଷୀଙ୍କ ବିୟୋଗ ହୋଇଛି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । କଂଗ୍ରେସ କହିଛି, ବିବାଦୀୟ ତିନି କୃଷି ଆଇନକୁ ପ୍ରତ୍ୟାହାର କରିବା ଅର୍ଥ ଚାଷୀଙ୍କ ବିଜୟ ଏବଂ ସରକାରଙ୍କ ପରାଜୟ । ବର୍ଷେ ଧରି ଚାଷୀମାନେ ଯେଉଁଭଳି ଯନ୍ତ୍ରଣା ଭୋଗିଛନ୍ତି ଏବଂ ତାଙ୍କ ପ୍ରତି ଯେଉଁ ଅନ୍ୟାୟ ହୋଇଥିଲା, ତାହା ଉପରେ ଏହା ଏକ ବଡ଼ ବିଜୟ । ତେଣୁ ଆଜି ଏହାକୁ କିଷାନ ବିଜୟ ଦିବସ ପାଳନ କରାଯାଉଛି ।