• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁଧୁରୁନି ଭୂମାଫିଆ ଚୀନ । ପୁଣି ଭାରତ ଉପରେ ଡ୍ରାଗନର ଆଖି । ଭାରତ ସୀମାରେ ଚୀନ ବର୍ତ୍ତମାନ ସୁଦ୍ଧା ୫୦୦ ଗାଁ ତିଆରି କରିସାରିଲାଣି । ଗାଁ ତିଆରି କରିବା ବାହାନାରେ ଚୀନ ସୀମା ପର୍ଯ୍ୟନ୍ତ ରାସ୍ତା ମଧ୍ୟ ନିର୍ମାଣ କରି ସାରିଲାଣି । ସିକ୍କିମର ଭାରତ, ଚୀନ ଓ ଭୂଟାନର ଟ୍ରାଇଜଙ୍କସନରେ ଉଭୟ ଦେଶ ମୁହାଁମୁହିଁ ହେବା ପରେ ଏବେ ବି ଉଭୟ ଦେଶ ସେନା ମଧ୍ୟରେ ଉତ୍ତେଜନା ଜାରି ରହିଛି । ୬ ମାସ ପୂର୍ବରୁ ଉଭୟ ସେନା ଅନେକ ଥର ମୁହାଁମୁହିଁ ହୋଇଛନ୍ତି । ତେବେ ଏ ସମ୍ପର୍କରେ ସେନା ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ନାହିଁ ।

ଗଲୱାନ ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ସାମାନ୍ୟ ଥମିଛି । କିନ୍ତୁ ଚୀନର ଚରିତ୍ରକୁ ଦୃଷ୍ଟିରେ ରଖି ଭାରତୀୟ ଯବାନ ସୀମାରେ ସବୁବେଳେ ସତର୍କ ଅଛନ୍ତି । ଡୋକଲାମ ଉତ୍ତେଜନା ପରେ ସିକ୍କିମ ସୀମା ନିକଟସ୍ଥ ତିଦ୍ଦତରେ ନିଜ ଶକ୍ତି ବଢାଇବାରେ ଲାଗିଛି ଚୀନ । ୨୦୧୭ରୁ ସୀମାରେ ଜୋରସୋରରେ ସଡ଼କ ନିର୍ମାଣ ଚଳାଇଛନ୍ତି ଚୀନ୍ ।

ଭାରତୀୟ ସେନାର ବିଶେଷ ସୂତ୍ର ଅନୁସାରେ ସିକ୍କିମର ନାକୁଲାଠାରେ ଭାରତ ଓ ଚୀନ ସେନା ମଧ୍ୟ ଉତ୍ତେଜନା ଆରମ୍ଭ ହୋଇଥିଲା । ପରେ ଡୋକଲାମାରେ ଓ ତା’ପରେ ଗଲୱାନ ସଂଘର୍ଷ । ଏପରି ସ୍ଥିତିରେ ସିକ୍କିମ ଓ ଅରୁଣାଚଳର ପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳ ମାନଙ୍କରେ ଗାଁ ନିର୍ମାଣ କାମ ଆରମ୍ଭ କରିଦେଇଛି । ଡୋକଲାମରେ ଚୀନର ଷଡ଼ଯନ୍ତ୍ର ବିଫଳ ହୋଇଥିଲା । ଆଉ ପରେ ଗଲୱ।ନ ଘାଟିରେ ଭାରତ ଚୀନକୁ ମାତ ଦେଇଥିଲା ।

ବର୍ତ୍ତମାନ ଭାରତୀୟ ସେନା ଉପରେ ନଜର ରଖିବାକୁ ସୀମାରେ ତିଦ୍ଦତର ମୂଳବାସିନ୍ଦାଙ୍କୁ ଉପରେ ନିୟୋଜିତ କରିଛି ଚୀନ୍ । ଉଚ୍ଚ ସ୍ଥାନରେ ଲଢ଼େଇ କରିବାରେ ଡ୍ରାଗନ୍ ତୁଳନାରେ ତିଦ୍ଦତ ଲୋକଙ୍କ ଦକ୍ଷତା ଅଧିକ । ଆଉ ଏହାକୁ ଦୃଷ୍ଟିରେ ରଖି ଚୀନ ଭାରତ ସୀମା ନିକଟରେ ଗାଁ ତିଆରି କରିସାରିଲାଣି । କେବଳ ଉତ୍ତର ସିକ୍କିମ ସୀମାରେ ୩ ଟି ଗାଁ ତିଆରି କରିଛି ଚୀନ୍ । ଏହି ଗାଁ ଗୁଡିକରେ ତିଦ୍ଦିତୀୟ ଲୋକଙ୍କୁ ରଖିବାକୁ ଯୋଜନା କରୁଛି ଚୀନ୍ । ସୀମାରେ ନିର୍ମାଣ ହୋଇଥିବା ଗାଁ ଗୁଡିକୁ ଏପରି ତିଆରି କରାଯାଇଛି ଯେ, ତାହାକୁ ବଙ୍କର ରୂପେ ବି ବ୍ୟବହାର କରାଯାଇ ପାରିବ । କିନ୍ତୁ ଭାରତ ଚୀନର ଚାଲାକିକୁ ଜାଣି ପୂର୍ବରୁ ଆଲର୍ଟ ହୋଇ ରହିଛି ।

ଉତ୍ତର ସିକ୍କିମର ଏକମାତ୍ର ତିବ୍ଦତୀୟ ମାଳଭୂମି ଭାରତ ସୀମାରେ ଅଛି । ଆଉ ଏଠାରେ ଭାରତୀୟ ବଙ୍କରଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଚୀନ୍‌ର ପ୍ରତ୍ୟେକ ପଦକ୍ଷେପ ଉପରେ ନଜର ରଖାଯାଉଛି । ଭାରତୀୟ ସେନାରେ ଏଠାରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିଛନ୍ତି । ଭାରତ ପାଇଁ କେବଳ ଚୀନ ନୁହେଁ ପାଣିପାଗ ବି ଏକ ପ୍ରକାରର ଶତ୍ରୃ ଅଟେ । ଭାରତୀୟ ବଙ୍କର ଗୁଡିକ ପ୍ରାୟ ୧୬ ହଜାରରୁ ୨୦ ହଜାର ଫୁଟର ଉଚ୍ଚରେ ଥିବାରୁ ସେଠାରେ ଅକ୍ସିଜେନ ପରିମାଣ କମ୍ ରହିଥାଏ । ଅତ୍ୟଧିକ ଥଣ୍ଡା ପରିବେଶ ଜୀବନ ବି ନେଇପାରେ । ସେଠାରେ ସାଧାରଣ ଜୀବନ ବିତାଇବା ଅତି କଷ୍ଟସାଧ୍ୟ ।