• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଯମୁନା ନଦୀରେ ବିଷାକ୍ତ ଫେଣ

  • ଛଟ୍ ପୂଜା ଆରମ୍ଭ ହୋଇଥିବା ବେଳେ ଚିନ୍ତାରେ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ଦୀପାବଳି ପରେ ରାଜଧାନୀର ସ୍ଥିତି ସଙ୍ଗୀନ୍ । ଦିଲ୍ଲୀରେ ଉତ୍କଟ ହୋଇଛି ଜଳ ଓ ବାୟୁ ପ୍ରଦୂଷଣ । ଆଜିଠାରୁ ଛଟ୍ ପୂଜା ଆରମ୍ଭ ହେଉଥିବା ବେଳେ ଚିନ୍ତାରେ ଶ୍ରଦ୍ଧାଳୁ । ଦିଲ୍ଲୀରୁ ଛଟପୂଜା ସହ ଜଡିତ ଫଟୋ ଗୁଡ଼ିକ ବେଶ୍ ହୃଦୟ ବିଦାରକ କୁହାଯାଉଛି । ଯମୁନା ନଦୀରେ ଏକାଠି ହୋଇଛି ବିଷାକ୍ତ ଫେଣ । ଆଉ ଭକ୍ତମାନେ ବିଷାକ୍ତ ଫେଣରେ ଗାଧୋଇବାକୁ ବାଧ୍ୟ ହେଉଛନ୍ତି । ତେବେ କରୋନା ଯୋଗୁଁ DDMA ଯମୁନା ନଦୀ କୂଳରେ ଛଟ୍ ପୂଜାକୁ ଅନୁମତି ଦେଇନାହାନ୍ତି । ନ୍ୟୁଜ୍ ଏଜେନ୍ସି ANI ପୂଜା ସହ ଜଡିତ ଏକ ଭିଡିଓ ସେୟାର କରିଛି ।

ଯମୁନା ନଦୀରେ ଭାସୁଥିବା ବିଷାକ୍ତ ଫୋମ୍ ମଧ୍ୟରେ ଭକ୍ତମାନେ ସ୍ନାନ କରୁଥିବା କଥା କୁହାଯାଉଛି । ଭିଡ଼ିଓରେ ଦେଖାଯାଉଥିବା ସ୍ଥାନ କାଲିନ୍ଦି କୁଞ୍ଜ ନିକଟର ବୋଲି କୁହାଯାଉଛି । ପଡୋଶୀ ରାଜ୍ୟ ଦ୍ୱାରା କୁଟା ଜଳିବା ଏବଂ ଦୀପାବଳିରେ ଆତସବାଜି ଯୋଗୁଁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଭୟଙ୍କର ହୋଇଥିବା କୁହାଯାଉଛି । ବର୍ତ୍ତମାନ ଯମୁନାରେ ଆମୋନିଆ ସ୍ତର ମଧ୍ୟ ବୃଦ୍ଧି ପାଇଛି ।

ଯମୁନା ନଦୀର ଏପରି ସ୍ଥିତି ପାଇଁ ଭକ୍ତମାନେ ନିରାଶା ପ୍ରକାଶ କକରିଛନ୍ତି । ଛଟ୍ ପୂଜାର ନଦୀରେ ବୁଡ଼ ପକାଇବାର ପରମ୍ପରା ରହିଛି । ହେଲେ ବୁଡ଼ ପକାଇବାକୁ ଆସିଥିବା ଶ୍ରଦ୍ଧାଳୁ ଫେଣ ମିଶ୍ରିତ ପାଣିରେ ଗାଧୋଇବା ପାଇଁ ଅସହଜ ମନେ କରୁଛନ୍ତି । ବିଷାକ୍ତ ଜଳରେ ଗାଧୋଇବା ଠିକ୍ ନୁହେଁ, ବିଭିନ୍ନ ପ୍ରକାର ଇନଫେକ୍ସିନ୍ ହୋଇପାରେ । ଏହା ରୋଗ ମଧ୍ୟ ସୃଷ୍ଟି କରିପାରେ । ତଥାପି ସେମାନଙ୍କ ନିକଟରେ କୌଣସି ଚାରା ନାହିଁ । ବିଷାକ୍ତ ପାଣିରେ ଗାଧୋଉଛନ୍ତି । 

 

ତେବେ ବିଷାକ୍ତ ପାଣିରେ ସ୍ନାନ କରିବା ନେଇ ଶ୍ରଦ୍ଧାଳୁ ସୁଷମା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ପାଣି ବହୁତ ମଇଳା ହୋଇଥିଲେ ସୁଦ୍ଧା ଆମେ ନିରୁପାୟ । ଆମେ କ’ଣ ବା କରିପାରିବୁ । ମୁଁ ବିହାରର ବାଙ୍କାରୁ ଆସିଛି । ପରିବାର ଲୋକ ଦିଲ୍ଲୀରେ ରହୁଥିବାରୁ ଏଠାକୁ ଆସିବାକୁ ପଡ଼ିଲା ।

ସେହିପରି ସ୍ଥାନୀୟ ବାସିନ୍ଦା ଶକିଲ କହିଛନ୍ତି, ପ୍ରାୟ ଏକ ମାସ ହେବ ପାଣି ଉପରେ ଏହିପରି ଭାବେ ଜମିରହିଛି ବିଷାକ୍ତ ଫେଣ । ମୁଁ ଜଣେ ଡାଇଭର ଏବଂ ଗତ ୨୫ ବର୍ଷ ଧରି ଏଠାରେ ରହୁଛି । ଏଠାକୁ ବିଭିନ୍ନ ଅଞ୍ଚଳରୁ ଡ୍ରେନ୍ ପାଣି ଆସି ମିଶୁଛି । ଫଳରେ ଗୋଟିଏ ମାସରୁ ଅଧିକ ହେଲା ପାଣିରେ କ୍ରମାଗତ ଭାବେ ଫେଣ ବୃଦ୍ଧି ପାଉଛି ।