• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲକ୍ଷ୍ନୌ: ଆସିଲା ସବୁଠୁ ଛୋଟ ଓ ଲଢ଼ୁଆ ହେଲିକପ୍ଟର । ଶତ୍ରୁଙ୍କ ଆତି ନିକଟକୁ ଯାଇ କରିବ ଆକ୍ରମଣ । ଆକଶରେ ବି କରି ପାରିବ ଲଢ଼େଇ । ଅତ୍ୟନ୍ତ ଲକ୍ଷଭେଦୀ ଏହି ଛୋଟ ଆଉ ଲଢ଼ୁଆ ହେଲିକପ୍ଟର, ଭାରତୀୟ ପ୍ରତିରକ୍ଷା ବାହିନୀକୁ ଆହୁରି ଶକ୍ତିଶାଳୀ କରିଦେଇଛି ।

ଆଜି ଭାରତୀୟ ପ୍ରତିରକ୍ଷା ବାହିନୀରେ ସାମିଲ ହେଲା, ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ସବୁଠୁ ଛୋଟ ଓ ଶକ୍ତିଶାଳୀ ହେଲିକପ୍ଟର । ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ସେନାର୍ପିତ କରିଛନ୍ତି । ଏହାକୁ ଲାଇଟ୍‌ କମ୍ବାକ୍ଟ ହେଲିକପ୍ଟର କୁହାଯାଉଛି । 

ଝାନ୍‌ସୀ ରାଷ୍ଟ୍ରରକ୍ଷା ସମର୍ପଣ ପର୍ବରେ ଏହି ଲଢୁଆ ହେଲିକପ୍ଟରକୁ ସେନାର୍ପିତ କରିଛନ୍ତି ମୋଦି । ଏହାକୁ ହିନ୍ଦୁସ୍ତାନ ଏରୋନଟିକ ଲି. ବା HALର ବିଶେଷଜ୍ଞ ମାନେ ନିର୍ମାଣ କରିଛନ୍ତି । ଏହାର ୨ ଇଂଜିନ ରହିଛି ଏବଂ ଏହା ୫୦୦୦ ମିଟର ଉପରେ ଅବତରଣ କରିବାର ଶକ୍ତି ରଖିଛି ।

ଖାଲି ସେତିକି ନୁହେଁ, ୧୫ରୁ ୧୬ ହଜାର ଫୁଟ ଉପରେ ଉଡ଼ାଣ କରିବାରେ ମଧ୍ୟ ସକ୍ଷମ ଏହି ଲାଇଟ୍‌ କମ୍ବାକ୍ଟ ହେଲିକପ୍ଟର । ଏମିତିକି ମାଇନସ୍ ୫୦ ଡିଗ୍ରୀ ବରଫାବୃତ ଅଞ୍ଚଳରେ ବି ଏହା ଅବତରଣ କରିପାରିବ । ସେହିଭଳି ୫୦ ଡିଗ୍ରୀ ଉତ୍ତପ୍ତ ମରୁଭୂମିରେ ଅବତରଣ କରିବାରେ ଏହାର କୌଣସି ସମସ୍ୟା ରହିବନି । ଆକାଶରୁ ଆକାଶ ଓ ଆକାଶରୁ ସ୍ଥଳକୁ ମିଜାଇଲ ନିକ୍ଷେପ କରିପାରିବ ଏହି ଛୋଟ ଓ ଲଢ଼ୁଆ ହେଲିକପ୍ଟର ।