• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁମ୍ବାଇ : ଜଳମଗ୍ନ ହୋଇ ମାୟାନଗରୀର ବଡ଼ ଭାଗ ବୁଡ଼ିଯିବ । ପ୍ରକୃତି ଚେତାବନୀ ଦେଲାଣି, ବେଳହୁଁ ସାବଧାନ ହେବାକୁ ପଡ଼ିବ । ମୁମ୍ବାଇ ମହା ନଗରପାଳିକା କମିଶନର ଇକବାଲ ସିଂ ଚହଲ ମୁମ୍ବେଇ ସହର ପାଇଁ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ୨୦୫୦ ସୁଦ୍ଧା ଦକ୍ଷିଣ ମୁମ୍ବାଇର ନରିମାନ ପଏଣ୍ଟ, ରାଜ୍ୟ ସଚିବାଳୟ 'ମନ୍ତ୍ରଣାଳୟ ସମେତ ଦକ୍ଷିଣ ମୁମ୍ବାଇର ଏକ ବଡ଼ ଅଂଶ ପାଣିରେ ବୁଡ଼ିଯିବ । ମହାରାଷ୍ଟ୍ରର ପରିବେଶ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇ ଜଳବାୟୁ ଆକ୍ସନ ପ୍ଲାନ ଏବଂ ଏହାର ୱେବସାଇଟର ଉଦଘାଟନୀ ଉତ୍ସବରେ ଏପରି କହିଛନ୍ତି ଇକବାଲ ସିଂ ଚାହଲ । ଜଳବାୟୁ ପରିବର୍ତ୍ତନ ଦ୍ୱାରା ଦକ୍ଷିଣ ମୁମ୍ବାଇରେ ଥିବା ଏ, ବି, ସି ଏବଂ ଡି ୱାର୍ଡର ୭୦ ପ୍ରତିଶତ ଜଳମଗ୍ନ ହେବ ।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଗାମୀ ଭବିଷ୍ୟତରେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ । ଲୋକମାନେ ସଚେତନ ନହେଲେ ସ୍ଥିତି 'ବିପଜ୍ଜନକ' ହେବ । ମୁମ୍ବାଇ ସହରର "କଫ ପ୍ୟାରେଡ, ନରିମାନ ପଏଣ୍ଟ ଏବଂ ମନ୍ତ୍ରାଣାଳୟ ଅଶି ପ୍ରତିଶତ ଅଞ୍ଚଳ ଗାୟବ୍ ହୋଇଯିବ ଅର୍ଥ ପାଣିରେ ବୁଡ଼ିଯିବ । ମାତ୍ର ୨୫ରୁ ୩୦ ବର୍ଷ ମଧ୍ୟରେ ମୁମ୍ବାଇ ସହରର ଅବସ୍ଥା ଏପରି ହେବ ! ୨୦୫୦ ଦୂର ନୁହେଁ । ଏହା କେବଳ ପରବର୍ତ୍ତୀ ପିଢ଼ିକୁ ନୁହେଁ ବରଂ ବର୍ତ୍ତମାନର ବିଢ଼ିକୁ ମଧ୍ୟ ପ୍ରଭାବିତ କରିବ ।

ଦକ୍ଷିଣ ଏସିଆର ମୁମ୍ବାଇ ଏକମାତ୍ର ଏପରି ସହର, ଯିଏ ନିଜ ଜଳବାୟୁ କାର୍ଯ୍ୟ ଯୋଜନା ଉପରେ କାର୍ଯ୍ୟ କରୁଛି । ଗତ ବର୍ଷ ୧୨୯ ବର୍ଷରେ ପ୍ରଥମ ଥର ପାଇଁ ମୁମ୍ବାଇରେ ମାଡ଼ ହୋଇଥିଲା ବାତ୍ୟା । ଏହା ପରେ ଗତ ୧୫ ମାସ ମଧ୍ୟରେ ତିନୋଟି ବାତ୍ୟା ଆସିଛି । ଏହା ପରେ ଅଗଷ୍ଟ ୫, ୨୦୨୦ରେ ନରିମାନ ପଏଣ୍ଟରେ ପ୍ରାୟ ୫ ରୁ ୫.୫ ଫୁଟ ପାଣି ଜମା ହୋଇଗଲା ।

ସେତେବେ ବାତ୍ୟା ନେଇ କୌଣସି ଘୂର୍ଣ୍ଣିବଳୟ ଚେତାବନୀ ଦିଆଯାଇନଥିଲା । କିନ୍ତୁ ମାପଦଣ୍ଡ ଅନୁସାରେ ଏହାକୁ ବାତ୍ୟା କୁହାଗଲା । ମୁମ୍ବାଇ ସହର ବାତ୍ୟା ତାଉତର ସମ୍ମୁଖୀନ ହୋଇଥିବା ବେଳେ ମେ ୧୭ ରେ ୨୧୪ ମିଲିମିଟର ବର୍ଷା ହୋଇଥିଲା ।