• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମାଗଣା ପେଟ୍ରୋଲ : ଜନତା ଆଉ ନେତା ସାଥୀ ହୋଇ ଲୁଟିଲେ

  • ତ୍ରିରଙ୍ଗା ଯାତ୍ରାରେ ମାଗଣା ପେଟ୍ରୋଲ ପାଇଁ ଅନିୟନ୍ତ୍ରିତ ହେଲା ସ୍ଥିତି

କୌଶାମ୍ବୀ : ହୁ ହୁ ହୋଇ ବଢ଼ୁଥିବା ତୈଳ ଦର ମଧ୍ୟରେ ମାଗଣା ପେଟ୍ରୋଲ ପାଇଁ ତୁମୁଳକାଣ୍ଡ । ଯିଏ ପାରିଲା ପେଟ୍ରୋଲ ବୋତଲ୍ ଧରି ଦୌଡ଼ିଲା । ନେତା ଆଉ ଜନତା ସମସ୍ତେ ପଟ୍ରୋଲ ବୋତଲ ଲୁଟିବା ପାଇଁ ପାଗଳ । ଉତ୍ତରପ୍ରଦେଶର କୌଶାମ୍ବୀରେ ଭାରତ ଜନତା ପାର୍ଟି (ବିଜେପି) ବିଧାୟକ ସଞ୍ଜୟ କୁମାର ଗୁପ୍ତାଙ୍କ ତ୍ରିରଙ୍ଗା ଯାତ୍ରା ସମୟରେ ପେଟ୍ରୋଲ ବୋତଲ ନେବାପାଇଁ ଧାଁଧପଡ଼ ହୋଇଛି । କୋଖରାଜ ପୋଲିସ ଅଞ୍ଚଳର ଭରୱାରୀରେ ଅବସ୍ଥିତ କିଡଜୀ ସ୍କୁଲ କ୍ୟାମ୍ପସରେ ଏପରି ଅଭାବନୀୟ ଘଟଣା ଘଟିଛି । ମାଗଣା ପେଟ୍ରୋଲ ପାଇଁ ସ୍ଥିତି ଏପରି ଅନିୟନ୍ତ୍ରିତ ହୋଇଗଲା ଯେ କେବଳ ଲୋକମାନେ ନୁହେଁ ବିଜେପି କର୍ମୀମାନେ ପରସ୍ପର ସହ ଖଣ୍ଡଯୁଦ୍ଧ ଆରମ୍ଭ କରିଦେଇଥିଲେ । କଥା ମାଡ଼ପିଟ୍ ପର୍ଯ୍ୟନ୍ତ ପହଞ୍ଚିଥିଲା ।

କୌଶାମ୍ବୀରେ ଚାୟଲ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ସଞ୍ଜୟ କୁମାର ଗୁପ୍ତା ୭୫ ତମ ସ୍ୱାଧୀନତା ଦିବସର ଅବସରରେ ଏକ ତ୍ରିରଙ୍ଗା ଯାତ୍ରା ଆୟୋଜନ କରିଥିଲେ । ବହୁ ସଂଖ୍ୟାରେ ଲୋକ ତ୍ରିରଙ୍ଗା ଯାତ୍ରାରେ ଭାଗ ନେବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଥିଲେ ବିଧାୟକ । ଏବଂ ସ୍ୱାଧୀନତା ଦିବସର ଅବସରରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରି ଜନତାଙ୍କୁ ଏକତ୍ରିତ କରିବା ପାଇଁ ବିଜେପି ବିଧାୟକ ମାଗଣା ପେଟ୍ରୋଲ ଦେବାକୁ ଘୋଷଣା କରିଥିଲେ । ଭରୱାରୀର କିଡଜି ସ୍କୁଲ କ୍ୟାମ୍ପସରୁ ତିରଙ୍ଗା ଯାତ୍ରା ଆରମ୍ଭ ହୋଇଥିଲା ।

ବିଜେପି ବିଧାୟକ ସଞ୍ଜୟ କୁମାର ଗୁପ୍ତା ତ୍ରିରଙ୍ଗା ଯାତ୍ରାରେ ଭାଗ ନେଇଥିବା ଲୋକଙ୍କୁ ମାଗଣାରେ ପେଟ୍ରୋଲ ଦେବାର ବ୍ୟବସ୍ଥା କରିଥିଲେ। ଏଥିପାଇଁ ହଜାର ହଜାର ବୋତଲ ପେଟ୍ରୋଲ ବୋଟଲ ସ୍କୁଲ ପରିସରରେ ଖୋଲା ଆକାଶ ତଳେ ରଖାଯାଇଥିଲା । ତ୍ରିରଙ୍ଗା ଯାତ୍ରା ଆରମ୍ଭରୁ ହିଁ ପେଟ୍ରୋଲ ବୋତଲ ଲୁଟ୍ କରିବା ପାଇଁ ବିଜେପି କମୀଙ୍କ ମଧ୍ୟ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା । ମାଗଣା ପେଟ୍ରୋଲ କଥା ଶୁଣି ଶହ ଶହ ଲୋକ ତ୍ରିରଙ୍ଗା ଯାତ୍ରାରେ ଭାଗ ନେବା ପାଇଁ ବାଇକରେ ପହଞ୍ଚିଥିଲେ । ଆଉ ଯାତ୍ରାରେ ସାମିଲ ହେବା ମାତ୍ରେ ଆରମ୍ଭ ହୋଇଯାଇଥିଲା ପେଟ୍ରୋଲ ଲୁଟ । ଯିଏ ଯେପରି ପାରିଲା ପେଟ୍ରୋଲ ବୋତଲ୍ ଧରି ଦୌଡ଼ିଲା । ଏଥିରୁ ବିଜେପି ନେତାମାନେ ମଧ୍ୟ ବାଦ୍ ପଡ଼ିନଥିଲେ ।

ପରିସ୍ଥିତି ଏତେ ଅନିୟନ୍ତ୍ରିତ ହୋଇଗଲା ଯେ ବିଜେପି କର୍ମୀମାନେ ପରସ୍ପର ସହ ସଂଘର୍ଷ କରି ଯୁଦ୍ଧ ଆରମ୍ଭ କରିଥିଲେ । ତେବେ ବିଜେପି ବିଧାୟକ ସଞ୍ଜୟ କୁମାର ଗୁପ୍ତାଙ୍କ ଅନୁସାରେ ତାଙ୍କ କାର୍ଯ୍ୟକ୍ରମ ସଫଳ ହୋଇଛି । ତେବେ ହଜାର ହଜାର ଲୋକଙ୍କ ଭିଡ଼ ଭିତରେ ଏକ ଛୋଟ ଦିଆସିଲି କାଠି ଯେ ବଡ଼ ଧ୍ୱଂସ ଘଟାଇ ପାରିଥାଆନ୍ତା, ସେଥିପ୍ରତି କାହାର ନିଘା ନଥିଲା । ପ୍ରାୟ ୪୦ କିଲୋମିଟର ଅତିକ୍ରମ କରିବା ପରେ ଶେଷ ହୋଇଥିଲା ତ୍ରିରଙ୍ଗା ଯାତ୍ରା ​​।