• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଜେପି ସଂସଦୀୟ ଦଳ ବୈଠକରେ କ୍ଷୋଭ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

  • ସୁରୁଖୁରୁରେ ଗୃହ ଚଳାଇବା ପାଇଁ ସରକାର ଏବଂ ଦଳର ସାଂସଦଙ୍କୁ ପ୍ରତ୍ୟେକ ପଦକ୍ଷେପ ନେବା ଆବଶ୍ୟକ 

ନୂଆଦିଲ୍ଲୀ : ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଚାଲିପାରୁନି ଗୃହ । ସଂସଦ ଚଳେଇ ନଦେବା ସମ୍ବିଧାନ ଓ ଗଣତନ୍ତ୍ରର ଅପମାନ । ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହଙ୍ଗାମାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ଚାଲି ପାରୁନାହିଁ । ସୁରୁଖୁରୁରେ ଗୃହ ଚଳାଇବା ପାଇଁ ସରକାର ଏବଂ ଦଳର ସାଂସଦଙ୍କୁ ପ୍ରତ୍ୟେକ ପଦକ୍ଷେପ ନେବା ଆବଶ୍ୟକ । ଏହା ପୂର୍ବରୁ ଓବିସି ବର୍ଗରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ଏବଂ ଆର୍ଥିକ ଭାବେ ଦୁର୍ବଳ ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଦେଇଥିବାରୁ ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଭଲ ଖବରରୁ ବୈଠକ ଆରମ୍ଭ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଭି ମୁରଲିଧରନ୍ । ଦେଶରେ ଜିଏସଟି ସଂଗ୍ରହ ୧.୧୬ ଲକ୍ଷ କୋଟିରେ ପହଞ୍ଚିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ସେହିପରି ଟୋକିଓ ଅଲିମ୍ପିକ୍ସରେ ପିଭି ସିନ୍ଧୁଙ୍କ ବ୍ରୋଞ୍ଜ ପଦକ ଜିତିବା ଏବଂ ହକି ଦଳର ସଫଳତା ବିଷୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋଚନା କରିଥିଲେ । ମୁରଲୀଧରନ୍ କହିଛନ୍ତି, ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଙ୍ଗାମା ସଂସଦ ପାଇଁ ଅପମାନ। ଯେଉଁ ବ୍ୟକ୍ତି କାଗଜ ଛଡ଼ାଇ ନେଇ ଚିରିଦେଲେ, ତାଙ୍କୁ ନିଜର କାର୍ଯ୍ୟକଳାପ ପାଇଁ କୌଣସି ଅନୁତାପ ନାହିଁ । ବିଲ୍ ପାସ୍ କରିବା ସମ୍ମନ୍ଧରେ ଜଣେ ବରିଷ୍ଠ ସାଂସଦଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଅତ୍ୟନ୍ତ ଅପମାନଜନକ ।

ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରାଯାଉଥିବା କଥା ବୈଠକରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ପ୍ରଧାନମନ୍ତ୍ରୀ ଇ-ରୂପି ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଏଥିରୁ ଲୋକମାନେ ବିଶେଷ ଲାଭ ପାଇବେ ବୋଲି କହିଛନ୍ତି । ଅନେକ ଯୋଜନାର ବ୍ୟବହାର ଅନ୍ୟାନ୍ୟ ଉଦ୍ଦେଶ୍ୟରେ କରାଯାଇଛି, କିନ୍ତୁ ଏହି ସବୁ ଇ-ରୂପି ଏହି ସମସ୍ତ ସମସ୍ୟାର ସମାଧାନ କରିବ ।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟିଏମସିର ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଇନଙ୍କ ଦ୍ୱାରା ସୋମବାର ଦିନ କରିଥିବା ଟ୍ୱିଟ ପ୍ରସଙ୍ଗ ଉଠାଇଥିଲେ । ସାଂସଦ ଚୟନ କରିଥିବା ବ୍ୟକ୍ତିଙ୍କ ପାଇଁ ଏହା ଘୋର ଅପମାନ । ଡେରେକ କହିଥିଲେ, ସରକାର ଆଇନ ପାସ୍‌ କରଛନ୍ତି ନା ପାପଡ଼ି ଚାଟ୍‌ ତିଆରି କରୁଛନ୍ତି ? ଏପରି ମନ୍ତବ୍ୟ ଦେବା ଘୋର ଅପମାନ । କାଗଜ ଚିରି ଫୋପାଡି ଦେବା ଏବଂ ପରେ କ୍ଷମା ମାଗିବା ସବୁ ଅହଂକାର । ବୈଡକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଦଳର ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅନ୍ୟ ନେତାମାନେ ମଧ୍ୟ ଯୋଗ ଦେଇଥିଲେ ।