• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ।

  • ବସବରାଜ ଜଣେ ଅନୁଭବୀ ବ୍ୟକ୍ତି ।

  • ବହୁ ଦଶନ୍ଧିର ତାଙ୍କର ଅଭିଜ୍ଞତା ଅଛି କହିଲେ ବୈଜୟନ୍ତ ।

ନୂଆଦିଲ୍ଲୀ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାପରେ ବାସବରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେ କହିଛନ୍ତି ବସବରାଜ ଜଣେ ଅନୁଭବୀ ବ୍ୟକ୍ତି ଓ ବହୁ ଦଶନ୍ଧିର ତାଙ୍କର ଅଭିଜ୍ଞତା ଅଛି । ୟେଦୁରପ୍ପାଙ୍କ ଭଳି ଜଣେ ଅଭିଜ୍ଞ ନେତା ତାଙ୍କ ନାମ ସୁପାରିଶ କରିଥିଲେ । ସ୍ୱଚ୍ଛ ପ୍ରକ୍ରିୟାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି ।

ତେବେ କର୍ଣ୍ଣାଟକର ୩୨ତମ ମୁଖ୍ୟମନ୍ତ୍ରୀଭାବେ ଆଜି ବାସବରାଜ ଦାୟିତ୍ୱ ନେଇଛନ୍ତି । ବାସବରାଜ ବୋମାଇ ଶପଥ ଗ୍ରହଣ ପରେ ତାଙ୍କୁ ବହୁ ବିଶିଷ୍ଠ ବ୍ୟକ୍ତି ସମ୍ବର୍ଦ୍ଧନା ଓ ଶୁଭକାମନା ଜଣାଇଥିଲେ । ଦାୟିତ୍ୱ ନେବା ମାତ୍ରେ କ୍ୟାବିନେଟ୍ ବୈଠକ କରିବେ ବୋଲି ପୂର୍ବରୁ ବୋମାଇ କହିଥିଲେ । ବୈଠକ କରି ରାଜ୍ୟରେ କୋଭିଡ୍-୧୯ ଓ ବନ୍ୟା ପରିସ୍ଥିତି ସମୀକ୍ଷା ନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ ।

ପୂର୍ବାହ୍ନ ୧୧ଟା ବେଳେ ରାଜଭବନରେ ରାଜ୍ୟପାଳ ଥାଓ୍ୱରଚନ୍ଦ ଗହଲୋଟ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ସମେତ ବହୁ ବରିଷ୍ଠ ନେତା ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ଶପଥ ନେବା ଆଗରୁ ୬୧ ବର୍ଷିୟ ବାସବରାଜ ବୋମ୍ମଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ପାଦ ଛୁଇଁ ଆଶୀର୍ବଦ ନେଇଥିଲେ ।

୬୧ ବର୍ଷୀୟ ବୋମାଇ କର୍ଣ୍ଣାଟକର ତ୍ରୟୋବିଂଶ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ବେଙ୍ଗଳୁରୁରେ ଆୟୋଜିତ ବିଧାୟକ ଦଳ ବୈଠକରେ ବୋମାଇଙ୍କ ନାଁରେ ମୋହର ବାଜିଥିଲା । ସେ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଆର୍ ବୋମାଇଙ୍କ ପୁଅ । ସେ ଲିଙ୍ଗାୟତ ସଂପ୍ରଦାୟର । ୟେଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳରେ ସେ ଗୃହ ମନ୍ତ୍ରୀ ଥିଲେ । ୟେଦୁରପ୍ପାଙ୍କ ଅତି ବିଶ୍ୱସ୍ତ ଭାବେ ସେ ଜଣାଶୂୁଣା ।