• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ବିହାର ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ ଜଣେ ଭିନ୍ନ ପ୍ରକାରର ରାଜନେତା । କ୍ଷମତା ଓ ସମୟ ସହିତ ବଦଳି ନାହାନ୍ତି ଓଡ଼ିଶା ମୁଖ୍ୟ । ନବୀନ ପଟ୍ଟନାୟକଙ୍କ ସହ ମୋର ଦୀର୍ଘ ଦିନ ହେବ ବ୍ୟକ୍ତିଗତ ସମ୍ପର୍କ ରହିଛି । ଦଳିତଙ୍କ ଉନ୍ନତି ପାଇଁ ତାଙ୍କର ଦୃଷ୍ଟିକୋଣ, ନ୍ୟାୟ ସହିତ ବିକାଶ ପ୍ରତି ତାଙ୍କର ଆଭିମୁଖ୍ୟ ଏବଂ ସାଂସ୍କୃତିକ ପରମ୍ପରା ପ୍ରତି ତାଙ୍କର ସମ୍ମାନ ସର୍ବଦା ପ୍ରଶଂସିତ । ତାଙ୍କ ନେତୃତ୍ୱରେ ଓଡ଼ିଶାକୁ କ୍ରୀଡା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ମିଳିଛି ।

ରାଜନୀତିରେ ନବୀନ ପଟ୍ଟନାୟକ ପ୍ରବେଶ ସମୟରେ ସେ 'ବିଜୁ ବାବୁଙ୍କ ପୁଅ' ଭାବରେ ସମ୍ମାନିତ ହେବା ସହ ପରିଚୟ ପାଇଥିଲେ । ହେଲେ ବିଗତ ୨୪ ବର୍ଷ ମଧ୍ୟରେ ସେ ନିଜ ପାଇଁ ଏକ ସାମ୍ରାଜ୍ୟ ଗଢ଼ିଦେଇଛନ୍ତି । ଲୋକମାନେ ସାଧାରଣତଃ କ୍ଷମତା ଏବଂ ସମୟ ସହିତ ପରିବର୍ତ୍ତନ ହୋଇଯାଆନ୍ତି । କିନ୍ତୁ ସେ ଜଣେ ନିଆରା ଓ ଅତି ସରଳ ମଣିଷ । ନବୀନ ବାବୁଙ୍କୁ ମୁଁ ୫୦ ବର୍ଷ ବୟସରେ ଦେଖିଥିଲି, ଆଜି ସେ ସେହି ସ୍ଥାନରେ ଅଛନ୍ତି । ତାଙ୍କ ଠାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ । ସେ ନିଜ ରାଜ୍ୟ ତଥା ଦେଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।

ରାଜନୀତିରେ ନବୀନ ପଟ୍ଟନାୟକ କିପରି ଏତେ ସଫଳ ହେଲେ?

ଲୋକଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ 'ରାଜନୀତିରେ ନବୀନ ପଟ୍ଟନାୟକ କିପରି ଏତେ ସଫଳ । ଆଉ ଏହାର ଉତ୍ତର ସେ ନିଜେ ଏକ ସାକ୍ଷାତକାରରେ ଦେଇସାରିଛନ୍ତି । ଏକ ସାକ୍ଷାତକାରରେ ନବୀନ କହିଥିଲେ, “ମୁଁ ନିର୍ବାଚନ ପାଇଁ ନୁହେଁ ଲୋକମାନଙ୍କ ପାଇଁ କାମ କରେ।” ଓଡ଼ିଶାର ଲୋକଙ୍କୁ ନିଜ ପରିବାର ଭାବନ୍ତି ନବୀନ, ଯେଉଁଥି ପାଇଁ ରାଜନୀତିରେ ତାଙ୍କର ଦବଦବା ବଢ଼ିଚାଲିଛି । ଆଉ ନିର୍ବାଚନ ପରେ ନିର୍ବାଚନ ଜିତିଚାଲିଛନ୍ତି । ସେ ନୁହେଁ, ତାଙ୍କର କାମ କଥା କୁହେ । ପଞ୍ଚମ ପାଳି ନିର୍ବାଚନରେ ସେ କେବଳ ଗୋଟିଏ ଧାଡି କହି ନିର୍ବାଚନରେ ​​ଜିତିଛନ୍ତି। ସେ ସବୁବେଳେ ଲୋକମାନଙ୍କୁ ପଚାରୁଥିଲେ : ଆପଣ ମାନେ ଖୁସି ତ?

ସେହିପରି ନୀତୀଶ କୁମାର ଲେଖିଛନ୍ତି, '୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର କାର୍ଯ୍ୟଭାର ସମ୍ଭାଳିଥିଲେ । ସେ ସମୟରେ ଓଡିଶା ଏକ କଠିନ ସମୟ ଦେଇ ଗତି କରିଥିଲା । ଗତ ଦୁଇ ଦଶନ୍ଧି ମଧ୍ୟରେ ଆସିଥିବା ପ୍ରାକୃତିକ ବିପର୍ଯ୍ୟୟ ସବୁକୁ ସଫଳ ଭାବେ ମୁକାବିଲା କରିଛନ୍ତି ନବୀନ । ବାତ୍ୟା ବିପର୍ଯ୍ୟୟ ପରିଚାଳନା ପାଇଁ ସେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ଲାଭ କରିଛନ୍ତି । କ୍ରୀଡା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ରାଜ୍ୟ ନିଜର ପରିଚୟ ସୃଷ୍ଟି କରିଛି ଏବଂ ଉଲ୍ଲେଖନୀୟ ଅଭିବୃଦ୍ଧି ହାର ବଜାୟ ରଖିଛି । ଇତିହାସ ତାଙ୍କୁ ଜଣେ ଆଦର୍ଶ, ପ୍ରତିବଦ୍ଧତା, ଆତ୍ମବିଶ୍ୱାସୀ ଏବଂ ସମାଜବାଦୀ ରୂପରେ ମନେ ରଖିବ ।

ତେବେ ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିହାର ସିଏମ ନୀତୀଶ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଲେଖିଛନ୍ତି, 'ଆପଣ ଲେଖିଥିବା ଶବ୍ଦ, ପାଇଁ ଅଶେଷ ଅଶେଷ ଧନ୍ୟବାଦ । ମୋ ୪.୫ କୋଟି ଓଡିଶାର ଲୋକ ମୋ ପରିବାର । ଦୁଇ ଦଶନ୍ଧିରୁ ଅଧିକ ସମୟ ସେମାନଙ୍କ ଆଶୀର୍ବାଦ ମୋ ସହିତ ଅଛି । ସେମାନଙ୍କର ସେବା ସର୍ବଦା ମୋର ସର୍ବୋଚ୍ଚ ପ୍ରାଥମିକତା ହେବ ।