• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଭୁଟାରିଆ ଗାଁ ନିକଟରେ ଏକ ବଡ଼ ଦୁର୍ଘଟଣା ।

  • ବାୟୁସେନାର ଏକ ମିଗ୍ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

  • ଏହାକୁ ଉଡାଉଥିବା ପାଇଲଟ୍‌ ସୁରକ୍ଷିତ ଅଛନ୍ତି ।

ବାଡ଼ମେର: ବୁଧବାର ରାଜସ୍ଥାନର ବାଡ଼ମେର ଜିଲ୍ଲାର ଭୁଟାରିଆ ଗାଁ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ବାୟୁସେନାର ଏକ ମିଗ୍ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହାକୁ ଉଡାଉଥିବା ପାଇଲଟ୍‌ ସୁରକ୍ଷିତ ଅଛନ୍ତି । ଏହାସହ ଏହି ଦୁର୍ଘଟଣାରେ କୌଣସି ଜୀବନହାନୀ ହୋଇଥିବା ନେଇ ଖବର ଆସିନାହିଁ । ଖବରପାଇ ସ୍ଥାନୀୟ ପୋଲିସ ପ୍ରଶାସନ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏମିତିକି ବାୟୁସେନା ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିସାରିଛନ୍ତି । ତେବେ ଏବେ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡିନାହିଁ । କୁହାଯାଉଛି ଯେ ମିଗ୍, ରୁଟିନ୍‌ ଉଡ଼ାଣ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

କିଛି ଘର ଜଳିଯାଇଛି

ବିମାନଟି ଯେଉଁଠାରେ ଦୁର୍ଘଟଣାଗ୍ରସ୍ତ ହେଲା ସେଠାରେ କିଛି ଚାଳ ଘର ଏବଂ କଚ୍ଚା ଘର ରହିଥିଲା । ବିମାନଟି ଖସିପଡିବା ସହ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଯାଇଥିବାରୁ ଏହି ଘରଗୁଡ଼ିକରେ ନିଆଁ ଲାଗିଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି ଏହି ସମୟରେ କୌଣସି ଜୀବନହାନୀ ହୋଇଥିବା ନେଇ ଜଣାପଡ଼ିନାହିଁ । ଗ୍ରାମବାସୀ ଏକାଠି ହୋଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ।

IAF PilotIAF Pilot

ବଡ ଦୁର୍ଘଟଣା ବର୍ତ୍ତିଗଲା

କୁହାଯାଉଛି ଯେ, ଯାନ୍ତ୍ରିକ ତ୍ରୁଟି ହେତୁ ବିମାନଟି ଉଡ଼ିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ବାଡ଼ମେରର ଉତ୍ତରଲାଇ ଏୟାରବେସରୁ ଉଡ଼ାଣ ଭରିଥିଲା । ହେଲେ କିଛି ସମୟ ପରେ ହଠାତ୍ ବିମାନଟି ତଳକୁ ଖସିବା ଆରମ୍ଭ କରିଥଲା । ଏହି ସମୟରେ ପାଇଲଟ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନଟିକୁ ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଦୂରକୁ ନେଇ ଯାଇଥିଲେ । ଏହାସହ ପାଇଲଟ୍ ନିଜକୁ ବିମାନରୁ ବାହାର କରିଦେଲେ, ଯେଉଁଥିପାଇଁ ତାଙ୍କ ଜୀବନ ରକ୍ଷା ପାଇଲା । ତେବେ ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣା ନେଇ ବାୟୁସେନା କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ ।

ବୋମା ଫୁଟିବା ଭଳି ଲାଗିଲା

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଆକାଶରେ ପ୍ରବଳ ଘଡ଼ଘଡ଼ିର ଶବ୍ଦ ଶୁଣାଯାଇଥିଲା । ଏହା ପରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏମିତି ଲାଗିଲା ଯେମିତି ଏକ ବଡ଼ ବୋମା ବିସ୍ଫୋରଣ ହେଲା । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଆକାଶ ଧୁଆଁମୟ ହୋଇଥିଲା ।