• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଶ୍ୱାସରେ ବିଷ ଦେଲେ ବାବା । ଆସ୍ଥା ଓ ଭଗବାନଙ୍କ ଦ୍ୱାହି ଦେଇ ରୋଗୀଙ୍କୁ ଲୁଟିଲେ ଭଣ୍ଡବାବା । ନକଲି ବାବା ଚିକିତ୍ସା ନାମରେ ଜଣେ କର୍କଟ ରୋଗୀଙ୍କଠାରୁ ୨.୫ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଅଭିଯୋଗ ପରେ ନକଲି ବାବାଙ୍କୁ ବାରମାଟି ପୋଲିସ ଗିରଫ କରିଛି । ଗିରଫ ଭଣ୍ଡବାବାଙ୍କ ନାଁ ମନୋହର ମାମା ଓରଫ୍ ମନୋହର ଭୋନସଲେ । ସେ ନିଜକୁ ଜଣେ ଅବତାରୀ ପୁରୁଷ ବୋଲି କହୁଥିଲେ । ଏହାସହ ତା ପାଖରେ ସବୁ ରୋଗର ଔଷଧ ବୋଲି ମଧ୍ୟ କରୁଥିଲେ ।  ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ଲକ୍ଷ ଲକ୍ଷ ଟଙ୍କା ଠକିବା ପରେ ଶେଷରେ ପୋଲିସ ହାବୁଡ଼ରେ ପଡ଼ିଛନ୍ତି ବାବା ।

ଗୁରୁବାର ଦିନ ଭଣ୍ଡବାବା ଚିକିତ୍ସା ନାମରେ ଜଣେ କର୍କଟ ରୋଗୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେବା ପରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଜଟିବୁଟି ଦେଉଥିବା କହି ଜଣେ କର୍କଟ ରୋଗୀଙ୍କୁ ବବୁଲ ପତ୍ର ଖାଇବାକୁ ଦେଇଥିଲେ ମନୋହର ମାମା  । ଆଉ ସବୁ ଦିନ ପାଇଁ ରୋଗ ଭଲ ହୋଇଯିବ କହି ତାଙ୍କଠାରୁ ୨.୫ ଲକ୍ଷ ଟଙ୍କା ଠକି ନେଇଥିଲେ । ପୋଲିସର ସୂଚନାନୁସାରେ, ମନୋହର ବାବାଙ୍କ ବିରୋଧରେ ବିଭିନ୍ନ ପୋଲିସ ଷ୍ଟେସନରେ ଅନେକ ମାମଲା ରୁଜୁ ହୋଇଛି । ତାଙ୍କର ପ୍ରାୟ ଭକ୍ତ ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ କାମ କରନ୍ତି । ହାଇପ୍ରୋଫାଇଲ ଲୋକଙ୍କ ମଧ୍ୟରେ ତାଙ୍କର ଉଠାବସା । ଆଉ ଏସବୁର ଆଳ ଦେଖାଇ ସେ ଲୋକଙ୍କୁ ଭୁଆଁ ବୁଲାଉଥିଲେ ।

ଗତ ମାସରେ ବାରାମତି, ସାତାରା ଏବଂ ସୋଲାପୁରର ବିଭିନ୍ନ ପୋଲିସ ଷ୍ଟେସନରେ ମନୋହର ମାମାଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଥିଲା । ଏହାପୂର୍ବରୁ ଜଣେ ମହିଳା ମନୋହରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଅନେକ ଅଭିଯୋଗ ଆସିବା ପରେ ଦୀର୍ଘ ଦିନ ହେଲେ ଭଣ୍ଡବାବାଙ୍କୁ ଖୋଜୁଥିଲା ପୋଲିସ୍ । ଶେଷରେ ତାଙ୍କୁ ବାରାମାଟୀ ପୋଲିସ ଗିରଫ କରିଛି । ଗିରଫ ବାବାଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ।