ଅକ୍ଟୋବର ମାସରେ ଛୁଟି ବର୍ଷା : ୨୧ ଦିନ ବନ୍ଦ ହୋଇପାରେ ବ୍ୟାଙ୍କ୍ . . . .

ଅକ୍ଟୋବର ମାସରେ ଗାନ୍ଧୀ ଜୟନ୍ତୀ, ବାଲ୍ମୀକି ଜୟନ୍ତୀ, ନବରାତ୍ରୀ, ଦୁଶହରା, ଇଦ୍-ଏ-ମିଲାଦ ଭଳି ଅନେକ ଦିନରେ ବ୍ୟାଙ୍କ ଛୁଟି ରହିବ । ଏମାସରେ ପଡୁଥିବା କିଛି ଛୁଟି / ପର୍ବ ଏକ ନିର୍ଦ୍ଦିଷ୍ଟ ରାଜ୍ୟ କିମ୍ବା ଅଞ୍ଚଳ ସହିତ ଜଡିତ । ଅକ୍ଟୋବରରେ ୫ ଟି ରବିବାର ଛୁଟି ରହିବ । ଏହା ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିବ ।

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ : ପାର୍ବଣ ଋତୁ ପାଇଁ ଅକ୍ଟୋବର ମାସରେ ଛୁଟିର ବର୍ଷା । ଅକ୍ଟୋବର ମାସରେ ବ୍ୟାଙ୍କଗୁଡିକ ୨୧ ଦିନ ପାଇଁ ବନ୍ଦ ରହିବ । ତେବେ ଦେଶର ସବୁ ସ୍ଥାନରେ ୨୧ ଦିନି ପାଇଁ ବନ୍ଦ ହେବ ନାହିଁ ବ୍ୟାଙ୍କ । ଭିନ୍ନ ଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ଛୁଟି ଦିନ ରହିବ । ଅକ୍ଟୋବର ମାସରେ ବ୍ୟାଙ୍କରେ ଆପଣଙ୍କର କୌଣସି କାମ ଥିଲେ ଛୁଟିଦିନ ତାଲିକା ଉପରେ ଆଖି ପକାଇ ଯାଆନ୍ତୁ ।

ଅକ୍ଟୋବର ମାସରେ ଗାନ୍ଧୀ ଜୟନ୍ତୀ, ବାଲ୍ମୀକି ଜୟନ୍ତୀ, ନବରାତ୍ରୀ, ଦୁଶହରା, ଇଦ୍-ଏ-ମିଲାଦ ଭଳି ଅନେକ ଦିନରେ ବ୍ୟାଙ୍କ ଛୁଟି ରହିବ । ଏମାସରେ ପଡୁଥିବା କିଛି ଛୁଟି / ପର୍ବ ଏକ ନିର୍ଦ୍ଦିଷ୍ଟ ରାଜ୍ୟ କିମ୍ବା ଅଞ୍ଚଳ ସହିତ ଜଡିତ । ଅକ୍ଟୋବରରେ ୫ ଟି ରବିବାର ଛୁଟି ରହିବ । ଏହା ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିବ ।

ଏହି ମାସରେ ଗାନ୍ଧୀ ଜୟନ୍ତୀ ପଡ଼ୁଥିବାରୁ ୨ ଅକ୍ଟୋବରରେ ପୂରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ଅକ୍ଟୋବର ୬ରେ ମହାଳୟା ଅବସରରେ ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ । ଅକ୍ଟୋବର ୧୨ରେ ଦୁର୍ଗା ପୂଜା (ମହାସପ୍ତମୀ) ଅବସରରେ ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ଅକ୍ଟୋବର ୧୫ରେ ଦୁର୍ଗା ପୂଜା / ଦଶହରା / ବିଜୟା ଦଶମୀ ଅବସରରେ ଅଧିକାଂଶ ସହରରେ ବ୍ୟାଙ୍କ ବନ୍ଦ ରହିବ । ୨୦ ଅକ୍ଟୋବରରେ ମହର୍ଷି ବାଲ୍ମୀକି ଜୟନ୍ତୀ ଥିବାରୁ କିଛି ଅଞ୍ଚଳରେ ବ୍ୟାଙ୍କ୍ ଛୁଟି ରହିବ ।

ଅକ୍ଟୋବର ମାସର ଛୁଟି ତାଲିକା . . .

ଅକ୍ଟୋବର ୧ - ଗ୍ୟାଙ୍ଗଟକରେ ଅର୍ଦ୍ଧ ବାର୍ଷିକ ବ୍ୟାଙ୍କ କ୍ଲୋଜିଂ ଆକାଉଣ୍ଟ ପାଇଁ କାମ ପ୍ରଭାବିତ ହେବ

ଅକ୍ଟୋବର ୨ - ମହାତ୍ମା ଗାନ୍ଧୀ ଜୟନ୍ତୀ (ସମସ୍ତ ରାଜ୍ୟରେ ବ୍ୟାଙ୍କ ବନ୍ଦ)

ଅକ୍ଟୋବର ୩ - ରବିବାର

ଅକ୍ଟୋବର ୬ - ମହାଳୟା ଅମାବାସ୍ୟା (ଅଗରତାଲା, ବେଙ୍ଗାଲୁରୁ ଏବଂ କୋଲକାତାରେ ବ୍ୟାଙ୍କ ବନ୍ଦ)

ଅକ୍ଟୋବର ୭ - ଇମ୍ଫାଲରେ ବ୍ୟାଙ୍କ୍ ବନ୍ଦ

ଅକ୍ଟୋବର ୯ - ମାସର ଦ୍ୱିତୀୟ ଶନିବାର

ଅକ୍ଟୋବର ୧୦ - ରବିବାର , ବ୍ୟାଙ୍କ୍ ବନ୍ଦ

ଅକ୍ଟୋବର ୧୨ - ଦୁର୍ଗା ପୂଜା (ମହାସପ୍ତମୀ) - ଅଗରତାଲା, କୋଲକାତାରେ ବ୍ୟାଙ୍କ୍ ବନ୍ଦ

ଅକ୍ଟୋବର ୧୩ - ଦୁର୍ଗା ପୂଜା (ମହାଅଷ୍ଟମୀ) - ଅଗରତାଲା, ଭୁବନେଶ୍ୱର, ଗ୍ୟାଙ୍ଗଟକ, ଗୁଆହାଟୀ, ଇମ୍ଫାଲ, କୋଲକାତା, ପାଟନା ଏବଂ ରାଞ୍ଚିରେ ବ୍ୟାଙ୍କ୍ ବନ୍ଦ

ଅକ୍ଟୋବର ୧୪ - ଦୁର୍ଗା ପୂଜା / ଦଶହରା (ମହା ନବମୀ) , ଆୟୁଥ ପୂଜା - ଅଗରତାଲା, ବେଙ୍ଗାଲୁରୁ, ଚେନ୍ନାଇ, ଗାଙ୍ଗଟକ, ଗୁଆହାଟି, କାନପୁର, କୋଚି, କୋଲକାତା, ଲକ୍ଷ୍ନୌ, ପାଟନା, ରାଞ୍ଚି, ଶିଲୋଙ୍ଗ ଏବଂ ଥିରୁବନନ୍ତପୁରମରେ ବ୍ୟାଙ୍କ ବନ୍ଦ ରହିବ

ଅକ୍ଟୋବର ୧୫- ଦୁର୍ଗା ପୂଜା / ଦୁଶହରା / ବିଜୟାଦଶମୀ – ଇମ୍ପାଲ ଓ ଶିମଲାର ଛୋଟ ଛୋଟ ସହରରେ ବ୍ୟାଙ୍କ୍ ବନ୍ଦ

ଅକ୍ଟୋବର ୧୬ – ଗ୍ୟାଙ୍ଗଟକରେ ବ୍ୟାଙ୍କ୍ ବନ୍ଦ

ଅକ୍ଟୋବ ୧୭ - ରବିବାର

ଅକ୍ଟୋବର ୧୮ - କଟି ବିହୁ( ଗୁଆହାଟି ବ୍ୟାଙ୍କ ବନ୍ଦ)

ଅକ୍ଟୋବର ୧୯- ଇଦ୍-ଇ-ମିଲାଦ / ଇଦ୍-ଇ-ମିଲାଦୁନାବୀ / ମିଲାଦ-ଏ-ସରିଫ / ବାରାୱାଫତ- ଅହମ୍ମଦାବାଦ, ବେଲାପୁର, ଭୋପାଳ, ଚେନ୍ନାଇ, ଡେରାଡୁନ୍, ହାଇଦ୍ରାବାଦ, ଇମ୍ଫାଲ, ଜମ୍ମୁ, କାନପୁର, କୋଚି, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚି, ଶ୍ରୀନଗର ଏବଂ ଥିରୁବନନ୍ତପୁରମରେ ବ୍ୟାଙ୍କ ବନ୍ଦ

ଅକ୍ଟୋବର ୨୦- ମହର୍ଷି ବାଲ୍ମିକୀ / ଲକ୍ଷ୍ମୀ ପୂଜା / ଇଦ୍-ଇ-ମିଲାଦ - ଅଗରତାଲା, ବାଙ୍ଗାଲୋର, ଚଣ୍ଡିଗଡ଼, କୋଲକାତା ଏବଂ ଶିମଲାରେ ବ୍ୟାଙ୍କ ବନ୍ଦ

ଅକ୍ଟୋବର ୨୨- ଇଦ୍-ଇ-ମିଲାଦ-ଉଲ୍-ନାବି ପରେ ଶୁକ୍ରବାର ଜାମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ୍ ବନ୍ଦ

ଅକ୍ଟୋବର ୨୩ - ମାସର ଚତୁର୍ଥ ଶନିବାର

ଅକ୍ଟୋବର ୨୪ - ରବିବାର

ଅକ୍ଟୋବର ୨୬ - ଜମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ

ଅକ୍ଟୋବର ୩୧ - ରବିବାର